Categories: ବାଣିଜ୍ୟ

କୋର୍‌ ସେକ୍ଟର ୧୬.୮% ବୃଦ୍ଧି

ମୁମ୍ବାଇ,୩୦।୬: ଦେଶର ୮ କୋର୍‌ ସେକ୍ଟର ମେ ମାସରେ ୧୬.୮% ବୃଦ୍ଧି ପାଇଛି। କରୋନା ଯୋଗୁ ବଜାର ପ୍ରଭାବିତ ରହିବା କାରଣରୁ ଗତ ବର୍ଷ ଏପ୍ରିଲରେ କୋର୍‌ ସେକ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଏହା ୬୦.୯% ଊର୍ଦ୍ଧ୍ୱରେ ରହିଥିଲା। ଲୋବେସ୍‌ ଇଫେକ୍ଟ କଥା ବିଚାରକଲେ ମେ ମାସରେ କୋର୍‌ ସେକ୍ଟର ୩.୭୫% ହ୍ରାସ ହୋଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ ମେ ଅବଧିରେ ଏହା ୩୫.୮% ବଢିଛି। ଦେଶର ମୋଟ ଶିଳ୍ପ କ୍ଷେତ୍ର ଉତ୍ପାଦନରେ କୋର୍‌ ସେକ୍ଟରର ଯୋଗୁ ୨ ପଞ୍ଚମାଂଶ ରହିଛି। ସାର ଏବଂ ଅଶୋଧିତ ତୈଳକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରଗୁଡିକ ଭଲ ପ୍ରଦର୍ଶନ କରିଛନ୍ତି।

Share