ଚିନ୍ତା ବଢ଼ାଇଛି ବ୍ୟାସ ସରୋବର ମନ୍ଦିରରେ ଭୋଜିଭାତ

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଆ ସଂସ୍କୃତିର ଏକ ପୁଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ଏଠାକୁ ବହୁ ପରିଦର୍ଶକ, ପର୍ଯ୍ୟଟକ ଆସିଥାନ୍ତି। ପ୍ରାୟ ୬୪ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ମଞ୍ଜୁର ହୋଇ ଏହି ସରୋବରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଚାଲିଛି। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୨୦% ହୋଇ ନ ଥିବାବେଳେ ଏବେଠୁ ରାଜନୈତିକ କବ୍‌ଜା ଆରମ୍ଭ ହୋଇସାରିଛି। ଯେଉଁଠାରେ ମା’ ଲକ୍ଷ୍ମୀ ଓ ଗୁପ୍ତଗଙ୍ଗା ଏବଂ ରାଘୁଜୀ ଗୋସାଇଁ ପୂଜା ପାଉଛନ୍ତି, ସେଠାରେ କେତେକ ରାଜନୈତିକ ଦଳର କର୍ମୀମାନେ ନିଜର ବଳପ୍ରୟୋଗ କରି ଭୋଜିଭାତ ଆରମ୍ଭ କରିଛନ୍ତି। ବିଡମ୍ବନା ଯେ, ଅଇଁଠା ଖଲିପତ୍ର ଓ ପ୍ଲାଷ୍ଟିକ ଗ୍ଲାସ୍‌ଗୁଡ଼ିକୁ ଏଣେତେଣେ ପକାଇ ଦେଇ ଏକ ଆଧ୍ୟାତ୍ମିକ ଚିନ୍ତାଧାରରେ ବିଘ୍ନ ଘଟାଇଥିବା ମତପ୍ରକାଶ ପାଇଛି।
ବ୍ୟାସ ସରୋବରରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର ରହିଛି। ଯାଜପୁର ଜିଲା ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ମାତ୍ର ୩ କି.ମି. ଦୂରରେ ରହିଛି ଏହି ପୌରାଣିକ ପୀଠ। ୧୯୯୪ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଆଜିକୁ ୨୯ ବର୍ଷ ବିତିଯାଇଥିଲେ ହେଁ ସେହି ପୌରାଣିକ ସରୋବର ନାହିଁ। ଗୁପ୍ତଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭାପାଉଛି। ପ୍ରାଚୀନ କାଳରେ ଏଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି। ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀଠାରୁ ତିନିଦିନ ଏଠାରେ ବ୍ୟାସ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଆସୁଛି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଭକ୍ତମାନେ ଏଠାକାର ଗୁପ୍ତଗଙ୍ଗାରୁ ପାଣି ଉଠାଇ ବିଭିନ୍ନ ଶିବ ମନ୍ଦିରକୁ ଯାଇଥାନ୍ତି। ଏହିକ୍ରମରେ ମନ୍ଦିର ଓ ଗୁପ୍ତଗଙ୍ଗା ପରିସରରେ ଭୋଜିଭାତ କରିବା କେତେଦୂର ସମୀଚୀନ ବୋଲି ମତପ୍ରକାଶ ପାଇଛି। ଏହି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଜରିଆରେ ସମ୍ପାଦିତ ହେଉଛି। ଏହି ପ୍ରକଳ୍ପରେ ମନ୍ଦିର ପାର୍ଶ୍ୱରେ ସରୋବର ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହାସହ ପ୍ରକଳ୍ପରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରି, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଆଦି ଇତ୍ୟାଦି ନିର୍ମାଣ କରିବାକୁ ଯୋଜନା ରହିଛି। ସେହିସବୁ କାର୍ଯ୍ୟ ଜୋରସୋର ଚାଲିଛି। ହେଲେ ଏହି ସୁନ୍ଦର ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପାଇଁ ଆଦୌ ଚିନ୍ତା କରାଯାଇ ନ ଥିବା ମନେହେଉଛି। ଏହି ପ୍ରକଳ୍ପକୁ ଲାଗି ଗଣ୍ଡାନାଳ ବୋହିଯାଉଛି। ଅଧିକ ବର୍ଷା ହେଲେ ଗଣ୍ଡାନାଳର ବନ୍ୟା ପାଣିରେ ଏହି ମନ୍ଦିରର ଚୂଳ ପର୍ଯ୍ୟନ୍ତ ବୁଡ଼ି ଯାଇଥାଏ। ତେଣୁ ଉପଯୁକ୍ତ ଉଚ୍ଚର ବନ୍ଧ ନିର୍ମାଣ ହୋଇ ନ ଥିବାରୁ ଗତ ସାମାନ୍ୟ ବନ୍ୟାରେ ବହୁ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ଆଗକୁ ଆହୁରି ବର୍ଷା ହେଲେ ପ୍ରକଳ୍ପ କିଛି ଦିନ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଅନ୍ୟପକ୍ଷେ ରାଜନୈତିକ ଦଳର କେତେଜଣ କର୍ମୀଙ୍କ ଅଯଥା ହସ୍ତକ୍ଷେପ ସହ ମନ୍ଦିର ପରିସରରେ ଭୋଜିଭାତକୁ ସହରବାସୀ ନାପସନ୍ଦ କରିଛନ୍ତି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ମନ୍ଦିର ପରିସରରେ ଭୋଜିଭାତ କରି କୁଢକୁଢ ଅଇଁଠା ଖଲିଦନା ପକାଇବା ନିନ୍ଦନୀୟ। ସରୋବର ପ୍ରକଳ୍ପକୁ ଲାଗି ଆମ୍ବ ବଗିଚାରେ ଥିବା ପେଣ୍ଡାଲରେ ଭୋଜି କରାଯାଇ ପାରିଥାନ୍ତା। ଏଭଳି କାର୍ଯ୍ୟ ଭକ୍ତମାନଙ୍କ ଭକ୍ତି ଭାବନାକୁ ଢେର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri