ଦେଶର ଗଣତନ୍ତ୍ର ବିପଦରେ: ୟାସିର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଏବଂ ଲୋକ ସଭା ସଦସ୍ୟ ପଦ ରଦ୍ଦ ପ୍ରତିବାଦରେ ଶନିବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଅପରାହ୍ନରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ରାସ୍ତା ଅବରୋଧ କରିଥିଲା। ଏହାପରେ ଛାତ୍ର କଂଗ୍ରେସ ପକ୍ଷରୁ ଭାଜପା କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପାଇଁ ଯାଉଥିବା ବେଳେ ରାସ୍ତାରେ ୟାସିରଙ୍କ ସମେତ ଅନ୍ୟ ଛାତ୍ର ନେତାଙ୍କୁ ପୋଲିସ ଅଟକାଇବା ସହ ଭ୍ୟାନରେ ନେଇଯାଇଥିଲା।
ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସ୍ବରକୁ ଚପାଇ ଦେବାପାଇଁ ମୋଦି ଚକ୍ରାନ୍ତ କରୁଛନ୍ତି। ନରେନ୍ଦ୍ର ମୋଦି ଏବଂ ତାଙ୍କର ପ୍ରିୟ ଶିଳ୍ପପତି ଯେଉଁମାନେ କି ଦେଶର ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ସେମାନଙ୍କ ବିରୋଧରେ ରାହୁଲ ଗାନ୍ଧୀ ସ୍ବର ଉତ୍ତୋଳନ କରିବା କ’ଣ ଅପରାଧ। ଭାରତ ଯୋଡ଼ୋ ଯାତ୍ରାରେ ଜନସାଧାରଣଙ୍କ ନିକଟରେ ରାହୁଲ ଗାନ୍ଧୀଙ୍କ ଗ୍ରହଣୀୟତାକୁ ମୋଦି ହଜମ କରିପାରୁନାହାନ୍ତି। ରାହୁଲଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ତା’ର ଷଡ଼ଯନ୍ତ୍ର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରସ୍ତୁତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ମୋଦିକୃତ ଦୁର୍ନୀତି ବିରୋଧରେ କୌଣସି ଜନପ୍ରତିନିଧି ଯେପରି ଆଉ ସ୍ବର ଉତ୍ତୋଳନ କରିବେ ନାହିଁ ସେଥିପାଇଁ ଏହି ବ୍ୟବସ୍ଥା ହୋଇଛି। ଅଣଭାଜପା ଦଳ ଯେଉଁମାନେ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ ରଖନ୍ତି ସେମାନେ ଏକତ୍ରିତ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି। ନିର୍ବାଚିତ ପ୍ରତିନିଧିମାନଙ୍କର ଅଧିକାରକୁ ନରେନ୍ଦ୍ର ମୋଦି ଛଡ଼େଇ ନେବାକୁଯୋଜନା କରୁଛନ୍ତି। ସାମ୍ବିଧାନିକ ଅନୁଷ୍ଠାନ ବିପଦରେ। କୋର୍ଟ, ନିର୍ବାଚନ କମିଶନ ଭଳି ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ମୋଦିଙ୍କ ପ୍ରଭାବରେ ନିରପେକ୍ଷତା ଅବଲମ୍ବନ କରିପାରୁନାହାନ୍ତି। ରାହୁଲ ଗାନ୍ଧୀଙ୍କ ମୋଦି ବିରୋଧୀ ଆହ୍ବାନ ଭାରତର କୋଣଅନୁକୋଣରେ ପହଞ୍ଚି ସାରିଛି। ମୋଦି ଦେଶକୁ ଲୁଣ୍ଠନ କରୁଛନ୍ତି ବୋଲି ସାଧାରଣ
ଜନତାଙ୍କ ନିକଟରେ ରାହୁଲ ପ୍ରମାଣିତ କରିଛନ୍ତି। ରାହୁଲଙ୍କ ନେତୃତ୍ୱ ପ୍ରତି ମୋଦି ଓ ଭାଜପା ଭୟଭୀତ ହୋଇଯାଇଛନ୍ତି। ସଭ୍ୟ ପଦ ରଦ୍ଦ କରିବା ଏକ ଆକ୍ରୋଶମୂଳକ ଏବଂ ଅଗଣତାନ୍ତ୍ରିକ ପଦକ୍ଷେପ ବୋଲି ସାଧାରଣ ଲୋକେ ଅନୁଭବ କରିସାରିଲେଣି ବୋଲି ନଓ୍ବ୍‌ାଜ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ନିହାର ବେହେରା, ସାଗର ପଟ୍ଟନାୟକ, ରଞ୍ଜିତ ସେନାପତି, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୂତି ଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ସୁନୀଲ କୁମାର ସାହୁ, ମୁନା ପରିଡ଼ା, ଆର୍ଯ୍ୟାନ ସାସ୍‌ମଲ, ସୌରଭ ପଟ୍ଟନାୟକ, ଶୁଭ୍ରଜ୍ୟୋତି ଲେଙ୍କା, ସାଇରାମ ପ୍ରମୁଖ ବହୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri