ଦେଶ ଦେଖିବ ‘ପାଇକ ବିଦ୍ରୋହ’ କାହାଣୀ

ବମ୍ବେ: ଜାତୀୟ ଚ୍ୟାନେଲ୍‌ରେ ପ୍ରସାରିତ ହେବ ଓଡ଼ିଶାର ବୀରତ୍ୱର କାହାଣୀ। ପାଇକଙ୍କ ବିଦ୍ରୋହ, ବୀରତ୍ୱ, ତ୍ୟାଗ, ସଂଘର୍ଷର କାହାଣୀକୁ ନେଇ ପ୍ରସାରିତ ହେବ ନୂଆ ଧାରାବାହିକ ‘ବିଦ୍ରୋହୀ’। ଷ୍ଟାରପ୍ଲସ ସହ ଡିଜ୍‌ନୀ ଓ ହଟ୍‌ଷ୍ଟାର୍‌ରେ ଏହି ଧାରାବାହିକ ଦେଖିବାକୁ ମିଳିବ। ବ୍ରିଟିଶ ସରକାର ବିରୋଧରେ ଋଣହୁଙ୍କାର ଦେଇଥିବା ପାଇକ ବିଦ୍ରୋହର କାହାଣୀ ଏବେ ଘରେ ଘରେ ପହଞ୍ଚିବ।
ନିକଟରେ ଗାଥା ପ୍ରଡକ୍ସନ ପକ୍ଷରୁ ‘ବିଦ୍ରୋହୀ’ ଧାରାବାହିକର ପ୍ରମୋ ରିଲିଜ କରାଯାଇଛି। ଏଥିରେ ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ନଜର ଆସିଛନ୍ତି ଶରଦ ମାଲହୋତ୍ରା। ତାଙ୍କ ଛଡ଼ା ସୁଲଗ୍ନା ପାଣିଗ୍ରାହୀ, ହେମାଲ୍‌ ଇଙ୍ଗଲ୍‌, ସୌରଭ ଗୋଖଲେ, ନିଖିଲ୍‌ ଦାମଲେ, ପ୍ରିୟା ଟଣ୍ଡନ୍‌, ଡାନି ସୁର ଆଦି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ। ରିଲିଜ ହୋଇଥିବା ପ୍ରମୋରେ ଶରଦ ପାଇକ ପୋଷାକ ସହ ମୁଣ୍ଡରେ ନାଲି ଟିକା ଓ ଲମ୍ବା କେଶରେ ନଜର ଆସିଛନ୍ତି।
୧୮୧୭ ମସିହାର ପାଇକ ବିଦ୍ରୋହ ପ୍ରଥମେ ଘୁମୁସର ଅଞ୍ଚଲରୁ ଆରମ୍ଭ ହୋଇଥିଲା। ଏହି ବିଦ୍ରୋହରେ ପାଇକଙ୍କ ସହ ବହୁ ଜମିଦାର,ଆଦିବାସୀ ଓ କୃଷକ ଆଦି ସାମିଲ ଥିଲେ। ବକ୍ସି ଜଗବନ୍ଧୁ ଥିଲେ ରୋଢ଼ାଙ୍ଗର ଜମିଦାର। ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ନିଯୁକ୍ତ କରିଥିଲେ। ୧୮୪୭ରେ ଖୋର୍ଦ୍ଧାରେ ହୋଇଥିବା ବିପ୍ଳବର ସେ ମୁଖ୍ୟ ପୁରୋଧା ଥିଲେ। ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ପ୍ରତି ଥିବା ଭଲପାଇବା , ଦେଶପ୍ରୀତିର ଝଲକ ଆଦି ଏହି ଧାରାବାହିକରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri