Posted inଖେଳ

ଡ୍ରେସିଂ ରୁମ୍‌କୁ ଫେରି ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ସ୍ତ୍ରୀ କଲେ ଖୁଲାସା

ବ୍ରିସ୍‌ବେନ୍‌,୧୪।୧: ବର୍ଡର-ଗାଭାସ୍କର ଟ୍ରଫିର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ସିଡନୀ ଖେଳାଯାଇଥିବା ଡ୍ର ରହିବା ପରେ ସିରିଜ ୧-୧ରେ ରହିଛି। ସିଡନୀ ଟେଷ୍ଟ ଡ୍ରରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଡ଼ ହାତ ଥିଲା। ସେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଶ୍ୱିନ ୧୨୮ ବଲ ସମ୍ମୁଖରେ ଅପରାଜିତ ୩୯ ରନର କରିଥିଲେ ଏବଂ ହନୁମା ବିହାରୀଙ୍କ ସହ ୨୫୯ ବଲ ଖେଳି ସେ। ଅଶ୍ୱିନଙ୍କ ଏହି ଇନିଂସ ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ୟତମ ବିଶେଷ ପାଳି ଥିଲା। କାରଣ ସେ ଏହି ସମୟରେ ଅସହ୍ୟ ପିଠି ଯନ୍ତ୍ରଣା ଦେଇ ଗତି କରୁଥିଲେ। ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ଅଶ୍ୱିନ କଷ୍ଟ ସତ୍ତ୍ୱେ ସେ ପଞ୍ଚମ ଦିନରେ ବ୍ୟାଟିଂ କରିବାକୁ ବାହାରିଥିଲେ। ସିଡନୀ ଟେଷ୍ଟ ପରେ ତାଙ୍କ ସ୍ତ୍ରୀ ପ୍ରୀତି ଅଶ୍ୱିନ ଭାବପ୍ରବଣ ହୋଇପଡିଛନ୍ତି। ମ୍ୟାଚ ସରିବା ପରେ ଅଶ୍ୱିନ ହୋଟେଲ ରୁମକୁ ଆସିବା ପରେ ପ୍ରବଳ କାନ୍ଦିଥିଲେ। ମ୍ୟାଚ୍‌ର ଶେଷ ଦିନ ପୂର୍ବ ରାତିରେ ମୁଁ ମୋର ଦୁଇ ଝିଅଙ୍କ ସହିତ ଅଲଗା କୋଠରୀରେ ଶୋଇଛି ଯାହା ଦ୍ୱାରା ଅଶ୍ୱିନ ସମ୍ପୂର୍ଣ୍ଣ ବିଶ୍ରାମ ପାଇପାରିବେ। ସିଡନୀ ଟେଷ୍ଟର ପଞ୍ଚମ ଦିନ ସକାଳେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିଲେ। ଅଶ୍ୱିନ ମୋତେ କହିଥିଲେ ଯେ, ମୁଁ ଭାବୁଛି ମୋତେ ଫିଜିଓ ରୁମକୁ ଯିବାକୁ ପଡିବ। ସୌଭାଗ୍ୟବଶତ ଫିଜିଓର କୋଠରୀ ଆମ ପାଖରେ ଥିଲା। ସେ ସମୟରେ ଅଶ୍ୱିନ ସିଧା ଠିଆ ହୋଇପାରୁ ନ ଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି କାରଣ ମୁଁ ଅଶ୍ୱିନଙ୍କୁ ଏହିପରି ଦେଖି ନ ଥିଲି। ମୁଁ ଅଶ୍ୱିନଙ୍କୁ ପଚାରିଲି ତୁମେ କିପରି ବ୍ୟାଟିଂ କରିବ, ସେ ଉତ୍ତର ଦେଲେ – ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଏକ ସମାଧାନ ଖୋଜିବି। ତା’ପରେ ଆମ ଝିଅ ଆଦ୍ୟା କହିଲା – ବାପା, ଆଜି ଛୁଟି ନିଅ। ଅଶ୍ୱିନ ରୁମରୁ ଯାଇଥିଲେ, ମୁଁ ଅନୁଭବ କଲି ଯେ କିଛି ଘଣ୍ଟା ପରେ ଏକ କଲ ଆସିବ ଯେ ଅଶ୍ୱିନଙ୍କୁ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି। କିନ୍ତୁ ଓଲ୍‌ଟା ହୋଇଥିଲା। ସେ ବ୍ୟାଟିଂ କରିବାକୁ ପଡିଆକୁ ଯାଇ ମ୍ୟାଚ୍‌ ବଞ୍ଚାଇ ଥିଲେ। ମ୍ୟାଚ୍‌ ପରେ ହୋଟେଲ୍‌ ରୁମ୍‌କୁ ଆସି ସେ ପ୍ରବଳ ହସିବା ସହ କାନ୍ଦିଥିଲେ। ଆଖିରେ ପ୍ରବଳ ଲୁହ ଥିଲେ ମଧ୍ୟ ଚେହେରାରେ ଖୁସି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri