ବର୍ଷାରେ ବିଗିଡ଼ିଲା ରାଜଧାନୀ ସ୍ଥିତି

ଭୁବନେଶ୍ୱର, ୨।୯ (ବନ୍ଦନା ସେଠୀ): ଶୁକ୍ରବାର ଦିନତମାମ ପାଗ ଖରାଟିଆ ଥିଲା। ଏପରି କି ଗରମ ମଧ୍ୟ ଅନୁଭୂତ ହେଉଥିଲା। ପରେ ଅପରାହ୍ନରୁ ପାଗ ଆଂଶିକ ମେଘୁଆ ରହିବା ସହ କାଁ ଭାଁ ସ୍ଥାନରେ ସ୍ବଳ୍ପ ବର୍ଷା ହୋଇଥିଲା। ହେଲେ ସନ୍ଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ସା ପ୍ରାୟ ୭ଟା ୧୫ରୁ ୭ଟା ୪୫ ଯାଏ ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ଏକାଧିକ ସ୍ଥାନରେ ପାଣି ଜମିଥିବାବେଳେ ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ିଥିଲା। ଅଧିକାଂଶ ସ୍ଥାନରେ ଡ୍ରେନ୍‌ ସଫେଇ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଲୋକମାନେ ବର୍ଷା ପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ବର୍ଷା ପରେ ଏଭଳିସ୍ଥିତିକୁ ଦେଖିବା ପରେ ବିଏମ୍‌ସିର ମୌସୁମୀ ପ୍ରସ୍ତୁତି ଏକପ୍ରକାର ଫେଲ୍‌ ମାରିଥିବା ସ୍ପଷ୍ଟ ହୋଇଛି। ଘନଘନ ବୈଠକ, କ୍ଷେତ୍ର ପରିଦର୍ଶନ କିଛି ବି ସୁଫଳ ଦେଇପାରି ନାହିଁ। ଅପରପକ୍ଷେ ସହରର ସମସ୍ତ ଡ୍ରେନ୍‌ ସଫେଇ ହୋଇ ନ ଥିବାରୁ ଏକାଧିକ ସ୍ଥାନରେ ପାଣି ଜାମ୍‌ ହୋଇ ରାସ୍ତାକୁ ଉଛୁଳିଥିଲା। ଖୋଦ୍‌ ବିଏମ୍‌ସି ମୁଖ୍ୟାଳୟର ମାତ୍ର କେଇ ମିଟର ଦୂରରେ ଥିବା ମହାନ୍ତି ସ୍କୋୟାରଠାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଦେଖିବାକୁ ମିଳିଥିଲା। ସେହିପରି ଝାରପଡ଼ା ଜେଲ ରୋଡରେ ମଧ୍ୟ ପାଣି ଲହଡ଼ି ମାରିଥିବା ଦେଖିବାକୁ ମିଳିଥିଲା। ମାତ୍ର ଅଧଘଣ୍ଟାର ବର୍ଷାରେ ଡ୍ରେନ ଚୋକ୍‌ ହୋଇଯାଉଥିବାବେଳେ ରାସ୍ତାରେ ପାଣି ଜମିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅପରପକ୍ଷେ ବିଏମ୍‌ସି ପକ୍ଷରୁ କିଛି ସ୍ଥାନରେ ଜଳ ନିଷ୍କାସନ ଲାଗି ପମ୍ପ ସେଟ ଲଗାଯାଇଥିଲା। ସହରର ବିଭିନ୍ନ ତଳି ଅଞ୍ଚଳ ସମେତ ସୌଭାଗ୍ୟ ନଗର, ଶହୀଦନଗର, ବମିଖାଲ ଫ୍ଲାଏଓଭର, ଝାରପଡ଼ା, କଟକ-ଭୁବନେଶ୍ବର ଜାତୀୟ ରାଜପଥ ଆଦି ପ୍ରମୁଖ ସ୍ଥାନ ଏପରିକି ଭୁବନେଶ୍ବର ରେଳଷ୍ଟେଶନରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri