Posted inଖେଳ

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ ଏହି କ୍ରିକେଟର୍‌ଙ୍କ ପୁଅ

ନୂଆଦିଲ୍ଲୀ,୧୧।୧୧:ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆର୍ଯ୍ୟନ ବଙ୍ଗର ତାଙ୍କ ନାମ ଅନାୟା ବାଙ୍ଗର କରିଛନ୍ତି। ଅନାୟା ନିଜ ଇନଷ୍ଟାଗ୍ରାମରେ ନିଜର ଯାତ୍ରା ବିଷୟରେ ପ୍ରକାଶ କରିଛନ୍ତି।

ଆର୍ଯ୍ୟନ ଲିଙ୍ଗ ଅସ୍ତ୍ରୋପଚାର ପରେ ତାଙ୍କ ହରମୋନ ପରିବର୍ତ୍ତନ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ହରମୋନ ରିପ୍ଲେସମେଣ୍ଟ ଥେରାପି (ଏଚ୍‌ଆର୍‌ଟି)ର ପ୍ରଭାବ ବିଷୟରେ କହିଥିଲେ। ଅନାୟା ଅସ୍ତ୍ରୋପଚାର ହେବାର ୧୧ ମାସ ବିତିଗଲାଣି।

ଅନାୟା କହିଛନ୍ତି, ବୃତ୍ତିଗତ ଭାବରେ କ୍ରିକେଟ ଖେଳିବାର ମୋର ସ୍ବପ୍ନ ସବୁବେଳେ ଅସୁବିଧାରେ ପରିପୂର୍ଣ୍ଣ ଥିଲା। ସକାଳ ଓ ସନ୍ଧ୍ୟାରେ କଠିନ ପରିଶ୍ରମ କରିବା, ପଡ଼ିଆରେ ଅଭ୍ୟାସ କରିବା ଏବଂ ଅନ୍ୟମାନଙ୍କ ସମାଲୋଚନାର ସମ୍ମୁଖୀନ ହେବା ପାଇଁ ମୋତେ ପ୍ରତ୍ୟେକ ପଦକ୍ଷେପରେ ସଂଘର୍ଷ କରିବାକୁ ପଡୁଥିଲା।

ଅନାୟା ଆହୁରି ମଧ୍ୟ କହିଛନ୍ତି, କିନ୍ତୁ କ୍ରିକେଟ ବ୍ୟତୀତ ଅନ୍ୟ ଏକ ଯାତ୍ରା ଥିଲା – ମୋର ପ୍ରକୃତ ପରିଚୟ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କାରଣ ମୋତେ ବୁଝିବା ଏବଂ ମୋର ପ୍ରକୃତ ପରିଚୟ ଗ୍ରହଣ କରିବା ପାଇଁ ମୋତେ ଅନେକ କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିଥିଲା।
ଆର୍ଯ୍ୟାନଙ୍କ ପିତା ସଞ୍ଜୟ ବାଙ୍ଗର ନିଜେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଅଟନ୍ତି। ସେ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଭାରତୀୟ ଦଳର ବ୍ୟାଟିଂ କୋଚ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଆଇପିଏଲ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ କୋଚଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସଞ୍ଜୟ ବଙ୍ଗର ୧୨ଟି ଟେଷ୍ଟ ମ୍ୟାଚ ଏବଂ ୧୫ଟି ଦିନିକିଆ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।

 

View this post on Instagram

 

A post shared by Anaya Bangar (@anayabangar)


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri