ଏହି ଏନ୍‌ଏସିରେ କରୋନା ସ୍ଥିତି ନିୟନ୍ତ୍ରିତ

ଗଞ୍ଜାମ,୩୧ା୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ କହିଛନ୍ତି l ଗତ ଜୁନ୍‌ ୪ରେ ଏହି ଏନ୍‌ଏସିରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲା। ଆଜି ସୁଦ୍ଧା ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ ମୋଟ୍‌ ୨୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭ ଜଣ କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ଏନ୍‌ଏସି ପ୍ରଶାସନ ପକ୍ଷରୁ କୁହାଯାଇଛି। ସମସ୍ତ ସହରବାସୀ କରୋନା ମୁକାବିଲା ପାଇଁ ଆଗେଇ ଆସି ପ୍ରଶାସନକୁ ସହଯୋଗ କରିଛନ୍ତି l ବର୍ତ୍ତମାନ ସହରର ବିଭିନ୍ନ ଓ୍ବାର୍ଡ ସାନିଟାଇଜେଶନ କରାଯାଉଛି l ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ସେ କହିଛନ୍ତି।