ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୫.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁଲାଇ ମାସରେ ୩୩୬ ପଏଣ୍ଟ ଥିଲା। ଏହା ୨ ପଏଣ୍ଟ ବଢ଼ି ଅଗଷ୍ଟରେ ୩୩୮ ପଏଣ୍ଟ ଛୁଇଁଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୬୨ ପଏଣ୍ଟ ଥିଲା। ଏଥିରେ ୩ ପଏଣ୍ଟ ବୃଦ୍ଧି ପାଇ ୩୬୫ ପଏଣ୍ଟ ହୋଇଛି। ରାଉରକେଲାରେ ଏହା ୩୩୧ ପଏଣ୍ଟ ଥିବା ବେଳେ ଏଥିରେ ୧ ପଏଣ୍ଟ ବୃଦ୍ଧି ପାଇ ୩୩୨ ପଏଣ୍ଟ ରହିିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୫୯.୯% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫.୫% ବୃଦ୍ଧି ପାଇ ୧୬୫.୪% ହୋଇଛି। ଏହି ଡିଏ ସେମାନେ ଚଳିତ ବର୍ଷ ଅକ୍ଟୋବର ପହିଲାରୁ ପାଇବେ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀମାନେ ୭୭.୫% ମହଙ୍ଗା ଭତ୍ତା ପାଉଛନ୍ତି। ସଂଶୋଧିତ ହାରରେ ସେମାନେ ନଭେମ୍ବର ପହିଲାରୁ ୨୩.୫୯% ଭତ୍ତା ପାଇବେ। ସେହିଭଳି ବୀମା କର୍ମଚାରୀମାନେ ବର୍ତ୍ତମାନ ୭୦.୮% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୪% ବୃଦ୍ଧି ଘଟି ୭୪.୮% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ନଭେମ୍ବର ପହିଲାରୁ ପାଇବେ। ଅଧିକାଂଶ ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୦% ଭତ୍ତା ବୃଦ୍ଧି ହୋଇ ୨୭% ହୋଇଛି। ବର୍ଦ୍ଧିତ ଡିଏ ମଧ୍ୟରୁ ୪% ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ଏବଂ ଅବଶିଷ୍ଟ ୩% ଜୁଲାଇ ପହିଲାରୁ ଏବଂ ଆଉ ଅବଶିଷ୍ଟ ୩%, ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ। ରିଜର୍ଭ ବ୍ୟାଙ୍କର ପ୍ରାୟ ୩ ହଜାର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ବର୍ତ୍ତମାନ ପେନ୍‌ସନ ପାଉନାହାନ୍ତି। ସେମାନେ ଚଳିତ ବର୍ଷ ସେପ୍ଟେମ୍ବର ୨୨ରୁ ଦରଖାସ୍ତ ଦେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri