ମନମୋହୁଛି ଶିଶିର ସରସ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବରମୁଣ୍ଡା ପଡ଼ିଆରେ ଆୟୋଜିତ ଶିଶିର ସରସ ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଭିଡ଼ ବଢ଼ୁଛି। ଦିନ ୧୧ରୁ ରାତି ୯ଯାଏଁ ରାଜଧାନୀବାସୀ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ଖାଦ୍ୟର ମଜା ନେବା ସହ ବିଭିନ୍ନ ଘର ସଜାଇବା ସାମଗ୍ରୀ ସହ ଉପକରଣ କିଣୁଛନ୍ତି। ପଞ୍ଚାୟତିରାଜ ବିଭାଗ ଏବଂ ଓରମାସ୍‌ ପକ୍ଷରୁ ଆୟୋଜିତ ମେଳାରେ ପ୍ରତି ସନ୍ଧ୍ୟାରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଦର୍ଶକ ଏହାର ଭରପୂର ମଜା ନେଉଛନ୍ତି । ସେହିପରି ସେଲ୍‌ଫି ଜୋନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି।

ଚାହିଦାରେ ଡାଲ ବାଟି ଚୁର୍‌ମା
ରାଜ୍ୟ ତଥା ରାଜ୍ୟ ବାହାରୁ ପଡ଼ିଥିବା ୨୮ଟି ଷ୍ଟଲର ବିଭିନ୍ନ ଖାଦ୍ୟର ସ୍ବାଦ ଚାଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷକରି ରାଜସ୍ଥାନର ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ଜମୁଛି। ଲୋକେ ଆଳୁ ଟିକ୍କି, ବିକାନିର ଜିଲାପି, ରାବି ଘେୱର, ମୁଗ ହାଲୁଆ, ଡାଲ ବାଟି ଚୁର୍‌ମା ଆଦିର ବେଶ ଚାହିଦା ରହିଛି। ଆପ୍ନୋ ରାଜସ୍ଥାନ ଷ୍ଟଲର ବ୍ୟବସାୟୀ ରାଜସ୍ଥାନର ପାରମ୍ପରିକ ବେଶ ପୋଷାକରେ ଖାଦ୍ୟ ପରଷୁଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ଆଳୁ ଟିକ୍କି ଓ ଘେୱର ଖାଇବାକୁ ଲୋକଙ୍କ ଅଧିକ ଆଗ୍ରହ ରହିଛି। ୨ଟି ଆଳୁ ଟିକ୍କିର ଦାମ ୧୦୦ ଟଙ୍କା ଥିବା ବେଳେ ଘେୱର ଖଣ୍ଡ ପ୍ରତି ୧୦୦ ଟଙ୍କା, କଚୁ ଗୋଟିକୁ ୫୦ ଟଙ୍କା ଓ ମୁଗ ଡାଲି ୧୫୦ ଗ୍ରାମକୁ ୫୦ ଟଙ୍କା, ଚୁର୍‌ମା ଦାମ ଗୋଟିକୁ ୪୦ ଟଙ୍କା ରହିଛି। ତେବେ ଏହି ଫୁଡ୍‌ କୋର୍ଟରେ ସ୍ମୋକ ବିସ୍କୁଟ, ମିଲେଟ ଚା’, ଚକୋଲେଟ ସିଙ୍ଗ, ଚିକେନ ଟିକ୍କାକୁ ମଧ୍ୟ ଗ୍ରାହକ ବେଶ୍‌ ପସନ୍ଦ କରୁଛନ୍ତି।

ହକି ପାଭିଲିୟନରେ ପିଲାଙ୍କ ଫଟୋ ଉଠା
ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମନ ପସନ୍ଦର ଖାଦ୍ୟ ଖାଇ ମେଳା ବୁଲିବାକୁ କୁନିକୁନି ପିଲାମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ସେଲଫି ଜୋନ୍‌ ଓ ହକି ପାଭିଲିୟନ ପିଲାଙ୍କୁ ଅଧିକ ଆକୃଷ୍ଟ କରୁଛି। ହକି ଷ୍ଟିକ୍‌ ହାତରେ ଧରି ବଲ୍‌ ଗଡ଼ାଇବା ପାଇଁ ପିଲାମାନେ ଦୌଡ଼ି ଯାଉଛନ୍ତି। କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ହକି ପାଭିଲିୟନରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି।

ଆକର୍ଷଣ ସାଜୁଛି ଡୋକ୍ରା କାଷ୍ଟିଂ

୨୪ଟି ରାଜ୍ୟ ଓ ଓଡ଼ିଶାର ୩୦ ଜିଲାର ସବୁବର୍ଗର ବ୍ୟବସାୟୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ଏସ୍‌ଏଚ୍‌ଜି ସମେତ ଅନେକ ସରକାରୀ ଉଦ୍ୟୋଗ ଓ ପ୍ରତିଷ୍ଠାନ ଏବଂ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି। ବିଶେଷ କରି ଡୋକ୍ରା କାଷ୍ଟିଂ ଷ୍ଟଲରେ ଗ୍ରାହକଙ୍କ ଗହଳି ରହୁଛି। ବିଭିନ୍ନ ଜୀବଜନ୍ତୁ, ଗଛଲତା, ଉପକରଣକୁ ନିଖୁଣ ଭାବେ ପ୍ରସ୍ତୁତ କରାଯାଉଥିବା ବେଳେ ଘର ସଜାଇବାରେ ଏହାକୁ ଆଜିକାଲି ଲୋକ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ରାଜଧାନୀରେ ବିଭିନ୍ନ ସମୟରେ ଲାଗୁଥିବା ମେଳାରେ ମହିଳା ବ୍ୟବସାୟୀମାନେ ଏହି ଷ୍ଟଲ ଲଗାଉଥିବା ବେଳେ ଶିଶିର ସରସ ମେଳାରେ ଅପେକ୍ଷାକୃତ ଅଧିକ ଲାଭବାନ ହେଇପାରିଥିବା ଢେଙ୍କାନାଳର ମା’ ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri