ପରୀ ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ନୟାଗଡ଼ ଜିଲା ଯଦୁପୁର ଗ୍ରାମର ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ୫ ବର୍ଷର ଝିଅ ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପରୀକୁ ନ୍ୟାୟ ମିଳୁ ନ ଥିବା ଅଭିଯୋଗରେ ମାତାପିତା ମଙ୍ଗଳବାର ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବିଧାନସଭା ସୁରକ୍ଷାକର୍ମୀ ଦମ୍ପତିଙ୍କୁ କାବୁକରି ପୋଲିସ ହେପାଜତକୁ ନେଇଥିଲେ। ଏହି ଘଟଣାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ହୋହଲ୍ଲା କରିଥିଲେ। ଏହି ଘଟଣା ଉପରେ ରୁଲିଂ ଦେବା ସହ ବିଧାନସଭାରେ ସରକାର ଉତ୍ତର ରଖିବାକୁ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଉକ୍ତ ଘଟଣା ଉପରେ ବିବୃତି ରଖିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରମନ୍ତ୍ରୀ ବୁଧବାର ଅପରାହ୍ନରେ ନୟାଗଡ଼ ପରୀ ହତ୍ୟାକାଣ୍ଡ ଉପରେ ବିବୃତିି ଦେଇ କହିଛନ୍ତି ଯେ, ଏଜି ଛକରୁ ସଚିବାଳୟ ମାର୍ଗ ଏକ ସାର୍ବଜନୀନ ରାସ୍ତା। ବିଧାନସଭାର ସୁରକ୍ଷା ପାଇଁ ସବୁ ପ୍ରସ୍ତୁତି ସହିତ ସୁରକ୍ଷାବଳୟର ପରିଦର୍ଶନ କରାଯାଇଛି। ନଭେମ୍ବର ୨୪ରେ ଯଦୁପୁର ଗ୍ରାମର ଅଶୋକ କୁମାର ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା କକ୍ଷ ସମ୍ମୁଖରେ ଚାଦର ଘୋଡେଇ ହୋଇ ଆସି ସାଙ୍ଗରେ ବୋତଲରେ ଆଣିଥିବା କିରୋସିନ ନିଜ ଉପରେ ଢାଳୁଥିବା ବେଳେ ବିଧାନସଭା ପାଇଁ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲେ। ତତ୍‌କ୍ଷଣାତ ପୋଲିସ କର୍ମଚାରୀମାନେ ସେମାନଙ୍କଠାରୁ ବୋତଲରେ ଥିବା କିରୋସିନ ଜବତକରି କୌଣସି ପ୍ରକାର ଆତ୍ମଦାହ କରିବା ପୂର୍ବରୁ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲେ। ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିକୁ ନିଆଯାଇଥିଲା।
ସେମାନଙ୍କୁ ପଚରାଉଚରା କରିବାରେ ଜଣାପଡ଼ିଲା ଯେ, ଅଶୋକ ସାହୁ, ଗ୍ରାମ-ଯଦୁପୁର, ଥାନା-ସଦର, ଜିଲା-ନୟାଗଡ଼ ତାଙ୍କ ୫ ବର୍ଷର ଝିଅ ନିଖୋଜ ଥିବାର ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଗତ ଜୁଲାଇ ୧୪ ତାରିଖରେ ଦଫା ୩୬୩ ଆଇପିସି ପରିବର୍ତ୍ତିତ ଦଫା ୩୬୩/୩୬୪/୩୦୨/୩୦୧ରେ ମାମଲା ରୁଜୁ ହୋଇଥିଲା। ସବ୍‌ ଇନ୍‌ସପେକ୍ଟର ଏସ.