ଶହୀଦ ମିନାରରେ ଉଡ଼ୁଛି ଫଟା ତ୍ରିରଙ୍ଗା

ପାପଡାହାଣ୍ଡି, ୧୪।୪(ଡି.ଏନ୍‌.ଏ.): ଉଦଘାଟନର ଚାରି ମାସ ପରେ ଫାଟିଗଲା ଶହୀଦ ମିନାରରେ ଲାଗିଥିବା ପତାକା। ଶହୀଦ ମୀନାରରେ ଏବେ ଉଡୁଛି ଫଟା ତ୍ରିରଙ୍ଗା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବୁଧବାର ସାରେ ତରବରିଆ ଭାବେ ପତକାକୁ ଅଧା ତଳକୁ କରି ରଖାଯାଇଛି। ରାଜ୍ୟ ଶହୀଦ ସ୍ମୃତି କମିଟି ସଭାପତି ମନୋରଞ୍ଜନ ତ୍ରିପାଠୀ ଘଟଣାକୁ ନିନ୍ଦା କରିଛନ୍ତି। ଏହାର ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।
ମସିହାର ଭାରତ ଛାଡ଼ ଆନ୍ଦୋଳନର ମୁକ ସାକ୍ଷୀ ହେଉଛି ପାପଡାହାଣ୍ଡି ଶହୀଦ ମିନାର। ପ୍ରତିବର୍ଷ ଅଗଷ୍ଟ ୨୪ରେ ଏହାକୁ ମନେ ପକାଇ ଜିଲା ପ୍ରଶାସନ ପାଳୁଛି ଶହୀଦ ଦିବସ। ହେଲେ ପରବର୍ତୀ ପର୍ଯ୍ୟାରେ ଭୁଲି ଯାଉଛି ଏହାର ରକ୍ଷାଣ ବେକ୍ଷଣ। ଗତ ଡିସେମ୍ବର ୩ରେ ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ପାଣ୍ଠିରୁ ୧୦ଲକ୍ଷ ବ୍ୟାୟ କରି ଶହୀଦ ମୀନାରର ୧୦୦ଫୁଟ ଉଚ୍ଚରେ ତ୍ରିରଙ୍ଗା ଲଗାଯାଇଥିଲା। ଏହାକୁ ଦେଖିବାକୁ ଜିଲାର କୋଣ ଅନୁକୋଣରୁ ଲୋକଙ୍କ ସମାଗମ ହେଉଥିଲା। ହେଲେ ବିଡ଼ମ୍ବନାରା ବିଷୟ ୪ମାସ ଭିତରେ ତ୍ରିରଙ୍ଗା ପତକା ଫାଟି ଯାଇଛି। ଏହାକୁ ଦେଖି ଲୋକେ ଅସନ୍ତୋଷ ଜାହିର କରୁଛନ୍ତି। ଖରା, ବର୍ଷା ଓ ଶୀତରେ ବି ପତକାକୁ କିଛି ହେବ ନାହିଁ ବୋଲି ଆଲୋଚନା ହେଉଥିଲା। ପତକାର ସ୍ଥାୟୀତ୍ୱକୁ ନେଇ ଏବେ ସନ୍ଦେହ ବଢିଯାଇଛି। ସୋସିଆଲ ମିଡିଆରେ ଫଟା ପତାକାକୁ ନେଇ ଭିଡିଓ ଭାଇରଲ ହେଉଛି। ଏହାର ତଦନ୍ତ କରିବାକୁ ଦାବି ହୋଇଛି । ଏ ନେଇ ବିଡ଼ିଓ ରଞ୍ଜିତା ମଲିକଙ୍କୁ ପଚାରିବାରୁ ଆଇଟିଡ଼ିଏ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି । ଘଟଣା ସମ୍ପର୍କରେ ପିଏ ଆଇଟିଡ଼ିଏଙ୍କୁ ଜଣାଇଛି ବୋଲି ସେ କହିଛନ୍ତି।