ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ଏହି ଦମ୍ପତି

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଦୁହିଁଙ୍କର ଏହି ଫିଲ୍ମଟି ସେପ୍ଟେମ୍ବର ୯ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହାରି ମଧ୍ୟରେ ଏହି ଦମ୍ପତି ଗୁରୁବାର ମୁମ୍ବାଇ ବିମାନ ବନ୍ଦରରେ ନଜର ଆସିଥିଲେ। ଦୁହେଁ କାଜୁଆଲ ଲୁକ୍‌ରେ ଥିଲେ। ରଣବୀର ଜିନ୍ସ ସହିତ ଏକ ଟି-ସର୍ଟ ପିନ୍ଧିଥିବା ବେଳେ ଆଲିଆ ଏକ କଳା ରଙ୍ଗର ମିନି ଡ୍ରେସରେ ସୁନ୍ଦର ଦେଖାଯାଉଥିଲେ।
ଏହି ଦମ୍ପତି ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଉ ଜୁନ୍‌ରେ ସେ ତାଙ୍କର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ ଯେ, ସେ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା।

Share