ବ୍ୟାଗ କିଣିବାକୁ ଆସି ଲୁଟ୍‌ କରିବା ଘଟଣା: ନଗଦ ଅର୍ଥ ସହ ସୁନା ଅଳଙ୍କାର ଫେରିପାଇଲେ ଦମ୍ପତି

ସୋରଡ଼ା,୨୪ା୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେବା ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତମାନଙ୍କୁ ଗିରଫ ସହ ଲୁଟ୍‌ ସୁନା ଟଙ୍କା ଜବତ କରିଛି। ତେବେ ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ ବଡ଼ଦାଣ୍ଡର ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରକୁ ଯାଇ ସମସ୍ତ ଉଦ୍ଧାର ଟଙ୍କା,ସୁନା ଫେରାଇଛି। ୨୨ ଭରି ସୁନା ଅଳଙ୍କାର,ନଗଦ ୨୮୯୦୦୦ ( ଦୁଇଲକ୍ଷ ଅଣାନବେ ହଜାର ),୨ ଟି ମୋବାଇଲକୁ ସାର୍ବସାଧାରଣଙ୍କ ଉପସ୍ଥିତିରେ ଆଇଆଇସି ରମେଶ କୁମାର ପ୍ରଧାନ,ଏସ୍‌ଆଇ କୈଳାସ ଚନ୍ଦ୍ର ସାହୁ,ସୁକାନ୍ତି ଦେଇ ପ୍ରମୁଖ ଦୀନବନ୍ଧୁଙ୍କ ହାତରେ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ା୬ା୨୩ରେ ବ୍ୟାଗ୍‌ କିଣିବା ବହାନାରେ ଦୀନବନ୍ଧୁଙ୍କ ଦୋକାନରେ ପଶି ଖାରିଗଡ଼ା ଗ୍ରାମର ସୁଧାଂଶୁ କୁମାର ଗଉଡ,ସନାତନ ଗଉଡ଼,ଉମା ଗଉଡ଼ ୩ ଯୁବକ ବନ୍ଧୁକ ଦେଖାଇ ଲୁଟ୍‌ କରିଥିଲେ। ପୋଲିସ ଦୀନବନ୍ଧୁଙ୍କ ଏତଲାକୁ ଭିତ୍ତିକରି ୨୬୫/୨୦୨୩ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ୪ ଦିନରେ ସେମାନଙ୍କୁ ଧରି ସୁନା,ଅର୍ଥ ଜବତ କରି କୋର୍ଟ ଚାଲାଣ କରିଥିଲା। ଯୁବକମାନେ ନିଜ ବ୍ୟାଙ୍କ ଖାତାରେ ୨୭୦୦୦ ଟଙ୍କା ଜମା କରିଥିଲେ। ଶୁକ୍ରବାର ସେମାନଙ୍କୁ ରିମାଣ୍ଡରେ ଆଣି ବ୍ୟାଙ୍କରୁ ଅର୍ଥ ଉଠାଯାଇଥିଲା। ଶନିବାର ସକାଳୁ ସମସ୍ତ ଜିନିଷ ଫେରାଯାଇଛି । ଲୁଟ୍‌ ଜିନିଷ, ଅର୍ଥ ପାଇ ଦୀନବନ୍ଧୁ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ସେହିପରି ଗତ ୧୪ା୫ା୨୩ ମଧ୍ୟାହ୍ନରେ ଏମାନେ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଦାରିଙ୍ଗବାଡିର ଦମ୍ପତି ବିକ୍ରମ କିଶୋର ପଟ୍ଟନାୟକ ଓ ସାଗରପ୍ରିୟା ପଟ୍ଟନାୟକଙ୍କୁ ଅଟକାଇ ସୁନା ଚେନ ଲୁଟିନେଇଥିଲେ। ଯାହାକି କେସ ନମ୍ବର ୨୧୧/୨୩ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଚେନ୍‌କୁ ଆସ୍କାର ଏକ ଘରୋଇ ବ୍ୟାଙ୍କରେ ବନ୍ଧା ପକାଇ ଦେଇଥିଲେ। ତାକୁ ମଧ୍ୟ ଉଦ୍ଧାର କରି ଶନିବାର ଥାନା ପରିସରରେ ଦମ୍ପତିଙ୍କୁ ହସ୍ତାନ୍ତର କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri