ସୁଧୁରିପାରୁନି ଜଳବନ୍ଦୀ ଅଞ୍ଚଳବାସୀଙ୍କ ସ୍ଥିତି

ତେନ୍ତୁଳିଖୁଣ୍ଟି, ୯।୧୦(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଳବନ୍ଦୀ ଅଞ୍ଚଳକୁ ବାରମ୍ବାର ସଚିବ ପାହ୍ୟା ଅଧିକାରୀ, ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ ଯନ୍ତ୍ରଚାଳିତ ବୋଟ ଯୋଗେ ଗସ୍ତ କରୁଛନ୍ତି। ଦୀର୍ଘ ବର୍ଷ ଧରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପଦାଧିକାରୀ ମଧ୍ୟ ଉକ୍ତ ଅଞ୍ଚଳରେ ଥିବା ୬ଟି ଗ୍ରାମକୁ ଗସ୍ତ କରିଛନ୍ତି। ବିକାଶର ବହୁ ପ୍ରତିଶ୍ରୁତି ମିଳିଛି। ଯନ୍ତ୍ରଚାଳିତ ବୋଟରେ ମାଗଣା ଯିବା ଆସିବା, ଘର ମୁହଁରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନ, କେନ୍ଦୁଗୁଡ଼ାରୁ ଗୁରୁମାଇଗୁଡ଼ା ବ୍ରିଜ ନିର୍ମାଣ, ଦଶମନ୍ତପୁରକୁ ରାସ୍ତା ଭଳି ଅନେକ ପ୍ରତିଶ୍ରୁତି ମିଳିଛି। ବାସ୍ତବ କ୍ଷେତ୍ରରେ କିନ୍ତୁ ଚିତ୍ର ବଦଳି ପାରିନାହିଁ। ଜଳବନ୍ଦୀ ଲୋକେ ଏବେବି ଅସୁବିଧାରେ ଦିନ କାଟୁଛନ୍ତି।
୨୦୦୧ ପୁନର୍ବାସ ଥଇଥାନ ପରାମର୍ଶ କମିଟି ନିଷ୍ପତ୍ତି ପ୍ରକାରେ ବିସ୍ଥାପିତ ନ ହୋଇ ଜଳବନ୍ଦୀ ଜୀବନ ବିତାଉଥିବାରୁ ଟାଙ୍ଗଣକୋଟ ଓ ବାଗ୍ରାବାସୀଙ୍କୁ ବିସ୍ଥାପିତ ମାନ୍ୟତା ଦେଇ ବିସ୍ଥାପିତଙ୍କୁ ଦିଆଯାଉଥିବା ପ୍ୟାକେଜ ଦେବା ନିଷ୍ପତ୍ତି ହୋଇଥିଲା। କିନ୍ତୁ ୨୦୨୩ ଶେଷ ହେବାକୁ ବସିଲାଣି ତାହା କାର୍ଯ୍ୟକାରୀ ହୋଇପାରିନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ବ୍ଲକ ପାଣ୍ଠି ବ୍ୟବହାର କରି ସଂଯୋଗୀକରଣ ମାଟି ରାସ୍ତା ନିର୍ମିତ ହୋଇଛି। କିଛି ମାତ୍ରାରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି। କିନ୍ତୁ ରାସ୍ତା ନ ଥିବାରୁ କୌଣସି ସେବା ଠିକ୍‌ଭାବେ ମିଳିପାରୁନି। ଯୋଗାଯୋଗ ବ୍ୟବସ୍ଥା ଏବେବି ସାତ ସପନ। ମୋବାଇଲରେ କଥା ହେବାକୁ ହେଲେ ଉଚ୍ଚ ସ୍ଥାନକୁ ଯାଇ କଥା ହେବାକୁ ପଡୁଛି। ନିର୍ବାଚନ ପାଖେଇ ଆସିଲେ ଏହି ଜଳବନ୍ଦୀ ଅଞ୍ଚଳବାସୀଙ୍କୁ ବିକାଶର ଗଣ୍ଠିଲି ଦିଆଯାଉଛି। ପରବର୍ତ୍ତୀ ସମୟରେ ତାହା ଶୂନ୍ୟ ହୋଇଯାଉଛି। ଏହି ଅଞ୍ଚଳକୁ ବିଭିନ୍ନ ବିଭାଗୀୟ ଅଧିକାରୀ ଆସି ଜଳ କ୍ରୀଡ଼ା ସହ ଭୋଜି ଭାତର ଆସର ଜମାଉଛନ୍ତି, ନଦୀର ଅପରପାର୍ଶ୍ୱକୁ ଯାଇ ଲୋକଙ୍କ କଥା ବୁଝୁଥିବା କହି ବାହାବା ନେଉଛନ୍ତି ବୋଲି
କଂଗ୍ରେସ ନେତା ଦିଲ୍ଲୀପ ପ୍ରଧାନୀ ଓ ଭାଜପା ଯୁବ ନେତା ସନ୍ତୋଷ ପାତ୍ର ଅଭିଯୋଗ କରିଛନ୍ତି। କିନ୍ତୁ ଏଠାକାର ନିରୀହ ଆଦିବାସୀଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଗମନାଗମନ, ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ସୁଧୁରି ପାରିନାହିଁ। ବର୍ତ୍ତମାନ ଋତୁ ପରିବର୍ତ୍ତନ ସମୟରେ ଜ୍ୱର, ଥଣ୍ଡା, କାଶ, ନିମୋନିଆ ଭଳି ମାରାତ୍ମକ ରୋଗ ବ୍ୟାପୁଛି। ଉକ୍ତ ଅଞ୍ଚଳ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟକର୍ମୀ ନିଯୁକ୍ତ ଥିଲେ। କିନ୍ତୁ କିଛି ବର୍ଷ ହେଲା କେବଳ ସ୍ବାସ୍ଥ୍ୟ ବିଭଗୀୟ ଟିମ୍‌ ମାସିକ ପ୍ରୋଗ୍ରାମ କରି ଚିକିତ୍ସା ଦେଉଛନ୍ତି। ରୋଗରୁ ବଞ୍ଚତ୍ବାକୁ ଅଞ୍ଚଳବାସୀ ଏବେ ମଧ୍ୟ ଗୁଣି ଗାରେଡ଼ିର ସାହାରା ନେଉଛନ୍ତି। ଜିଲା ଏବଂ ବ୍ଲକ ପ୍ରଶାସନର ଅଧିକାରୀଙ୍କ ବାରମ୍ବାର ଗସ୍ତ ପରେ ବି ଜଳବନ୍ଦୀ ଅଞ୍ଚଳର ସ୍ଥିତି ସୁଧୁରୁ ନାହିଁ। ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ  ୬ଟିଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ ବ୍ଲକ ପ୍ରଶାସନ   କ୍ଷମତା ମୁତାବକ କାମ କରାଯାଉଛି ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri