ଟ୍ରକ ଚକା ତଳେ ପଶିଗଲେ ସାଇକେଲ ଚାଳକ

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବନାଯୋଡ଼ି ଗ୍ରାମ ନିକଟରେ ଏନ୍‌ଏଚ୍‌ ୨୦ରେ ରବିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରକ ଚକା ତଳେ ଜଣେ ସାଇକେଲ ଚାଳକ ପଶି ଯାଇଥିଲେ। ସୌଭାଗ୍ୟବଶତଃ ନିଶ୍ଚିତ ମୃତ୍ୟୁ ମୁଖରୁ ସେ ବଞ୍ଚି ଯାଇଛନ୍ତି। ତେବେ ଗୁରୁତର ହୋଇଥିବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଟ୍ରକ ଜବତ କରି ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଆହତ ସାଇକେଲ ଚାଳକ ଜଣକ ହେଉଛନ୍ତି ସ୍ଥାନୀୟ ପୁଟଳ ଗ୍ରାମର ମହୁର ମହାରଣା (୩୩) ବୋଲି ଜଣାପଡ଼ିଛି। ସେ ଜିିଲା ମୁଖ୍ୟ ଡାକ୍ତରଖାନାର ଅସ୍ଥିିଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ଉକ୍ତ ଗ୍ରାମ ନିକଟରେ ସୂଚନାଫଳକ ନ ଥିବାରୁ ଗ୍ରାମରୁ ରାସ୍ତାକୁ ବାହାରୁ ଥିବା ଲୋକମାନେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି।