ରେଡ୍‌କ୍ରସ୍‌ର ମୂଳମନ୍ତ୍ର ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା

ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍‌ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍‌ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ ତାଙ୍କର ନିଦ ଭାଙ୍ଗିଗଲା। ଏକ ପକ୍ଷରେ ଅଷ୍ଟ୍ରିଆ ରାଜା ଫ୍ରାନ୍‌ସିସ୍‌ ଜୋସେଫଙ୍କ ସୈନ୍ୟଦଳ ଅନ୍ୟପକ୍ଷରେ ଫରାସୀ ଶାସନ ତୃତୀୟ ନେପୋଲିୟନ୍‌ ସାର୍ଡିନିଆର ସହଯୋଗରେ ପ୍ରସ୍ତୁତ ସୈନ୍ୟସାମନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା। ଯୁଦ୍ଧରେ ହଜାର ଅଫିସର ଓ ପଚାଶହଜାର ସୈନ୍ୟ ପ୍ରାଣ ହରାଇଲେ। ସହସ୍ରାଧିକ ଆହତ ହେଲେ। ବ୍ୟବସାୟୀ ଜଣକ ଏ ପରିସ୍ଥିତି ଦେଖି ଧୈର୍ଯ୍ୟଧରି ରହି ପାରିଲେ ନାହିଁ। ସେ ନିକଟର୍ବୀ ଗ୍ରାମଗୁଡ଼ିକୁ ଯାଇ ମହିଳା, ପୁରୁଷ କିଶୋର-କିଶୋରୀମାନଙ୍କୁ ଏକତ୍ରିତ କଲେ। ସେମାନଙ୍କ ସହାୟତାରେ ଆହତମାନଙ୍କର ଚିକିତ୍ସା ଆରମ୍ଭ କଲେ। ମୃତପ୍ରାୟ ବ୍ୟକ୍ତି ନିକଟରେ ବାଇବେଲ ପାଠକଲେ। ସେମାନଙ୍କ ପରିବାର ନିକଟକୁ ପତ୍ରଲେଖି ଖବର ପ୍ରେରଣ କଲେ। ଦିନକୁ ଦିନ ଆହତମାନେ ସୁସ୍ଥହେଲେ। ବ୍ୟବସାୟୀଜଣକ ନିଜସହର ଜେନେଭା ଫେରିଲାପରେ ଅମାନବୀୟ ଯୁଦ୍ଧର ବିଭୀଷିକା ଓ ଯୁଦ୍ଧକ୍ଷେତ୍ରରେ ଆହତମାନଙ୍କ ସେବାପାଇଁ କେତେକ ପ୍ରସ୍ତାବକୁ ଲିପିିବଦ୍ଧ କରି ୧୮୮୨ରେ ‘ସାଲଫରିନୋସ୍ମୃତି’ ନାମକ ଏକ ପୁସ୍ତକ ପ୍ରକାଶକରି ସମ୍ବେଦନଶୀଳ ୟୁରୋପୀୟମାନଙ୍କ ହୃଦୟ ଜୟ କରିପାରିଥିଲେ।
୧୮୬୩ରେ ଜେନେଭା ଜନମଙ୍ଗଳ ସମିତିର ସଭାପତି ଗୁସ୍ତାଭ ମୋନିରଙ୍କ ସମେତ ଜେନେରାଲ ଗୁଇଲାମ୍‌ ଡୁଫର, ଡାକ୍ତର ଥିଓଡର, ମୋନିର, ଡାକ୍ତର ଦୁଇ ଆପିୟାଙ୍କୁ ନେଇ ପାଞ୍ଚଜଣିଆ କମିଟି ଗଠନ କରାଗଲା। ସେତେବେଳେ ଏହାର ନାମ ରଖାଗଲା International Committee for relief of the wounded Commandants in Warfare। ପରବର୍ତ୍ତୀ ସମୟରେ ୧୯୬୪ ଅଗଷ୍ଟ ୮ରେ ୧୬ଟି ସ୍ବାଧୀନ ଦେଶର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ୧୫ ଦିନ ପର୍ଯ୍ୟନ୍ତ ଅନେକ ଆଲୋଚନା ପରେ ଏକ ପ୍ରସ୍ତାବ ଗୃହୀତ ହେଲା। ପୃଥିବୀର ଯେକୌଣସି ଅଞ୍ଚଳରେ ଯୁଦ୍ଧହେଲେ ଯୁଦ୍ଧଭୂମିର ଆହତ ସୈନିକମାନଙ୍କୁ ସାହାଯ୍ୟ ଓ ସେବାକରିବା ପାଇଁ ଗୋଟିଏ ସ୍ବେଚ୍ଛାସେବକ ବାହିନୀ ଦାୟିତ୍ୱ ନେବ ଏବଂ ସମିତିର ନାମରହିବ ‘ଅନ୍ତର୍ଜାତୀୟ ରେଡକ୍ରସ୍‌ ସମିତି’। ଦୀର୍ଘ ଏକାର୍ଦ୍ଧ ଶତରୁ ଅଧିକ ବର୍ଷ ବ୍ୟାପୀ ଅନ୍ତର୍ଜାତୀୟ ସ୍ତରର ସେବାଦଳର ପରିଚୟ ନେଇ ସମସ୍ତ ଦେଶରେ ସେବାଯୋଗାଇ ଆସୁଥିବା ରେଡକ୍ରସ୍‌ର ଜନକ ସୁଇଜରଲାଣ୍ଡର ବ୍ୟବସାୟୀ ଆଉକେହି ନୁହନ୍ତି ସେ ହେଲେ ଜନ୍‌ ହେନେରିଡୁନାଣ୍ଟ। ୧୮୨୮ ମେ’ ୮ରେ ସେ (ପିତା ଜାକୁଇସି ଓ ମାତା ଆଣ୍ଟୋନେଣ୍ଟୋକାଲାଡନ୍‌) ଜେନେଭା ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ଏ ମାଟି ”ରେଡ୍‌କ୍ରସ୍‌“ର ଜନ୍ମଦିନଭାବେ ପାଳନ କରିଆସୁଛି। ଏ ଦିବସ ଅବସରରେ ଚଳିତ ବର୍ଷର ଥିମ ରହିଛି-‘Keeping Humanity Alive: Hope, Help, Heal’। ମାନବିକତା, ନିରପେକ୍ଷତା, ଅପକ୍ଷପାତିତାକୁ ଅଙ୍ଗୀକାର କରି ସ୍ବାଧୀନ ତଥା ସ୍ବେଚ୍ଛାସେବୀ ଭାବରେ ବିଶ୍ୱବ୍ୟାପକତ୍ୱକୁ ପ୍ରତିପାଦିତ କରୁଥିବା ଏହି ରେଡ୍‌କ୍ରସ୍‌ର ମୂଳମନ୍ତ୍ର ହେଲା ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା।

-ଡା. ଅନନ୍ତ ଆଚାର୍ଯ୍ୟ, ଉପନିର୍ଦ୍ଦେଶକ, ଆୟୁଷ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri