କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା

ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍‌କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କନ୍ୟାଶ୍ରମରେ କ୍ରୀଡା ଶିକ୍ଷୟିତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଟଟ୍‌ ନୋଟ ଜବତ କରିଛି। ତାଙ୍କ ମୋବଇଲକୁ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଶୁକ୍ରବାର ତନୁଜା ନିଜ ସ୍କୁଲ ପିଲାଙ୍କୁ ଖେଳାଇବାକୁ କୋରାପୁଟ ନେଇଥିଲେ ସନ୍ଧ୍ୟାରେ ଫେରିଥିଲେ। ଶନିବାର ମଧ୍ୟାହ୍ନ ୧ରୁ ୨ଟା ଭିତରେ ନିଜ ରୁମ୍‌ ଫ୍ୟାନ୍‌ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା, ସବଇନ୍ସିପେକ୍ଟର ଖଗେଶ୍ବର ଖସଲା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ପୋଲିସକୁ ଇଂରାଜୀ ଓ ବଙ୍ଗଳା ଭାଷାରେ ଲିଖିତ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି। ମା, ବାପା ଓ ସମସ୍ତେ ମିଳିମିଶି ରୁହନ୍ତୁ ବୋଲି ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ପୋଲିସ ତନୁଜାଙ୍କ ମୋବାଇଲକୁ ଜବତ କରିଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଉମରକୋଟ ହସ୍ପିଟାଲକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତନୁଜାଙ୍କ ଆତ୍ମହତ୍ୟା ଖବର ପ୍ରଚାର ହେବା ପରେ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ଉମରକୋଟ ହସ୍ପିଟାଲରେ ଏକତ୍ରିତ ହୋଇଥିଲେ। ସାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ତେବେ ଆତ୍ମହତ୍ୟା ପଛରେ ପାରିବାରିକ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ତାହା ପୋଲିସ ତଦନ୍ତ କରୁଛି ବୋଲି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ଉମରକୋଟ ଥାନା ର ସବ ଇନ୍ସପେକ୍ଟର ଖଗେଶ୍ବର ଖସଲା ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ୫୨/୨୨ରେ ଏକ କେସ୍‌ ରୁଜୁ କରାଯାଇଛି।