କେ. ଦାସଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଝିଅର ଅନୁସନ୍ଧାନ ପାଇଁ ଭିଏଚ୍‌ଏଫ୍‌ ବାର୍ତ୍ତା ମାଧ୍ୟମରେ ସମସ୍ତ ଥାନାକୁ ଜଣାଇ ଦିଆଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା। କ୍ରିମିନାଲ ଇଣ୍ଟେଲିଜେନ୍ସ ଗେଜେଟ(ସିଆଇଜି)ରେ ପ୍ରକାଶନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସନ୍ଧାନୀ ପୋଲିସ କୁକୁର ମଧ୍ୟ ନିୟୋଜିତ କରାଯାଇଥିଲା। ଜୁଲାଇ ୨୩ ତାରିଖ ଅପରାହ୍ନ ୪ଟା ୨୦ ମିନିଟ୍‌ରେ ଅଭିଯୋଗକାରୀ ତାଙ୍କ ଘର ପଛପାଖ ପୋଖରୀର ଉତ୍ତରପଟ ବନ୍ଧରେ ତାଙ୍କ ଝିଅର ଶବ ପଚାଶଢ଼ା ଅବସ୍ଥାରେ ଏକ ଅଖା ଭିତରେ ବନ୍ଧାହୋଇ ପଡ଼ିଥିବାର ଦେଖିଥିଲେ। ସଦର ଥାନା ଇନ୍ସପେକ୍ଟର ରୀନାରାଣୀ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାଯାଏ ଯେ, ଦୁର୍ବୃତ୍ତମାନେ ଝିଅଟିକୁ ଅପହରଣ କରି ହତ୍ୟା କରିଛନ୍ତି। ତେଣୁ ମକଦ୍ଦମାଟିକୁ ଦଫା ୩୬୩/୩୬୪/୩୦୨/୨୦୧ ଆଇପିସିକୁ ରୂପାନ୍ତରିତ କରାଯାଇଥିଲା। ସଦର ଥାନା ଇନ୍ସପେକ୍ଟର ଉକ୍ତ ମାମଲାର ତଦନ୍ତ ଭାର ତୁରନ୍ତ ଏସ୍‌.ଆଇ ଏସ.କେ. ଦାସଙ୍କଠାରୁ ଗ୍ରହଣ କରିଥିଲେ। କ୍ରାମଇବ୍ରାଞ୍ଚର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ଜୁଲାଇ ୨୪ ତାରିଖ ଦିନ ୯ଟାରେ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଘରଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଶବ ଅନୁସନ୍ଧାନ କରାଯାଇଥିଲା। ଏସ୍‌ସିବି ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌କର୍ଟ ପାର୍ଟି ସହାୟତାରେ ପଠାଯାଇ ଏକ ଡାକ୍ତରୀ ଦଳଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତର ଦର୍ଶାଇଥିଲେ ଯେ, ଉକ୍ତ ଶବ ୫ରୁ ୬ ବର୍ଷର ନାବାଳିକାଙ୍କର ଥିଲା। ଶବ ପଚିଶଢ଼ି ଯାଇଥିବାରୁ ମୃତ୍ୟୁ ପୂବରୁ ଯୌନ ନିର୍ଯାତନା ଦିଆଯାଇଥିଲା କି ନାହିଁ ନିର୍ଦ୍ଧାରଣ କରାଯାଇ ପାରି ନ ଥିଲା। ଉକ୍ତ ନାବାଳିକାଙ୍କର ମୃତ୍ୟୁ ଗୋଟିଏ ସପ୍ତାହ ପୂର୍ବରୁ ହୋଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଏଥିସହିତ ଭୁବନେଶ୍ୱରଠାରେ ଥିବା ରାଜ୍ୟ ଫୋରେନସିକ୍‌ ସାଇନ୍ସ ଲାବରେଟୋରିରେ ଡିଏନ୍‌ଏ ପରୀକ୍ଷା କରି ମୃତ ଝିଅର ମାତାପିତାଙ୍କ ନମୁନା ସହ ମ୍ୟାଚ କରାଯାଇଥିଲା। ମୃତକ ଆବେଦନକାରୀଙ୍କ ଝିଅ ବୋଲି ପ୍ରମାଣିତ ହୋଇଥିଲା ।
ଏହି ଘଟଣାରେ ସନ୍ଦିଗ୍ଧ ୪ ଜଣଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ କଲ୍‌ ରେକର୍ଡକୁ ତର୍ଜମା କରାଯାଇଛି। ନୟାଗଡ଼ ଜିଲାର ବିଭିନ୍ନ ବ୍ୟାଙ୍କରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ତନଖି କରାଯାଇଛି। ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚରା କରାଯାଇଥିଲା। ମକଦ୍ଦମାଟିକୁ ଏସ୍‌ଡିପିଓ ନୟାଗଡ଼ ତଦାରଖ କରୁଛନ୍ତି। ତାହା ବିିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri