ଲଗାଣ ବର୍ଷାରେ ବିଦ୍ୟାଳୟର ଅବସ୍ଥା ବେହାଲ

ସିନାପାଲି,୩।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକରେ ୫-ଟି ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ପ୍ରଶାସନର ଅବହେଳା ଯୋଗୁ ପ୍ରହସନରେ ପରିଣତ ହୋଇଛି। ଗତ ମେ ପ୍ରଥମ ସପ୍ତାହରେ ଜିଲାରେ ତୃତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦାରା ଉଦଘାଟିତ ହୋଇଥିଲା। ଏହି ବ୍ଲକ ଅନ୍ତର୍ଗତ ଝାରବନ୍ଧସ୍ଥିତ ଦେବିଚରଣ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ହେଲେ ବର୍ତ୍ତମାନର ଲଘୁଚାପଜନିତ ଲଗାଣ ବର୍ଷାରେ ବିଦ୍ୟାଳୟ ଅବସ୍ଥା ବେହାଲ ହୋଇପଡିଛି। ସ୍ମାର୍ଟ ରୁମ କୋଠରି ଛାତରୁ ଗଳୁଛି ପାଣି। ବସିବା ତ ଦୂରର କଥା ପିଲାମାନେ ଠିଆ ହୋଇପାରୁନାହାନ୍ତି। କୃତ୍ରିମ ପୋଖରୀ ପାଲଟି ଯାଇଛି ସ୍ମାର୍ଟ ରୁମ। ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାରୁ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହେଉଛି। ସରକାରଙ୍କ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାକୁ ଲୋକେ ପ୍ରସଂଶା କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀମାନଙ୍କ ବେପରୁଆ କାର୍ଯ୍ୟ ଯୋଗୁ ରୂପାନ୍ତରୀ କରଣ ପ୍ରହସନ ବୋଲି ଚର୍ଚ୍ଚା ହେଉଛି। ବିଦ୍ୟାଳୟ ରୂପାନ୍ତରୀକରଣର ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ସହଜେ ଅନୁମେୟ ହେଉଛି। ଦୁଇଟି କୋଠରିର ଛାତକୁ ଠିକ ଭାବେ ସଂଯୋଗ କରାଯାଇ ନ ଥିବାରୁ ସେହି ସ୍ଥାନରେ ପ୍ରବଳ ବର୍ଷା ଜଳ ତଳକୁ ଗଳିପଡୁଥିବା ଦେଖିବାକୁ ମିଳିଛି। ସେହିପରି ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମର ବାରଣ୍ଡା ଉଚ୍ଚ ହୋଇଥିବା ବେଳେ କୋଠରି ଭିତରୁ ବର୍ଷାପାଣି ପଶି ଭର୍ତ୍ତି ହୋଇଯାଉଛି। ସେହିଭଳି ନବମ ଶ୍ରେଣୀର ସ୍ମାର୍ଟ କ୍ଲାସରୁମ ଛାତ ଉପରେ ରେନକୋଟ ଦିଆଯାଇ ନାହିଁ। ଫଳରେ ଛାତ ଉପର ପାଣି ଭେଣ୍ଟିଲେଟର ପଟୁ ଭିତରକୁ ପ୍ରବେଶ କରୁଛି। ଫଳରେ ଛାତ୍ରୀଛାତ୍ର ବସି ଅଧ୍ୟୟନ କରିବା ସମ୍ଭବ ହେଉନାହିଁ। ପ୍ରକାଶ ଯେ, ୧୯୯୩ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀରେ ୧୨୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏ ନେଇ ଯନ୍ତ୍ରୀ ମୀନାକ୍ଷୀ ମିଶ୍ରଙ୍କୁ ପଚାରିବାରୁ କଥାକୁ ହଲୁକାରେ ନେଇ ଜଏଣ୍ଟସ୍ଥାନରେ ପାଣି ଗଳୁଛି, ମରାମତି କରାଯିବ ବୋଲି କହିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri