ରାଜା-ରାଣୀଙ୍କ ଉପରକୁ କାଦୁଅ ଫୋପାଡି ବିରୋଧ କଲେ ଜନତା

ମାଦ୍ରିଦ,୪।୧୧: ଦଶନ୍ଧି ମଧ୍ୟରେ ସ୍ପେନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ନିଖୋଜ ଲୋକଙ୍କୁ ଖୋଜାଖୋଜି କରାଯାଉଛି। ବର୍ତ୍ତମାନ ବନ୍ୟା ପ୍ରଭାବିତ ଲୋକଙ୍କ କ୍ରୋଧ ମଧ୍ୟ ସରକାରଙ୍କ ଉପରେ ବଢିବାରେ ଲାଗିଛି। ସ୍ପେନର ରାଜା ଫେଲିପ ଏବଂ ରାଣୀ ଲେଟିଜିଆ ବନ୍ୟା ପ୍ରଭାବିତ ସହର ପାପୋରାଟା ପରିଦର୍ଶନ କରିଛନ୍ତି। ଏଠାରେ ତାଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା। ଲୋକମାନେ ରାଜା ଓ ରାଣୀଙ୍କ ଉପରେ କାଦୁଅ ଫିଙ୍ଗିଥିଲେ। ବିରୋଧ କରି ସ୍ଲୋଗାନ ବି ଦେଇଥିଲେ।

ଯେତେବେଳେ ରାଜ ଏବଂ ତାଙ୍କର ପ୍ରତିନିଧୀ ପାପୋରଟା ସହର ଦେଇ ଯିବା ଆରମ୍ଭ କଲେ, ବନ୍ୟା ପ୍ରଭାବିତ ଲୋକମାନେ ମଧ୍ୟ ରାଜାଙ୍କ ବିରୋଧରେ ‘ହତ୍ୟାକାରୀ’ ଏବଂ ‘ଲଜ୍ଜା କରି’ କହି ସ୍ଲୋଗାନ ଦେଇଥିଲେ। ତେବେ ଏହି ସମୟରେ ରାଜା ଓ ରାଣୀ ଲୋକମାନଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। କିନ୍ତୁ ରାଜା ଓ ରାଣୀଙ୍କ ମୁହଁ କାଦୁଅରେ ଆଚ୍ଛାଦିତ ହୋଇଥିଲା। ଏହା ସତ୍ତ୍ୱେ ରାଜା ମଧ୍ୟ ଅନେକ ଲୋକଙ୍କୁ ଆଲିଙ୍ଗନ କଲେ।
ରାଜା ଏବଂ ରାଣୀଙ୍କ ସହିତ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଏବଂ ଭାଲେନ୍ସିଆ ସଂସଦର ମୁଖ୍ୟ କାର୍ଲୋସ ମାଜୋନ ଥିଲେ। କିନ୍ତୁ ଏମାନଙ୍କୁ ଦେଖଇବା ପରେ ବି ଜନତାଙ୍କ କ୍ରୋଧ କମିଲା ନାହିଁ। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ସ୍ପେନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ ସାଞ୍ଚେଜଙ୍କୁ ଅନେକ ଜିନିଷ ଉପରେ ଆକ୍ରମଣ କରାଯାଇଥିଲା। ବିବିସି ଅନୁଯାୟୀ, ପିଏମ ସାଞ୍ଚେଜଙ୍କ କାରରେ ମଧ୍ୟ ପଥର ମାଡ ହୋଇଛି।
ପରେ ସ୍ପେନ ପୋଲିସ କ୍ରୋଧିତ ଜନତାଙ୍କୁ ବଳ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲା। ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଭାଲେନ୍ସିଆ ପ୍ରଦେଶର ଚିଭା ସହରକୁ ରାଜା ଏବଂ ରାଣୀଙ୍କୁ ମଧ୍ୟ ଯିବାକୁ ପଡିଲା। କିନ୍ତୁ କ୍ରୋଧିତ ଭିଡ଼ ଯୋଗୁଁ ଏହି ଯାତ୍ରା ବାତିଲ କରିବାକୁ ପଡିଲା।
କର୍ତ୍ତୃପକ୍ଷଙ୍କ ବନ୍ୟା ପରିସ୍ଥିତି ସତର୍କତା ସତ୍ତ୍ୱେ ପର୍ଯ୍ୟାପ୍ତ ସହାୟତା ଅଭାବରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତି ଯୋଗୁଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଜରୁରୀକାଳୀନ କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଅଛନ୍ତି। ଅଣ୍ଡରଗ୍ରାଉଣ୍ଡ ପାର୍କିଂ ଏବଂ ଟନେଲରେ ଲୋକଙ୍କ ମୃତଦେହ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri