Categories: ଫୁରସତ

କୁକୁରର ବିବେକ

ନୂଆଦିଲ୍ଲୀ୪।୭: ଏବେ ସୋସିଆଲ ମିଡ଼ିଆରେ ଗୋଟିଏ କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁକୁର କିପରି ମଣିଷ ଭଳି ମାନବିକତା ଗୁଣର ଉଦାହରଣ  ସୃଷ୍ଟି କରୁଛି ତାହା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହା ବହୁ ୟୁଜରଙ୍କୁ ଭାବପ୍ରବଣ କରିଛି। ଏହି  ଭିଡ଼ିଓରେ ଯେ ଜଣେ ମହିଳା ନିଜ ପୋଷା କୁକୁର ସହିତ ରାସ୍ତାରେ ଯାଉଥିବାର ଦେଖାଯାଉଛି। ତାଙ୍କ ବିପରୀତ ଦିଗରୁ ଜଣେ ବ୍ୟକ୍ତି ବାଡ଼ି ଧରି ଆସୁଛନ୍ତି। ସେହି ବ୍ୟକ୍ତିଙ୍କୁ କିଛି ଦେଖାଯାଉ ନ ଥିବା ଜଣାପଡୁଛି। ରାସ୍ତାରେ ମଝିରେ ଏକ ବଡ଼ କାଠ ଖଣ୍ଡ ପଡ଼ି ରହିଛି। ମହିଳା ଜଣଙ୍କ କାଠ ଖଣ୍ଡକୁ ଡ଼େଇଁ ଚାଲିଗଲେ। ତେବେ କୁକୁର ସେଠାରେ ଅଟକି ଗଲା। ସମ୍ମୁଖରୁ ଆସୁଥିବା ଦୃଷ୍ଟି ବାଧିତ ବ୍ୟକ୍ତିଙ୍କୁ କିଛି ଦେଖାଯାଉ ନାହିଁ। ତେଣୁ ସେ କିପରି କାଠକୁ ଡେଇଁ ଆଗକୁ ଯିବେ। କୁକୁର କାଠକୁ କାମୁଡ଼ି ଧରି ରାସ୍ତା କଡ଼ରେ ରଖିଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ମହିଳା ଜଣକ ଏନେଇ କିଛି ଭାବି ନ ଥିବା ବେଳେ କୁକୁର କିପରି ନିଜ ବିବେକ ପଣିଆର ପରିଚୟ ଦେଇଛି ତାହା ଭିଡ଼ିରେ ଦେଖିବାକୁ ମିଳୁଛି। ମହିଳା ଜଣଙ୍କ ପୋଷା କୁକୁରର ଏଭଳି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡ଼ିଓକୁ ଆଇଏଫ୍‌ଏସ୍‌ ଅଧିକାରୀ ସୁଧା ରମଣ ଟୁଇଟରରେ ଶେୟାର କରିଛନ୍ତି। ୨୦ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୧ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ଯେତେବେଳେ ଅଢ଼େଇ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ କିଛି ଲୋକ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେହିପରି ୫୭୨ ଜଣ ୟୁଜର ଏହାକୁ ରିଟୁଇଟ୍‌ କରିଛନ୍ତି।

Share