Categories: ବାଣିଜ୍ୟ

ମୁଦ୍ରା ଭଣ୍ଡାର ୬୩୪ ବିଲିୟନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ,୩୦।୧: ଚଳିତ ମାସ ତୃତୀୟ ସପ୍ତାହରେ ଶେଷ ହୋଇଥିବା ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୭୮ ମିଲିୟନ ଡଲାରରୁ ୬୩୪.୨୮୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଚଳିତ ମାସ ୧୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୨.୨୨୯ ବିଲିୟନ ଡଲାର ବୃଦ୍ଧି ସହ ୬୩୪.୯୬୫ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଏହା ପୂର୍ବରୁ ୨୦୨୧ ସେପ୍ଟେମ୍ବର ୩ ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୪୨.୪୫୩ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ଆର୍‌ବିଆଇର ସାପ୍ତାହିକ ତଥ୍ୟ ଅନୁଯାୟୀ ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫ୍‌ସିଏ) ହ୍ରାସ ହେତୁ ସାମଗ୍ରିକ ସଂରକ୍ଷଣର ଏକ ପ୍ରମୁଖ ଉପାଦାନ ହ୍ରାସ ପାଇଥିଲା। ଆର୍‌ବିଆଇର ରିପୋର୍ଟ ଅନୁସାରେ ଜାନୁୟାରୀ ୨୧ରେ ଶେଷ ହୋଇଥିବା ସମୀକ୍ଷା ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଧରାଯାଉଥିବା ଏଫ୍‌ସିଏରେ ଏହାର ହ୍ରାସ ଘଟିବା ଯୋଗୁ ବିଦେଶୀ ମୁଦ୍ରାଭଣ୍ଡାରରେ ଏହାର ପ୍ରଭାବ ଦେଖାଦେଇଛି। ଆର୍‌ବିଆଇର ତଥ୍ୟ ଅନୁସାରେ ଏହି ସପ୍ତାହର ଏଫ୍‌ସିଏ ୧.୧୧୫ ବିଲିୟନ ଡଲାର ହ୍ରାସ ହୋଇ ୫୬୯.୫୮୨ ବିଲିୟନ ଡଲାର ହୋଇଛି।

Share