କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ନବୀନ

ଖୋର୍ଦ୍ଧା,୨୩ା୫(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ଏମ୍‌ପି ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସ୍ଥାନୀୟ ହାବେଳି ପଡ଼ିଆରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କହିଥିଲେ। ନବୀନ ଭଲ ତ’ ବୋଲି ଉପସ୍ଥିତ ଜନତାଙ୍କୁ ପଚାରିଥିଲେ। ଏଥିସହ ବିଏସ୍‌କେୱାଇ, ମିଶନ ଶକ୍ତି, ମମତା, କାଳିଆ ଯୋଜନା ଓ ଲକ୍ଷ୍ମୀବସ୍‌ ସେବା ଭଲ କି ବୋଲି ସେ ପ୍ରଶ୍ନ କରିବାରୁ ଜନତା ଏକସ୍ବରରେ ‘ହଁ’ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଜୁଲାଇରୁ ବିଦ୍ୟୁତ୍‌ ବିଲ୍‌ ଆସିବ ନାହିଁ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେ ଅପରାଜିତାଙ୍କୁ ଟାର୍ଗେଟ କରି କହିଲେ, ଏକାମ୍ର ଓ ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଭୁବନେଶ୍ୱର ଏମ୍‌ପି ଚେଷ୍ଟା କରିଥିଲେ।
ସଭାରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ୱର ଏମ୍‌ପି ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି। ଏମ୍‌ପି ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ। ଏମ୍‌ପି କହିିଛନ୍ତି ଯେ, ମନ୍ଦିରକୁ ୱାଟର କୁଲର୍‌ ଦେଇଛନ୍ତି ଓ ଗୋଟିଏ ଫୁଟ ଓଭର ବ୍ରିଜ୍‌ କରିଛନ୍ତି। କିନ୍ତୁ ଏତିକି କାମ ତ ସରପଞ୍ଚ ବି କରିଦେବେ। ଏମ୍‌ପିଙ୍କୁ ଲାଜ ଲାଗିବା କଥା। ଅପରାଜିତା ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଥିଲେ। ବିଭିନ୍ନ ଦାୟିତ୍ୱରେ ରହିଥିଲେ। ସେ ଚାହିଁଥିଲେ ଭୁବନେଶ୍ବର ପାଇଁ ଅନେକ ଯୋଜନା ଆଣିପାରିଥାନ୍ତେ। ଖୋର୍ଦ୍ଧାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ହୋଇପାରିଥାନ୍ତା। ବେଙ୍ଗାଲୁରୁ ଓ ମଧ୍ୟପ୍ରଦେଶର ଭାଜପା ଏମ୍‌ପି ନିଜ ଅଞ୍ଚଳରେ ରିଂ ରୋଡ୍‌ କରିପାରିଲେ। ଭୁବନେଶ୍ୱର ରିଂ ରୋଡ୍‌ ପାଇଁ ଏଯାଏ ଇଟା ଖଣ୍ଡେ ପଡ଼ିନାହିଁ। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀ ଅନେକ ଥର ଚିଠି ଲେଖିଛନ୍ତି। ସଂସଦରେ ଏ ପ୍ରସଙ୍ଗ ଦିନେ ବି ଅପରାଜିତା ଉଠାଇନାହାନ୍ତି। ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହିନାହାନ୍ତି। ନବୀନ ପଟ୍ଟନାୟକ କ’ଣ ସବୁ କରିଛନ୍ତି, ତା’ର ଲମ୍ବା ତାଲିକା ଦେଇଥିଲେ ପାଣ୍ଡିଆନ। ଖୋର୍ଦ୍ଧାରେ ଏକାଧିକ ରାଷ୍ଟ୍ରାୟତ୍ତ କମ୍ପାନୀ ପ୍ରତିଷ୍ଠା, ଶିଳ୍ପ ଅଭିବୃଦ୍ଧି ସହ ସ୍ଥାନୀୟ ନିଯୁକ୍ତି ବଢିବ।
ମଧ୍ୟବିତ୍ତ ମାଲାମାଲ୍‌ ହେବେ। ବିଜେଡି ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସହରାଞ୍ଚଳ ସହିତ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍‌କଓ୍ବୋଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତ ପିଲାଙ୍କ ପାଠପଢା ପାଇଁ ଶିକ୍ଷାଋଣ ଉପରେ ବି ସୁଧ ରିହାତି ମିଳିବ। ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର, ଛାତ୍ରୀଙ୍କ ପାଇଁ ୧୪ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ନିର୍ବାଚନ ଆସିଲେ ଭାଜପା ନେତା ଦେଖାଦେବେ, ପରେ ଆଉ ଦେଖାମିଳିବ ନାହିଁ। ବିଦ୍ୟୁତ୍‌ ବିଲ୍‌ ଛାଡ଼, ମିଶନ ଶକ୍ତି ମାଆଙ୍କୁ ଭତ୍ତା ପ୍ରତିଶ୍ରୁତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ପାଣ୍ଡିଆନ ପ୍ରକାଶ କରିଛନ୍ତି। ଏହି ସଭାରେ ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଜୟଦେବ ପ୍ରାର୍ଥୀ ନବକିଶୋର ମଲ୍ଲିକ, ଜଟଣୀ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ, ଖୋର୍ଦ୍ଧା ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ସମେତ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri