Posted inଜାତୀୟ

ହରିୟାଣାରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୭ା୧: ଦେଶର ପ୍ରଥମ ଉଦ୍‌ଜାନ ଚାଳିତ ଟ୍ରେନ୍‌ ହରିୟାଣାରେ ଧାଇଁବ। ନର୍ଦର୍ନ ରେଲଓ୍ବେ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସରେ ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପ ଜିନ୍ଦ୍‌-ସୋନିପତ୍‌ ରୁଟ୍‌ରେ ଚଳାଚଳ କରିବ, ଯାହାକି ବର୍ତ୍ତମାନ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଜିନ୍ଦ୍‌ସ୍ଥିତ ହାଇଡ୍ରୋଜେନ୍‌ ଉତ୍ପାଦନ କେନ୍ଦ୍ରରେ ଏକ ସ୍ଥିର ତଥା ନିରନ୍ତର ୧୧କେଭି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିରୁ ଉକ୍ତ ଟ୍ରେନ୍‌କୁ ଇନ୍ଧନ ଯୋଗାଇ ଦିଆଯିବ। ହରିୟାଣା ମୁଖ୍ୟ ଶାସନ ସଚିବ ଅନୁରାଗ ରୋସ୍ତଗୀ ଦକ୍ଷିଣ ହରିୟାଣା ବିଜୁଳି ବିତରଣ ନିଗମ ଅଧିକାରୀମାନଙ୍କ ସହ ଏକ ହାଇବ୍ରିଡ୍‌ ବୈଠକରେ ଏହି ପ୍ରକଳ୍ପର ଶକ୍ତି ବନ୍ଦୋବସ୍ତ ଉପରେ ସମୀକ୍ଷା କରିଛନ୍ତି। ଟ୍ରେନ୍‌ ଚଳାଚଳ ବେଳେ ଯେପରି କୌଣସି ବ୍ୟାଘାତ ନ ଘଟେ ସେଥିଲାଗି ନିୟମିତ ସମୀକ୍ଷା କରିବାକୁ ସେ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି, ୩,୦୦୦ କେ.ଜି. ସଂରକ୍ଷଣ ସୁବିଧା ବିଶିଷ୍ଟ ଭାରତର ସର୍ବବୃହତ୍‌ ହାଇଡ୍ରୋଜେନ୍‌ ପ୍ଲାଣ୍ଟ ଜିନ୍ଦ୍‌ରେ ପ୍ରତିଷ୍ଠା କରାଯାଇଛି। ଏଥିରେ ୧୨୦ କୋଟି ଟଙ୍କାର ନିବେଶ ହୋଇଥିବା ଉକ୍ତ ବୈଠକରୁ ଜଣାପଡ଼ିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ vs ମୋଦି ଶାସନ କାଳ: କାହା ସମୟରେ ଅଧିକ ଦୁର୍ବଳ ହୋଇଥିଲା ଟଙ୍କା

ନୂଆଦିଲ୍ଲୀ,୮ା୧: ଭାରତୀୟ ଅର୍ଥନୀତିରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ଟଙ୍କା ଡଲାର ତୁଳନାରେ ସର୍ବକାଳୀନ ଉଚ୍ଚ ସ୍ତରରେ...

ତିଲକଙ୍କ ପରେ ଶ୍ରେୟସ ଆୟରଙ୍କଠାରୁ ଋତୁରାଜ ଗାୟକଓ୍ବାଡଙ୍କ ପର୍ଯ୍ୟନ୍ତ T20 ଟିମରେ କାହାକୁ ମିଳିବ ସ୍ଥାନ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୧: କ୍ରିକେଟର ତିଲକ ବର୍ମା ଆହତ ହୋଇଛନ୍ତି। ତାଙ୍କୁ ହବିଜୟ ଜାରେ ଟ୍ରଫି ସମୟରେ ଆଘାତ ଲାଗିଥିଲା। ଯଦିଓ ଆଘାତ ଗୁରୁତର ନୁହେଁ, ତଥାପି ଆଶା...

WPL 2026ରେ ଗ୍ଲାମରର ତଡ଼କା…, କ୍ରିକେଟ ମଇଦାନକୁ ଓହ୍ଲାଇବ ବଲିଉଡ଼! ଜାଣନ୍ତୁ କାହା ସହ ପରଫର୍ମ କରିବେ ହନି ସିଂହ

ନୂଆଦିଲ୍ଲୀ,୮।୧: ମହିଳା ପ୍ରିମିୟର ଲିଗ ୨୦୨୬ ଏକ ଭବ୍ୟ ଉଦଘାଟନ ପାଇଁ ପ୍ରସ୍ତୁତ। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ...

ଫ୍ଲାଟ୍‌ ବାଲକୋନିରେ ଫସି ରହିଥିଲେ ଦୁଇ ସାଙ୍ଗ, ମୁକୁଳିବା ପାଇଁ ବ୍ଲିଙ୍କିଟ୍‌ରେ ଅର୍ଡର କଲେ ଜିନିଷ, ଆଉ ତା’ ପରେ…

ସାଧାରଣତଃ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ପୋଲିସ କିମ୍ବା ଅଗ୍ନିଶମ ବାହିନୀକୁ ପ୍ରଥମେ କଲ୍‌ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଅସୁବିଧାରେ ପଡ଼ି କେହି କେବେ...

ବୁଲା କୁକୁର ମାମଲା: ସୁପ୍ରିମକୋର୍ଟରେ ‘କୁକୁର, ବିଲେଇ ଓ ମୂଷା’କୁ ନେଇ ରୋଚକ ଯୁକ୍ତି

ନୂଆଦିଲ୍ଲୀ,୮ା୧: ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର...

ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ...

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର...

ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ

ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri