ଦେଶ ଦେଖିବ ‘ପାଇକ ବିଦ୍ରୋହ’ କାହାଣୀ

ବମ୍ବେ: ଜାତୀୟ ଚ୍ୟାନେଲ୍‌ରେ ପ୍ରସାରିତ ହେବ ଓଡ଼ିଶାର ବୀରତ୍ୱର କାହାଣୀ। ପାଇକଙ୍କ ବିଦ୍ରୋହ, ବୀରତ୍ୱ, ତ୍ୟାଗ, ସଂଘର୍ଷର କାହାଣୀକୁ ନେଇ ପ୍ରସାରିତ ହେବ ନୂଆ ଧାରାବାହିକ ‘ବିଦ୍ରୋହୀ’। ଷ୍ଟାରପ୍ଲସ ସହ ଡିଜ୍‌ନୀ ଓ ହଟ୍‌ଷ୍ଟାର୍‌ରେ ଏହି ଧାରାବାହିକ ଦେଖିବାକୁ ମିଳିବ। ବ୍ରିଟିଶ ସରକାର ବିରୋଧରେ ଋଣହୁଙ୍କାର ଦେଇଥିବା ପାଇକ ବିଦ୍ରୋହର କାହାଣୀ ଏବେ ଘରେ ଘରେ ପହଞ୍ଚିବ।
ନିକଟରେ ଗାଥା ପ୍ରଡକ୍ସନ ପକ୍ଷରୁ ‘ବିଦ୍ରୋହୀ’ ଧାରାବାହିକର ପ୍ରମୋ ରିଲିଜ କରାଯାଇଛି। ଏଥିରେ ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ନଜର ଆସିଛନ୍ତି ଶରଦ ମାଲହୋତ୍ରା। ତାଙ୍କ ଛଡ଼ା ସୁଲଗ୍ନା ପାଣିଗ୍ରାହୀ, ହେମାଲ୍‌ ଇଙ୍ଗଲ୍‌, ସୌରଭ ଗୋଖଲେ, ନିଖିଲ୍‌ ଦାମଲେ, ପ୍ରିୟା ଟଣ୍ଡନ୍‌, ଡାନି ସୁର ଆଦି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ। ରିଲିଜ ହୋଇଥିବା ପ୍ରମୋରେ ଶରଦ ପାଇକ ପୋଷାକ ସହ ମୁଣ୍ଡରେ ନାଲି ଟିକା ଓ ଲମ୍ବା କେଶରେ ନଜର ଆସିଛନ୍ତି।
୧୮୧୭ ମସିହାର ପାଇକ ବିଦ୍ରୋହ ପ୍ରଥମେ ଘୁମୁସର ଅଞ୍ଚଲରୁ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହରେ ପାଇକଙ୍କ ସହ ବହୁ ଜମିଦାର,ଆଦିବାସୀ ଓ କୃଷକ ଆଦି ସାମିଲ ଥିଲେ। ବକ୍ସି ଜଗବନ୍ଧୁ ଥିଲେ ରୋଢ଼ାଙ୍ଗର ଜମିଦାର। ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ନିଯୁକ୍ତ କରିଥିଲେ। ୧୮୪୭ରେ ଖୋର୍ଦ୍ଧାରେ ହୋଇଥିବା ବିପ୍ଳବର ସେ ମୁଖ୍ୟ ପୁରୋଧା ଥିଲେ। ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ପ୍ରତି ଥିବା ଭଲପାଇବା , ଦେଶପ୍ରୀତିର ଝଲକ ଆଦି ଏହି ଧାରାବାହିକରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri