ରେଡ୍‌କ୍ରସ୍‌ର ମୂଳମନ୍ତ୍ର ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା

ସୁଇଜରଲାଣ୍ଡ ଜେନେଭା ସହରର ଜଣେ ବ୍ୟବସାୟୀ ଇଟାଲୀର ଲୋମ୍ବାର୍ଡି ଅଞ୍ଚଳକୁ ୧୮୫୯ ଜୁନ୍‌ରେ ଯାଇଥିଲେ। ବ୍ୟବସାୟୀ ଜଣକ ଉତ୍ତର ଇଟାଲୀର କାଷ୍ଟିଗ୍ଲିୟନ୍‌ଡିଲା ସହରର ହୋଟେଲରେ ରାତ୍ରିଯାପନ କଲେ। ସାଲଫାରିନୋ ନାମକ ଛୋଟ ସହର ନିକଟରେ ଘମାଘୋଟ ଯୁଦ୍ଧର ଗୁଳିଗୋଳା ଶବ୍ଦରେ ତାଙ୍କର ନିଦ ଭାଙ୍ଗିଗଲା। ଏକ ପକ୍ଷରେ ଅଷ୍ଟ୍ରିଆ ରାଜା ଫ୍ରାନ୍‌ସିସ୍‌ ଜୋସେଫଙ୍କ ସୈନ୍ୟଦଳ ଅନ୍ୟପକ୍ଷରେ ଫରାସୀ ଶାସନ ତୃତୀୟ ନେପୋଲିୟନ୍‌ ସାର୍ଡିନିଆର ସହଯୋଗରେ ପ୍ରସ୍ତୁତ ସୈନ୍ୟସାମନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା। ଯୁଦ୍ଧରେ ହଜାର ଅଫିସର ଓ ପଚାଶହଜାର ସୈନ୍ୟ ପ୍ରାଣ ହରାଇଲେ। ସହସ୍ରାଧିକ ଆହତ ହେଲେ। ବ୍ୟବସାୟୀ ଜଣକ ଏ ପରିସ୍ଥିତି ଦେଖି ଧୈର୍ଯ୍ୟଧରି ରହି ପାରିଲେ ନାହିଁ। ସେ ନିକଟର୍ବୀ ଗ୍ରାମଗୁଡ଼ିକୁ ଯାଇ ମହିଳା, ପୁରୁଷ କିଶୋର-କିଶୋରୀମାନଙ୍କୁ ଏକତ୍ରିତ କଲେ। ସେମାନଙ୍କ ସହାୟତାରେ ଆହତମାନଙ୍କର ଚିକିତ୍ସା ଆରମ୍ଭ କଲେ। ମୃତପ୍ରାୟ ବ୍ୟକ୍ତି ନିକଟରେ ବାଇବେଲ ପାଠକଲେ। ସେମାନଙ୍କ ପରିବାର ନିକଟକୁ ପତ୍ରଲେଖି ଖବର ପ୍ରେରଣ କଲେ। ଦିନକୁ ଦିନ ଆହତମାନେ ସୁସ୍ଥହେଲେ। ବ୍ୟବସାୟୀଜଣକ ନିଜସହର ଜେନେଭା ଫେରିଲାପରେ ଅମାନବୀୟ ଯୁଦ୍ଧର ବିଭୀଷିକା ଓ ଯୁଦ୍ଧକ୍ଷେତ୍ରରେ ଆହତମାନଙ୍କ ସେବାପାଇଁ କେତେକ ପ୍ରସ୍ତାବକୁ ଲିପିିବଦ୍ଧ କରି ୧୮୮୨ରେ ‘ସାଲଫରିନୋସ୍ମୃତି’ ନାମକ ଏକ ପୁସ୍ତକ ପ୍ରକାଶକରି ସମ୍ବେଦନଶୀଳ ୟୁରୋପୀୟମାନଙ୍କ ହୃଦୟ ଜୟ କରିପାରିଥିଲେ।
୧୮୬୩ରେ ଜେନେଭା ଜନମଙ୍ଗଳ ସମିତିର ସଭାପତି ଗୁସ୍ତାଭ ମୋନିରଙ୍କ ସମେତ ଜେନେରାଲ ଗୁଇଲାମ୍‌ ଡୁଫର, ଡାକ୍ତର ଥିଓଡର, ମୋନିର, ଡାକ୍ତର ଦୁଇ ଆପିୟାଙ୍କୁ ନେଇ ପାଞ୍ଚଜଣିଆ କମିଟି ଗଠନ କରାଗଲା। ସେତେବେଳେ ଏହାର ନାମ ରଖାଗଲା International Committee for relief of the wounded Commandants in Warfare। ପରବର୍ତ୍ତୀ ସମୟରେ ୧୯୬୪ ଅଗଷ୍ଟ ୮ରେ ୧୬ଟି ସ୍ବାଧୀନ ଦେଶର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ୧୫ ଦିନ ପର୍ଯ୍ୟନ୍ତ ଅନେକ ଆଲୋଚନା ପରେ ଏକ ପ୍ରସ୍ତାବ ଗୃହୀତ ହେଲା। ପୃଥିବୀର ଯେକୌଣସି ଅଞ୍ଚଳରେ ଯୁଦ୍ଧହେଲେ ଯୁଦ୍ଧଭୂମିର ଆହତ ସୈନିକମାନଙ୍କୁ ସାହାଯ୍ୟ ଓ ସେବାକରିବା ପାଇଁ ଗୋଟିଏ ସ୍ବେଚ୍ଛାସେବକ ବାହିନୀ ଦାୟିତ୍ୱ ନେବ ଏବଂ ସମିତିର ନାମରହିବ ‘ଅନ୍ତର୍ଜାତୀୟ ରେଡକ୍ରସ୍‌ ସମିତି’। ଦୀର୍ଘ ଏକାର୍ଦ୍ଧ ଶତରୁ ଅଧିକ ବର୍ଷ ବ୍ୟାପୀ ଅନ୍ତର୍ଜାତୀୟ ସ୍ତରର ସେବାଦଳର ପରିଚୟ ନେଇ ସମସ୍ତ ଦେଶରେ ସେବାଯୋଗାଇ ଆସୁଥିବା ରେଡକ୍ରସ୍‌ର ଜନକ ସୁଇଜରଲାଣ୍ଡର ବ୍ୟବସାୟୀ ଆଉକେହି ନୁହନ୍ତି ସେ ହେଲେ ଜନ୍‌ ହେନେରିଡୁନାଣ୍ଟ। ୧୮୨୮ ମେ’ ୮ରେ ସେ (ପିତା ଜାକୁଇସି ଓ ମାତା ଆଣ୍ଟୋନେଣ୍ଟୋକାଲାଡନ୍‌) ଜେନେଭା ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ଏ ମାଟି ”ରେଡ୍‌କ୍ରସ୍‌“ର ଜନ୍ମଦିନଭାବେ ପାଳନ କରିଆସୁଛି। ଏ ଦିବସ ଅବସରରେ ଚଳିତ ବର୍ଷର ଥିମ ରହିଛି-‘Keeping Humanity Alive: Hope, Help, Heal’। ମାନବିକତା, ନିରପେକ୍ଷତା, ଅପକ୍ଷପାତିତାକୁ ଅଙ୍ଗୀକାର କରି ସ୍ବାଧୀନ ତଥା ସ୍ବେଚ୍ଛାସେବୀ ଭାବରେ ବିଶ୍ୱବ୍ୟାପକତ୍ୱକୁ ପ୍ରତିପାଦିତ କରୁଥିବା ଏହି ରେଡ୍‌କ୍ରସ୍‌ର ମୂଳମନ୍ତ୍ର ହେଲା ସେବା, ସ୍ବାସ୍ଥ୍ୟ ଓ ବିଶ୍ୱବନ୍ଧୁତା।

-ଡା. ଅନନ୍ତ ଆଚାର୍ଯ୍ୟ, ଉପନିର୍ଦ୍ଦେଶକ, ଆୟୁଷ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri