Posted inଖେଳ

ଡ୍ରେସିଂ ରୁମ୍‌କୁ ଫେରି ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ସ୍ତ୍ରୀ କଲେ ଖୁଲାସା

ବ୍ରିସ୍‌ବେନ୍‌,୧୪।୧: ବର୍ଡର-ଗାଭାସ୍କର ଟ୍ରଫିର ଆଉ ଗୋଟିଏ ମ୍ୟାଚ୍‌ ବାକି ଅଛି। ସିଡନୀ ଖେଳାଯାଇଥିବା ଡ୍ର ରହିବା ପରେ ସିରିଜ ୧-୧ରେ ରହିଛି। ସିଡନୀ ଟେଷ୍ଟ ଡ୍ରରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଡ଼ ହାତ ଥିଲା। ସେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଶ୍ୱିନ ୧୨୮ ବଲ ସମ୍ମୁଖରେ ଅପରାଜିତ ୩୯ ରନର କରିଥିଲେ ଏବଂ ହନୁମା ବିହାରୀଙ୍କ ସହ ୨୫୯ ବଲ ଖେଳି ସେ। ଅଶ୍ୱିନଙ୍କ ଏହି ଇନିଂସ ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ୟତମ ବିଶେଷ ପାଳି ଥିଲା। କାରଣ ସେ ଏହି ସମୟରେ ଅସହ୍ୟ ପିଠି ଯନ୍ତ୍ରଣା ଦେଇ ଗତି କରୁଥିଲେ। ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ଅଶ୍ୱିନ କଷ୍ଟ ସତ୍ତ୍ୱେ ସେ ପଞ୍ଚମ ଦିନରେ ବ୍ୟାଟିଂ କରିବାକୁ ବାହାରିଥିଲେ। ସିଡନୀ ଟେଷ୍ଟ ପରେ ତାଙ୍କ ସ୍ତ୍ରୀ ପ୍ରୀତି ଅଶ୍ୱିନ ଭାବପ୍ରବଣ ହୋଇପଡିଛନ୍ତି। ମ୍ୟାଚ ସରିବା ପରେ ଅଶ୍ୱିନ ହୋଟେଲ ରୁମକୁ ଆସିବା ପରେ ପ୍ରବଳ କାନ୍ଦିଥିଲେ। ମ୍ୟାଚ୍‌ର ଶେଷ ଦିନ ପୂର୍ବ ରାତିରେ ମୁଁ ମୋର ଦୁଇ ଝିଅଙ୍କ ସହିତ ଅଲଗା କୋଠରୀରେ ଶୋଇଛି ଯାହା ଦ୍ୱାରା ଅଶ୍ୱିନ ସମ୍ପୂର୍ଣ୍ଣ ବିଶ୍ରାମ ପାଇପାରିବେ। ସିଡନୀ ଟେଷ୍ଟର ପଞ୍ଚମ ଦିନ ସକାଳେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିଲେ। ଅଶ୍ୱିନ ମୋତେ କହିଥିଲେ ଯେ, ମୁଁ ଭାବୁଛି ମୋତେ ଫିଜିଓ ରୁମକୁ ଯିବାକୁ ପଡିବ। ସୌଭାଗ୍ୟବଶତ ଫିଜିଓର କୋଠରୀ ଆମ ପାଖରେ ଥିଲା। ସେ ସମୟରେ ଅଶ୍ୱିନ ସିଧା ଠିଆ ହୋଇପାରୁ ନ ଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି କାରଣ ମୁଁ ଅଶ୍ୱିନଙ୍କୁ ଏହିପରି ଦେଖି ନ ଥିଲି। ମୁଁ ଅଶ୍ୱିନଙ୍କୁ ପଚାରିଲି ତୁମେ କିପରି ବ୍ୟାଟିଂ କରିବ, ସେ ଉତ୍ତର ଦେଲେ – ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଏକ ସମାଧାନ ଖୋଜିବି। ତା’ପରେ ଆମ ଝିଅ ଆଦ୍ୟା କହିଲା – ବାପା, ଆଜି ଛୁଟି ନିଅ। ଅଶ୍ୱିନ ରୁମରୁ ଯାଇଥିଲେ, ମୁଁ ଅନୁଭବ କଲି ଯେ କିଛି ଘଣ୍ଟା ପରେ ଏକ କଲ ଆସିବ ଯେ ଅଶ୍ୱିନଙ୍କୁ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି। କିନ୍ତୁ ଓଲ୍‌ଟା ହୋଇଥିଲା। ସେ ବ୍ୟାଟିଂ କରିବାକୁ ପଡିଆକୁ ଯାଇ ମ୍ୟାଚ୍‌ ବଞ୍ଚାଇ ଥିଲେ। ମ୍ୟାଚ୍‌ ପରେ ହୋଟେଲ୍‌ ରୁମ୍‌କୁ ଆସି ସେ ପ୍ରବଳ ହସିବା ସହ କାନ୍ଦିଥିଲେ। ଆଖିରେ ପ୍ରବଳ ଲୁହ ଥିଲେ ମଧ୍ୟ ଚେହେରାରେ ଖୁସି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri