ବ୍ୟାଗ କିଣିବାକୁ ଆସି ଲୁଟ୍‌ କରିବା ଘଟଣା: ନଗଦ ଅର୍ଥ ସହ ସୁନା ଅଳଙ୍କାର ଫେରିପାଇଲେ ଦମ୍ପତି

ସୋରଡ଼ା,୨୪ା୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେବା ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତମାନଙ୍କୁ ଗିରଫ ସହ ଲୁଟ୍‌ ସୁନା ଟଙ୍କା ଜବତ କରିଛି। ତେବେ ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ ବଡ଼ଦାଣ୍ଡର ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରକୁ ଯାଇ ସମସ୍ତ ଉଦ୍ଧାର ଟଙ୍କା,ସୁନା ଫେରାଇଛି। ୨୨ ଭରି ସୁନା ଅଳଙ୍କାର,ନଗଦ ୨୮୯୦୦୦ ( ଦୁଇଲକ୍ଷ ଅଣାନବେ ହଜାର ),୨ ଟି ମୋବାଇଲକୁ ସାର୍ବସାଧାରଣଙ୍କ ଉପସ୍ଥିତିରେ ଆଇଆଇସି ରମେଶ କୁମାର ପ୍ରଧାନ,ଏସ୍‌ଆଇ କୈଳାସ ଚନ୍ଦ୍ର ସାହୁ,ସୁକାନ୍ତି ଦେଇ ପ୍ରମୁଖ ଦୀନବନ୍ଧୁଙ୍କ ହାତରେ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ା୬ା୨୩ରେ ବ୍ୟାଗ୍‌ କିଣିବା ବହାନାରେ ଦୀନବନ୍ଧୁଙ୍କ ଦୋକାନରେ ପଶି ଖାରିଗଡ଼ା ଗ୍ରାମର ସୁଧାଂଶୁ କୁମାର ଗଉଡ,ସନାତନ ଗଉଡ଼,ଉମା ଗଉଡ଼ ୩ ଯୁବକ ବନ୍ଧୁକ ଦେଖାଇ ଲୁଟ୍‌ କରିଥିଲେ। ପୋଲିସ ଦୀନବନ୍ଧୁଙ୍କ ଏତଲାକୁ ଭିତ୍ତିକରି ୨୬୫/୨୦୨୩ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ୪ ଦିନରେ ସେମାନଙ୍କୁ ଧରି ସୁନା,ଅର୍ଥ ଜବତ କରି କୋର୍ଟ ଚାଲାଣ କରିଥିଲା। ଯୁବକମାନେ ନିଜ ବ୍ୟାଙ୍କ ଖାତାରେ ୨୭୦୦୦ ଟଙ୍କା ଜମା କରିଥିଲେ। ଶୁକ୍ରବାର ସେମାନଙ୍କୁ ରିମାଣ୍ଡରେ ଆଣି ବ୍ୟାଙ୍କରୁ ଅର୍ଥ ଉଠାଯାଇଥିଲା। ଶନିବାର ସକାଳୁ ସମସ୍ତ ଜିନିଷ ଫେରାଯାଇଛି । ଲୁଟ୍‌ ଜିନିଷ, ଅର୍ଥ ପାଇ ଦୀନବନ୍ଧୁ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ସେହିପରି ଗତ ୧୪ା୫ା୨୩ ମଧ୍ୟାହ୍ନରେ ଏମାନେ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଦାରିଙ୍ଗବାଡିର ଦମ୍ପତି ବିକ୍ରମ କିଶୋର ପଟ୍ଟନାୟକ ଓ ସାଗରପ୍ରିୟା ପଟ୍ଟନାୟକଙ୍କୁ ଅଟକାଇ ସୁନା ଚେନ ଲୁଟିନେଇଥିଲେ। ଯାହାକି କେସ ନମ୍ବର ୨୧୧/୨୩ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଚେନ୍‌କୁ ଆସ୍କାର ଏକ ଘରୋଇ ବ୍ୟାଙ୍କରେ ବନ୍ଧା ପକାଇ ଦେଇଥିଲେ। ତାକୁ ମଧ୍ୟ ଉଦ୍ଧାର କରି ଶନିବାର ଥାନା ପରିସରରେ ଦମ୍ପତିଙ୍କୁ ହସ୍ତାନ୍ତର କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri