ଚିନ୍ତା ବଢ଼ାଇଛି ବ୍ୟାସ ସରୋବର ମନ୍ଦିରରେ ଭୋଜିଭାତ

ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଆ ସଂସ୍କୃତିର ଏକ ପୁଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ଏଠାକୁ ବହୁ ପରିଦର୍ଶକ, ପର୍ଯ୍ୟଟକ ଆସିଥାନ୍ତି। ପ୍ରାୟ ୬୪ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ମଞ୍ଜୁର ହୋଇ ଏହି ସରୋବରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଚାଲିଛି। କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୨୦% ହୋଇ ନ ଥିବାବେଳେ ଏବେଠୁ ରାଜନୈତିକ କବ୍‌ଜା ଆରମ୍ଭ ହୋଇସାରିଛି। ଯେଉଁଠାରେ ମା’ ଲକ୍ଷ୍ମୀ ଓ ଗୁପ୍ତଗଙ୍ଗା ଏବଂ ରାଘୁଜୀ ଗୋସାଇଁ ପୂଜା ପାଉଛନ୍ତି, ସେଠାରେ କେତେକ ରାଜନୈତିକ ଦଳର କର୍ମୀମାନେ ନିଜର ବଳପ୍ରୟୋଗ କରି ଭୋଜିଭାତ ଆରମ୍ଭ କରିଛନ୍ତି। ବିଡମ୍ବନା ଯେ, ଅଇଁଠା ଖଲିପତ୍ର ଓ ପ୍ଲାଷ୍ଟିକ ଗ୍ଲାସ୍‌ଗୁଡ଼ିକୁ ଏଣେତେଣେ ପକାଇ ଦେଇ ଏକ ଆଧ୍ୟାତ୍ମିକ ଚିନ୍ତାଧାରରେ ବିଘ୍ନ ଘଟାଇଥିବା ମତପ୍ରକାଶ ପାଇଛି।
ବ୍ୟାସ ସରୋବରରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର ରହିଛି। ଯାଜପୁର ଜିଲା ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ମାତ୍ର ୩ କି.ମି. ଦୂରରେ ରହିଛି ଏହି ପୌରାଣିକ ପୀଠ। ୧୯୯୪ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। ଆଜିକୁ ୨୯ ବର୍ଷ ବିତିଯାଇଥିଲେ ହେଁ ସେହି ପୌରାଣିକ ସରୋବର ନାହିଁ। ଗୁପ୍ତଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭାପାଉଛି। ପ୍ରାଚୀନ କାଳରେ ଏଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି। ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀଠାରୁ ତିନିଦିନ ଏଠାରେ ବ୍ୟାସ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଆସୁଛି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଭକ୍ତମାନେ ଏଠାକାର ଗୁପ୍ତଗଙ୍ଗାରୁ ପାଣି ଉଠାଇ ବିଭିନ୍ନ ଶିବ ମନ୍ଦିରକୁ ଯାଇଥାନ୍ତି। ଏହିକ୍ରମରେ ମନ୍ଦିର ଓ ଗୁପ୍ତଗଙ୍ଗା ପରିସରରେ ଭୋଜିଭାତ କରିବା କେତେଦୂର ସମୀଚୀନ ବୋଲି ମତପ୍ରକାଶ ପାଇଛି। ଏହି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଜରିଆରେ ସମ୍ପାଦିତ ହେଉଛି। ଏହି ପ୍ରକଳ୍ପରେ ମନ୍ଦିର ପାର୍ଶ୍ୱରେ ସରୋବର ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହାସହ ପ୍ରକଳ୍ପରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରି, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଆଦି ଇତ୍ୟାଦି ନିର୍ମାଣ କରିବାକୁ ଯୋଜନା ରହିଛି। ସେହିସବୁ କାର୍ଯ୍ୟ ଜୋରସୋର ଚାଲିଛି। ହେଲେ ଏହି ସୁନ୍ଦର ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପାଇଁ ଆଦୌ ଚିନ୍ତା କରାଯାଇ ନ ଥିବା ମନେହେଉଛି। ଏହି ପ୍ରକଳ୍ପକୁ ଲାଗି ଗଣ୍ଡାନାଳ ବୋହିଯାଉଛି। ଅଧିକ ବର୍ଷା ହେଲେ ଗଣ୍ଡାନାଳର ବନ୍ୟା ପାଣିରେ ଏହି ମନ୍ଦିରର ଚୂଳ ପର୍ଯ୍ୟନ୍ତ ବୁଡ଼ି ଯାଇଥାଏ। ତେଣୁ ଉପଯୁକ୍ତ ