Posted inଜାତୀୟ

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର ହିମ୍ମତ ନଗର ଅଞ୍ଚଳରୁ ଏହି ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। କୋଟିପତି ବ୍ୟବସାୟୀ ଭାବେଶ ଭଣ୍ଡାରୀ ଓ ତାଙ୍କ ସ୍ତ୍ରୀ ସମସ୍ତ ସାଂସାରିକ ମୋହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତିଙ୍କ ସନ୍ନ୍ୟାସୀ ନେବା ପଛରେ ତାଙ୍କର ପୂଅ ଓ ଝିଅ ରହିଥିବା କୁହାଯାଉଛି। ୨ ବର୍ଷ ତଳେ ତାଙ୍କ ୧୯ ବର୍ଷର ଝିଅ ଓ ୧୬ ବର୍ଷର ପୁଅ ଜୈନଧର୍ମର ସନ୍ନ୍ୟାସୀ ଦୀକ୍ଷା ନେଇଥିଲେ।ପୁଅ ଓ ଝିଅ ଦୀକ୍ଷା ନେବା ପରେ ଏହି ଦମ୍ପତିଙ୍କର ସାଂସାରିକ ଜୀବନରୁ ମୋହ ଭଙ୍ଗ ଘଟିଛି। ସନ୍ୟାସୀ ଭାବେ ସରଳ ଓ ସଂଯମତାର ନିଜର ପରବର୍ତ୍ତୀ ଜୀବନ ଅତିବାହିତ କରିବାକୁ ଉଭୟ ଭାବେଶ ଓ ତାଙ୍କ ସ୍ତ୍ରୀ ଜିନଲ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ରେ ଭାବେଶ ନିଜ ସ୍ତ୍ରୀଙ୍କ ସହ ଅହମଦାବାଦ ରିଭରଫ୍ରଣ୍ଟଠାରେ ଜୈନଧର୍ମର ଦୀକ୍ଷା ନେବେ। ଦୀକ୍ଷା ନେବା ପରେ ଉଭୟ ସମ୍ପୂର୍ଣ୍ଣ ଭାବେ ପାରିବାରିକ ସମ୍ପର୍କରୁ ମୁକ୍ତ ହେବେ ବୋଲି ଭାବେଶ ସୂଚନା ଦେଇଛନ୍ତି। ସେହିପରି ଏହି ଦମ୍ପତି ନିଜ ସହ କୌଣସି ବିଳାସପୂର୍ଣ୍ଣ ସାମଗ୍ରୀ ରଖିପାରିବେ ନାହିଁ। ସବୁବେଳେ ଖାଲିପାଦରେ ଚାଲିବା ସହ କେବଳ ଭିକ୍ଷାବୃତ୍ତି କରି ଉଭୟେ ନିଜର ଗୁଜରାଣ ମେଣ୍ଟାଇବେ। ସନ୍ନ୍ୟାସୀ ଦୀକ୍ଷା ନେବା ପରେ ସେମାନଙ୍କୁ ଧଳାବସ୍ତ୍ର ପରିଧାନ କରି ଅହିଂସା ମାର୍ଗ ଆପଣାଇବାକୁ ପଡ଼ିବ ବୋଲି ଭାବେଶ ସୂଚନା ଦେଇଛନ୍ତି। ସୋମବାର ଏହି ଭଣ୍ଡାରୀ ଦମ୍ପତ୍ତି ହିମ୍ମତ ନଗର ଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ନିଜର ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀକୁ ଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଅନୁରୂପ ଭାବେ ଗୁଜରାଟର ଜଣେ କୋଟିପତି ହୀରା ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ। ସେହିପରି ୨୦୧୭ରେ ମଧ୍ୟପ୍ରଦେଶର ଏକ ଧନୀ ଦମ୍ପତି ନିଜ ୧୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବା ସହ ୩ ବର୍ଷର ଝିଅ ସହ ସନ୍ନ୍ୟାସ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri