Posted inଫୁରସତ

ଫ୍ଲାଟ୍‌ ବାଲକୋନିରେ ଫସି ରହିଥିଲେ ଦୁଇ ସାଙ୍ଗ, ମୁକୁଳିବା ପାଇଁ ବ୍ଲିଙ୍କିଟ୍‌ରେ ଅର୍ଡର କଲେ ଜିନିଷ, ଆଉ ତା’ ପରେ…

ସାଧାରଣତଃ କୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ ପୋଲିସ କିମ୍ବା ଅଗ୍ନିଶମ ବାହିନୀକୁ ପ୍ରଥମେ କଲ୍‌ କରିଥାନ୍ତି। ମାତ୍ର କେବେ ଶୁଣିଛନ୍ତି ଅସୁବିଧାରେ ପଡ଼ି କେହି କେବେ ଅନ୍‌ଲାଇନ୍‌ରେ କିଛି ଜିନିଷ ଅର୍ଡର କରିବାର। କିନ୍ତୁ ଏପରି ଏକ ଘଟଣା ଘଟିଛି ପୁଣେରେ।

ପୁଣେର ମିହିର ଗହୁକର ଏବଂ ତାଙ୍କ ସାଙ୍ଗଙ୍କ ସହିତ ଘଟିଛି। ବୁଧବାର ବିଳମ୍ବିତ ରାତିରେ ମିହିର ଏବଂ ତାଙ୍କ ସାଙ୍ଗ ଦୁର୍ଭାଗ୍ୟବଶତଃ ସେମାନଙ୍କ ଫ୍ଲାଟର ବାଲକୋନିରେ ଫସି ରହିଗଲେ। ବାଲକୋନି ଗେଟ୍‌ ବାହାରୁ ବନ୍ଦ ଥିଲା। ମିହିରଙ୍କ ମାଆବାପା ଭିତରେ ଗାଢ଼ ନିଦରେ ଶୋଇଥିଲେ। ଦୁଇ ସାଙ୍ଗ ଭାବୁଥିଲେ ସେମାନେ ଯଦି ପାଟି କରିବେ  କିମ୍ବା କବାଟ ବାଡ଼ାନ୍ତି ତେବେ ସେମାନଙ୍କ ମାଆବାପା ଉଠିପଡ଼ିବେ ଏବଂ ସେମାନଙ୍କୁ ଗାଳି ବି ଦେବେ।

 

View this post on Instagram

A post shared by Mihir Gahukar (@mihteeor)

ଏପରି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ମିହିର ତାଙ୍କ ବୁଦ୍ଧି ଖଟାଇଲେ। ସେ ତୁରନ୍ତ ବ୍ଲିଙ୍କିଟ ଆପ୍‌ ଖୋଲି କିଛି ଛୋଟ ଜିନିଷ ଅର୍ଡର କଲେ। ତାଙ୍କର ଉଦ୍ଦେଶ୍ୟ ଜିନିଷ ଅର୍ଡର କରିବା ନୁହେଁ, ବରଂ ବାହାରେ ଠିଆ ହୋଇ ତାଙ୍କୁ ସାହାଯ୍ୟ କରିପାରିବା ଭଳି ଜଣଙ୍କୁ ଡାକିବାର ଥିଲା। ଡେଲିଭରି ଏଜେଣ୍ଟ ଅର୍ଡର ନେଇ ଆସିବା ମାତ୍ରେ ମିହିର ବାଲକୋନିରୁ ତାଙ୍କର ଅସୁବିଧା ବୁଝାଇଲେ।

ମିହିର ଚୁପ୍‌ଚାପ ଏଜେଣ୍ଟଙ୍କୁ ବୁଝାଇଲେ ଯେ, କିପରି ବାହାରୁ ମେନ୍‌ ଗେଟ୍‌ ଖୋଲି ସେମାନଙ୍କୁ କୌଣସି ଶବ୍ଦ ନ କରି ବାଲକୋନିକୁ ବାହାର କରିବେ। ଡେଲିଭରି ଏଜେଣ୍ଟ ମଧ୍ୟ ବହୁତ ଚତୁରତା ଦେଖାଇ କାହାକୁ ନ ଉଠାଇ ଦୁଇ ବନ୍ଧୁଙ୍କୁ ମୁକ୍ତ କରିଥିଲେ।

ମିହିର ଇନଷ୍ଟାଗ୍ରାମରେ (@mihteeor) ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଶେୟାର କରିଛନ୍ତି, ଯାହା ତୁରନ୍ତ ଭାଇରାଲ ହୋଇଛି। ଭିଡିଓରେ ଡେଲିଭରି ବୟ ତଳେ ଠିଆ ହୋଇ ହାତ ହଲାଇଥିବା ଦେଖାଯାଉଛି। ୟୁଜର୍ସମାନେ ବି ପ୍ରତିକ୍ରିୟା ଦେଇଛନ୍ତି। ବ୍ଲିଙ୍କିଟ ନିଜେ ଏକ ହାସ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇ ପ୍ରତିକ୍ରିୟା ଦେଇ ଲେଖିଛି, ଏହା କେବଳ ପୁଣେରେ ହୋଇପାରେ। ଜଣେ ୟୁଜର ଲେଖିଛନ୍ତି, ବ୍ଲିଙ୍କିଟ ଏବେ କେବଳ ସାମଗ୍ରୀ ନୁହେଁ, ବରଂ ଖୁସି ଏବଂ ସ୍ବାଧୀନତା ମଧ୍ୟ ପ୍ରଦାନ କରେ। ଆଉ ଜଣେ ମଜା କରି ଲେଖିଛନ୍ତି, ଯଦି ବ୍ଲିଙ୍କିଟ ବୟ ଗେଟ୍‌ ଖୋଲି ନ ଥାନ୍ତେ ତେବେ କ’ଣ ହୋଇଥାନ୍ତା?

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଚାଇନା ହେଲେ ନିକଟତର, ବଢିଲାଣି ଆମେରିକାର ଟେନସନ!

ତେହରାନ,୧୮।୪: ଇରାନ ଏବଂ ଚାଇନା ମଧ୍ୟରେ ବଢୁଥିବା ଘନିଷ୍ଠତା ଆମେରିକାର ଚିନ୍ତାକୁ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ଧରି, ଇରାନ ଚାଇନାର ବୈଷୟିକ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ପୁଣି ହର୍ମୁଜ ପ୍ରଣାଳୀ ବନ୍ଦ କଲା ଇରାନ, ଆମରିକା ଉପରେ ଲଗାଇଲା ସାଂଘାତିକ ଅଭିଯୋଗ

ତେହରାନ,୧୮।୪: ଇରାନ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାର ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଦ୍ୱାରା ଏହାର ଅବରୋଧ ହଟିବ ନାହିଁ ବୋଲି ଆମେରିକା କହିବା…

ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ନ ହେବା ପରେ କାହିଁକି ଦେଶକୁ ସମ୍ବୋଧିତ କରିବେ ମୋଦି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୮।୪: ଦେଶରେ ମହିଳା ସଂରକ୍ଷଣ ବିଲକୁ ନେଇ ତୀବ୍ର ରାଜନୈତିକ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାକୁ…

ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ

ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…

ହଠାତ୍‌ ନୀତିଶଙ୍କ ପୁଅଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀଙ୍କ ଭଳି ‘Z’ ସୁରକ୍ଷା, ବିହାର ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୧୮।୪: ବିହାରରେ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ୱତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଏବଂ ପୂର୍ୱତନ ମନ୍ତ୍ରୀ ଶ୍ରବଣ କୁମାରଙ୍କ ସୁରକ୍ଷାକୁ ଆହୁରି…

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri