ଲୁଣା, ହେନ୍ତାଳବଣ ପ୍ରତି ବଢୁଛି ବିପଦ

ମହାକାଳପଡ଼ା,୧୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ପାରାଦୀପ ଶିଳ୍ପାଞ୍ଚଳରେ ଥିବା କଳକାରଖାନାର ନିର୍ଗତ ନିଆଁ, ଧୂଆଁ ଓ ଧୂଳିର ପ୍ରଭାବ ବ୍ଲକ ଅଞ୍ଚଳରେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ଗଛର ପତ୍ର ଉପରେ ତୈଳାକ୍ତ ଆସ୍ତରଣ ପଡିଯିବାରୁ କଳା ରଙ୍ଗ ଦେଖାଯାଉଛି। ଏପରିକି ଲୁଣା ଓ ହେନ୍ତାଳ ଗଛର ପତ୍ରଗୁଡିକ କଳା ରଙ୍ଗ ଦେଖାଯିବାରୁ ଜଙ୍ଗଲ ପ୍ରତି ବିପଦ ବଢୁଥିବା ପରିବେଶବିତ୍‌ ସମରେନ୍ଦ୍ର ମାହାଳି ଅଭିଯୋଗ କରିଛନ୍ତି। ଏଥିସହ ଲୋକମାନେ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କୋଚିଳା ଗାଁର ହରି ଗୋଛାୟତ, ଅନାଦି ସ୍ବାଇଁ, ବିଜୟ ସ୍ବାଇଁ, ପଲ୍ଲୀଗଡ଼ ଗାଁ ପରୀକ୍ଷିତ ପରିଡ଼ା, ଶରତ ସାମଲ, କେନ୍ତିଆ ଗାଁର ନାଥ କୁମାର ଭୋଳ, ପିତାପାଟ ଗାଁର ବାପିନା ପରିଡ଼ା, ଶ୍ରୀମନ୍ତ ମଣ୍ଡଳ, ନବଘନ ବେହେରା ପ୍ରମୁଖ କହିଛନ୍ତି।
ମହାକାଳପଡ଼ା ବ୍ଲକର ମହାନଦୀ ଅପରପାର୍ଶ୍ୱରେ ପାରାଦୀପରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ଏସବୁ କାରଖାନାରୁ ବିଷାକ୍ତ ଗ୍ୟାସ୍‌ ଓ ତୈଳାକ୍ତ ଧୂଆଁ ସହ ବିଭିନ୍ନ ରାସାୟନିକ ଧୂଳିକଣା ଦକ୍ଷିଣା ପବନ ଯୋଗୁ ଅଞ୍ଚଳକୁ ବୋହି ଆସୁଛି। ଏହାର ପ୍ରଭାବରେ ବତିଘର, ରାମନଗର, ଖରିନାସି, ଜମ୍ବୁ ଆଦି ଅଞ୍ଚଳ ନଦୀ ଅବବାହିକା ସୃଷ୍ଟି ହୋଇଥିବା ଶତାଧିକ ହେକ୍ଟର ଲୁଣା, କାଜୁ ଓ ହେନ୍ତାଳ ଜଙ୍ଗଲର ଗଛଗୁଡିକ ପତ୍ରରେ କଳା ବହଳ ଜମିବା ଦ୍ୱାରା ଗଛ ବଢିବାରେ ବାଧା ଉପୁଜିଛି। ଅନେକ ଗଛ ଏହା ପ୍ରଭାବରେ ପୋଡ଼ି ନଷ୍ଟ ହେଲାଣି। ସେହିପରି କାଜୁ ଗଛରେ ବାଦାମ ଫୁଲ ପୋଡ଼ିଯାଉଥିବା ଦେଖିବାକୁ ମିଳୁଛି। ଫଳରେ କାଜୁ ବାଦାମ ଉତ୍ପାଦନରେ ବାଧା ଉପୁଯିବ ବୋଲି କୁହାଯାଉଛି। ବିଷାକ୍ତ ଧୂଆଁ ପ୍ରଭାବରେ ବ୍ଲକର ପିତାପାଟ, ନଳଗୋଠ, ପଲ୍ଲୀଗଡ଼, କୋଚିଳା, କେନ୍ତିଆ, ପେଟଛେଲା, ବଉଳକଣି, ବହାକୁଦ, ବତୀଘର, ବରଜ, ରାମନଗର, ଜମ୍ବୁ ଆଦି ଅଞ୍ଚଳର ଲୋକଙ୍କ ଆଖି ପୋଡିବା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଗଛପତ୍ରରେ କଳାରଙ୍ଗର ଆସ୍ତରଣ ଯୋଗୁ ବନ୍ୟଜନ୍ତୁଙ୍କ ଖାଦ୍ୟରେ ସମସ୍ୟା ଦେଖାଦେଇଛି। ଆଗାମୀ ଦିନରେ ଏହି ଶିଳ୍ପସଂସ୍ଥାରୁ ନିର୍ଗତ ନିଆଁ, ଧୂଆଁ ଓ ଧୂଳିର ପ୍ରଭାବକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ବୁଲି ଦେଖିବି, ଯଦି ଏଭଳି କିଛି ପ୍ରଭାବ ପଡିଥିବ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ସେ କହିଛନ୍ତି। ଏ ନେଇ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ମତାମତ ନେବାରେ ପ୍ରଭାବିତ ଅଞ୍ଚଳଗୁଡ଼ିକ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପାରାଦୀପସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ଅଧିକାରୀ ଦିଲୀପ କୁମାର ଦାସଙ୍କୁ ପଚାରିବାରେ ପାରାଦୀପ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ମହାକାଳପଡ଼ା ଅଞ୍ଚଳରେ ଧୂଳି, ଧୂଆଁ ଆମ ନଜରକୁ ଆସିନାହିଁ। ପୂର୍ବ ଅପେକ୍ଷା ବର୍ତ୍ତମାନ ଆକଳନ ଅନୁସାରେ ୫ ବର୍ଷ ମଧ୍ୟରେ ଯଥେଷ୍ଟ ପରିମାଣରେ ପ୍ରଦୂଷଣ ହାର କମିଛି। ଏ ନେଇ ସମ୍ପୃକ୍ତ କମ୍ପାନୀଗୁଡିକର ଚିମିନିରୁ ନିର୍ଗତ ହେଉଥିବା ତୈଳାକ୍ତ ଧୂଳି ଧୂଆଁ ଉପରେ ମନିଟରିଂ କରାଯାଉଛି। ଯଦିଓ ପାରାଦୀପରେ ଏହାର ସେତେ ପରିମାଣରେ ପ୍ରଭାବ ପଡୁନାହିଁ, ତେବେ ମହାକାଳପଡ଼ାରେ କିପରି ପ୍ରଭାବ ପଡ଼ୁଛି ବୋଲି ପ୍ରଶ୍ନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri