Posted inଖେଳ

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ ମିଳିଥାଏ। ତେବେ ଉଭୟ ଖେଳାଳିଙ୍କ ସାକ୍ଷାତକାରର ଏକ ଭିଡିଓ ଆସିବା ସହିତ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ପୂର୍ବରୁ ଆଇପିଏଲ ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ଭାରତୀୟ ଦଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ଏହି ଦୁଇ କ୍ରିକେଟର। ବିରାଟ କୋହଲି ସାକ୍ଷାତକାର ନେବା ସହ ଏଠାରେ ଆମେ ସମସ୍ତ ମସଲା ଓ ରୋଚକ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲୁ ବୋଲି କହିଥିଲେ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ବିସିସିଆଇର ଅଫିସିଆଲ ଚ୍ୟାନେଲରେ ଏହି ଭିଡିଓଟି ରିଲିଜ ହୋଇଥିଲା। ଏହି ଆଲୋଚନାରେ ଉଭୟ ଖେଳାଳି ପରସ୍ପର ପ୍ରତି ଥିବା ସମ୍ମାନ, ଟେଷ୍ଟ କ୍ରିକେଟ ପ୍ରତି ରହିଥିବା ଭଲପାଇବା ଓ ଭାରତୀୟ କ୍ରିକେଟ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରଥମେ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲର ଏକ କ୍ଲିପ୍‌ ଚଲାଯାଇଥିଲା। ଯେଉଁଥିରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ୮୩ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ଏହାପରେ କୋହଲି କହିଥିଲେ, ଆମେ ବହୁତ ଲମ୍ବା ରାସ୍ତା ଅତିକ୍ରମ କରି ଆସିଛେ। ଏକାଠି ଖେଳିବାଠୁ ଆରମ୍ଭ କରି ଗୋଟିଏ ଡ୍ରେସିଂ ରୁମ୍‌ର ଅଂଶ ରହି ଆସିଛେ। ସର୍ବଦା ଖେଳୁଆଡ ମନୋଭାବ ସହିତ ଆମେ ଏହା କରି ପାରିଛେ ବୋଲି ଗମ୍ଭୀର ଉତ୍ତରରେ କହିଥିଲେ। ଉଭୟ ଟେଷ୍ଟ କ୍ରିକେଟ ସମ୍ପର୍କରେ ଆଲେଚନା କରିବା ବେଳେ ଗମ୍ଭୀର ଟେଷ୍ଟ ଡେବ୍ୟୁକୁ ତାଙ୍କ କ୍ରିକେଟ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ଆମେ କ୍ରିକେଟ କ୍ୟାରିୟର ଆରମ୍ଭ କରିବା ସମୟରେ ଟି୨୦ ଓ ଆଇପିଏଲ ନ ଥିଲା। ତେଣୁ ଟେଷ୍ଟ କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିବା ଆମର ଏକମାତ୍ର ଲକ୍ଷ୍ୟ ରହିଥିଲା। ସେହିପରି ଗୋଟିଏ ଦେଶର ବାସ୍ତବ କ୍ରିକେଟ ଖେଳିବାର କ୍ଷମତା ଏହାର ଟେଷ୍ଟ ଖେଳିବାର ଦକ୍ଷତାରୁ ଅନୁମେୟ ବୋଲି ମଧ୍ୟ ଗମ୍ଭୀର କହିଥିଲେ। ସେହିପରି କୋହଲି ଟେଷ୍ଟ କ୍ରିକେଟରେ ଯେଉଁଭଳି ନିଜର ଏକ ସାମ୍ରାଜ୍ୟ ଛାଡି ଯାଇଛନ୍ତି ତାହା ସର୍ବଦା ମନେ ରହିବ ବୋଲି ଗମ୍ଭୀର କହିଥିଲେ। ମାତ୍ର ୨୫ ବର୍ଷ ବୟସରେ ଭାରତର ନେତୃତ୍ୱ ନେଇ ଭାରତର ସଫଳତମ ଟେଷ୍ଟ ଅଧିନାୟକ ହେବା ଆଦୌ ଛୋଟ କଥା ନୁହେଁ ବୋଲି କହିଥିଲେ ଗମ୍ଭୀର।
ଦିଲ୍ଲୀ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା ବୋଲି କହିଥିଲେ କୋହଲି। ଏହା ସହିତ ବୁମ୍‌ରା ଓ ଅଶ୍ୱିନଙ୍କ ଭଳି ବିଶ୍ୱସ୍ତରୀୟ ବୋଲର ତିଆରି କରିବା ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ବୋଲି ଉଭୟ ସ୍ବୀକାର କରିଥିଲେ। ଟି୨୦ ଯୁଗରେ ଯୁବ ଖେଳାଳିମାନେ ଦିନକୁ ୨୦ ଓଭର ବୋଲିଂ କରୁନାହାନ୍ତି, ଯାହାକି ଏକ ବଡ ସମସ୍ୟା। ସେହିପରି ଶେଷ ପ୍ରଶ୍ନରେ ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା ବିଷୟରେ କୋହଲି ପଚାରିଥିଲେ। ଏହାର ଉତ୍ତରରେ ଗମ୍ଭୀର ଥଟ୍ଟାରେ କହିଥିଲେ ତୁମର ଏଥିରେ ଅଧିକ ଅଭିଜ୍ଞତା ରହିଛି। ତୁମେ ମଧ୍ୟ ଉତ୍ତର ଦେଇ ପାରିବ। ଆମେ ଉଭୟ ଏକା ପ୍ରକାରର ବ୍ୟକ୍ତିତ୍ୱର ଅଧିକାରୀ। ବେଳେ ବେଳେ ଆମର ଆଲୋଚନା ମଧ୍ୟ ଝଗଡାର ରୂପ ନେଇ ପାରେ। ତେବେ ବିରାଟ ନିଜ ବ୍ୟକ୍ତିତ୍ୱରେ କୌଣସି ପରିବର୍ତ୍ତନ ଆଣିବା ଅନାବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri