ଦେବଦମ୍ପତିଙ୍କ ବିବାହ ଆଜି

ସମ୍ବଲପୁର,୪ା୬ (ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଛି। ମାତା ପାର୍ବତୀ ଓ ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀ ଗୋପୀନାଥ ଶୁକ୍ରବାର ନନ୍ଦପଡାରେ ପହଞ୍ଚତ୍ଥିଲେ। ସାକ୍ଷୀପଡା ଗୋପୀନାଥ ମନ୍ଦିରରୁ ଠାକୁର ସନ୍ଧ୍ୟାରେ ବାହାରି ନଗର ପରିକ୍ରମା କରିଛନ୍ତି। ଏହି ସମୟରେ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ମୁଖରିତ ହୋଇଥିଲା ସହର।
ଭକ୍ତଙ୍କ କାନ୍ଧରେ ସାକ୍ଷୀ ଗୋପୀନାଥ ଦୁଲଦୁଲି ବାଜା ସହ ସ୍ବତନ୍ତ୍ର ବିମାନରେ ଆରୁଢ ହୋଇ ବାଲୁଙ୍କେଶ୍ୱର ମନ୍ଦିର ଅଭିମୁଖେ ବାହାରିଥିଲେ। ବାଟରେ ମହିଳା, ପୁରୁଷ ଭକ୍ତମାନେ ଘର ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ। ସାକ୍ଷୀପଡା, ଅଶୋକା ଟକିଜ ଛକ, ବୀର ସୁରେନ୍ଦ୍ର ସାଏ ମାର୍ଗ, ଲକ୍ଷ୍ମୀ ଟକିଜ, ଗୋଲବଜାର ଛକ, ସାନସଡକ, ମହାନ୍ତିପଡା ଛକ ପରିକ୍ରମା କରି ରାତି ସାଢ଼େ ୮ଟାରେ ନନ୍ଦପଡାରେ ପହଞ୍ଚିଥିଲେ। ଭକ୍ତମାନେ ଠାକୁରଙ୍କୁ ବନ୍ଦାଣ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ଠାକୁରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଶନିବାର ମାହେନ୍ଦ୍ର ବେଳାରେ ଜଗତ୍‌ଜନନୀ ମାତା ପାର୍ବତୀ ଓ ବାଲୁଙ୍କେଶ୍ୱରଙ୍କ ବିବାହ ହେବ।
ଏହି ଦେବ ବିବାହରେ ଠାକୁର ସାକ୍ଷୀ ହେବା ସହ ଦେବଦମ୍ପତିଙ୍କ ମୁଖ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିବେ। ପରମ୍ପରାନୁସାରେ ସାତଦିନ ପର୍ଯ୍ୟନ୍ତ ଠାକୁର ନନ୍ଦପଡାଠାରେ ରହିବେ। ଦେବଦମ୍ପତିଙ୍କ ବିବାହ ପାଇଁ ବିଭିନ୍ନ ଶୈବପୀଠ ଓ ବିବାହ ମଣ୍ଡପଗୁଡିକ ରଙ୍ଗିନ ଆଲୋକମାଳାରେ ଝଟକି ଉଠିଛି। ଉତ୍ସବରେ ଯୋଗଦେବା ପାଇଁ ଜିଲା, ରାଜ୍ୟ ଓ ରାଜ୍ୟ ବାହାରୁ ବନ୍ଧୁବାନ୍ଧବ ସମ୍ବଲପୁରରେ ପହଞ୍ଚତ୍ ସାରିଛନ୍ତି। କନ୍ୟା ମାତାପିତାଙ୍କ ଅସ୍ଥାୟୀ ବାସଭବନରେ ମଧ୍ୟ ଭିଡ ଜମିଛି। ବିବାହ ମଣ୍ଡପକୁ ଫୁଲ, ଆମ୍ବଡାଳ ଓ ବେଳପତ୍ରରେ ସଜ୍ଜିତ କରିବାରେ ଲାଗିପଡିଛନ୍ତି। ନନ୍ଦପଡା ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା ଓ ମୁଦିପଡା ଜାଗେଶ୍ୱର ବାବା, ବାଲିବନ୍ଧା ସୋମନାଥ ବାବା, ବୁଢାରଜା ମହାଦେବ, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଗୁଡେଶ୍ୱର ବାବା, ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କର ତାରକେଶ୍ୱର ବାବା, ଫାଟକ ମହାକାଳେଶ୍ୱର ପ୍ରଭୃତି ଶୈବପୀଠ ରଙ୍ଗିନ ଆଲୋକମାଳାରେ ଝଟକୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri