Posted inଜାତୀୟ

କଂଗ୍ରେସ ଜିତିବନି ୨୦୨୪ ନିର୍ବାଚନ

ଶ୍ରୀନଗର/ନୂଆଦିଲ୍ଲୀ,୩।୧୨:୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୩୦୦ ଆସନ ଜିତିପାରିବ ନାହିଁ। ଜି-୨୩ ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରର ଏକ ସଭାକୁ ସମ୍ବୋଧନ ବେଳେ ଏହି ଭବିଷ୍ୟବାଣୀ କରିଛନ୍ତି। କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ନିଜ ଦଳ ପ୍ରତି ଏହାର ଜଣେ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଅଡ଼ୁଆ ସୃଷ୍ଟିର କାରଣ ସାଜିଛି।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ବୁଧବାର ପୁଞ୍ଚରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନରେ ବିଜୟୀ ହେବ ବୋଲି ସେ ଦେଖୁନାହାନ୍ତି। ୨୦୧୯ରେ ଉଚ୍ଛେଦ କରାଯାଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ କୋର୍ଟରେ ରହିଛି। ତେଣୁ କେବଳ ଲୋକଙ୍କୁ ଖୁସି କରିବା ପାଇଁ ନିଜ ହାତରେ ନ ଥିବା ବିଷୟରେ ସେ କହିବେ ନାହିଁ। ତାରା ଓ ଜହ୍ନ ଆଣିଦେବୁ ବୋଲି ପ୍ରତିଶ୍ରୁତି ଦେଇପାରିବେ ନାହିଁ। କୋର୍ଟଙ୍କୁ ବାଦ୍‌ଦେଲେ ୩୭୦ ଉଚ୍ଛେଦ ପାଇଁ ଦାୟୀ ସରକାର ହିଁ ଏହା ଉପରେ କିଛି କରିପାରିବେ। ଆମର ୩୦୦ ଏମ୍‌ପି ନିଅଣ୍ଟ ହେଉଛି। ୨୦୨୪ରେ କଂଗ୍ରେସର ୩୦୦ ଏମ୍‌ପି ଜିତିଲେ ଆମେ କିଛି କରିପାରିବୁ। ଭଗବାନଙ୍କ ଇଚ୍ଛାର ବିଜୟ ହେବ। କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏପରି ହେବା ଭଳି ମନେହେଉନାହିଁ। ତେଣୁ ସେ ମିଥ୍ୟା ପ୍ରତିଶ୍ରୁତି ଦେବେ ନାହିଁ ବୋଲି ଆଜାଦ କହିଥିଲେ। ସୂଚନାଯୋଗ୍ୟ, ଆଜାଦ ହେଉଛନ୍ତି ଗତବର୍ଷ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ଅସନ୍ତୁଷ୍ଟ ଗୋଷ୍ଠୀ ‘ଜି-୨୩’ର ସଦସ୍ୟ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମୁମ୍ବାଇରେ ବୁଧବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ କଂଗ୍ରେସର ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ଏହାର ଦିନକ ପରେ ଆଜାଦଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ ଏକ ସତର୍କଘଣ୍ଟି ବୋଲି ବିଶ୍ଳେଷକମାନେ ବିବେଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri