Categories: ଫୁରସତ

ହାତୀକୁ ଦେଖି ଦେଇ ଡରି ପଳାଉଥିଲା ଗାଈ, ପରେ ଘଟିଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଗାଈ ହାତୀର ଖାଦ୍ୟକୁ ଖାଉଥିବା ଦେଖିବାକୁ ମିଳିଛି। ପରେ ଗାଈ ହାତୀକୁ ଦେଖି ଡରିଯାଇ ଘୁଞ୍ଚି ଆସୁଛି। ଏହା ଦେଖିପାରି ହାତୀ ତାହା ପାଖକୁ ଖାଦ୍ୟ ପକାଉଛି।

ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share