କଲେଜ ସମ୍ମୁଖରେ ଅଳିଆ ପକାଇବା ମହଙ୍ଗା ପଡିଲା ଆବର୍ଜନା ଭର୍ତ୍ତି ଟ୍ରାକ୍ଟର ଚାବି ଛଡାଇ ନେଲେ କାଉନସିଲର

ଗଞ୍ଜାମ,୨୦ା୯(ଡି.ଏନ.ଏ.): ଗଞ୍ଜାମ ସହର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କଲେଜ ସମ୍ମୁଖରେ ଗଞ୍ଜାମ ଏନଏସିର ଏକ ଅଳିଆ ବୋଝେଇ ଟ୍ରାକ୍ଟର ଅଳିଆ ପକାଉଥିଲେ। ଏହା ଦେଖି ସ୍ଥାନୀୟ ୧୨ ନଂ ୱାର୍ଡ କାଉନସିଲର ଚନ୍ଦ୍ରଶେଖର ରେଡ୍ଡୀ ଟ୍ରାକ୍ଟର ଚାବି ଛଡ଼ାଇ ନେଇ ପ୍ରତିବାଦ କରିବା ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି। ଖବର ପାଇ ସ୍ଥାନୀୟ ଦାମୋଦରପୁର ଗ୍ରାମର ଯୁବନେତା ଇସ୍ପିତ ବେହେରା, ହିନ ବେହେରା, ମିଟୁ ସାହୁ ପ୍ରମୁଖ ପହଞ୍ଚି ଏହାର ଘୋର ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନା ମୂଳକ ହୋଇଥିଲା। ଉକ୍ତ ସ୍ଥାନର ଅତି ନିକଟରେ ଗଞ୍ଜାମ କଲେଜ ରହିଥିବା ବେଳେ ଉକ୍ତ ରାସ୍ତାଦେଇ ପ୍ରତ୍ୟେହ ଗଞ୍ଜାମ ବ୍ଲକର କରପଡ଼ା, ରାଜପୁର ପଞ୍ଚାୟତ ସମେତ ଛତ୍ରପୁର ବ୍ଲକର ପୋଡ଼ପଦର ଅଞ୍ଚଳର ଶତାଧିକ ଲୋକ ଯିବା ଆସିବା କରିଥାନ୍ତି। ଉକ୍ତ ସ୍ଥାନରେ ଅଳିଆ ଗଦା ମଧ୍ୟରେ ଟିକେ ବର୍ଷା ଜଳ ପଡିଲେ ସ୍ଥାନୀୟ ଅଞ୍ଚଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ସୂଚନାଥାଉକି ପୂର୍ବରୁ ଅନେକ ଥର ସେଠାରେ ଏନ୍‌ଏସି ପକ୍ଷରୁ ଏନ୍‌ଏସିର ୧୨ ୱାର୍ଡ଼ର ଅଳିଆ ପକାଯାଉଥିବାରୁ ଏହାକୁ ବାରମ୍ବାର ବିରୋଧ କରାଯାଉଥିଲେ ମଧ୍ୟ ଏହାକୁ ଏନଏସି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଘଟଣାସ୍ଥଳରୁ ୧୨ ନମ୍ବର ୱାର୍ଡ କାଉନସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ତହସିଲଦାର ଅରୁଣ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଆଶୁ ସମାଧାନ ତୁରନ୍ତ ଏକ କାଉନସିଲର ବୈଠକ ଡକାଇ କରାଯିବ ବୋଲି କହିବା ପରେ ଟ୍ରାକ୍ଟର ଚାବି ଫେରସ୍ତ କରାଯିବା ପରେ ଉକ୍ତ ଅଳିଆକୁ ଅନ୍ୟତ୍ର ପକାଯାଇଥିଲା। ଏନଏସି କର୍ତ୍ତୃପକ୍ଷ ସହର ବାହାରେ ଏକ ଡମ୍ପିୟାର୍ଡ ବ୍ୟବସ୍ଥା କରି ସହରର ଅଳିଆ ଆବର୍ଜନା ପକାଇବା

ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri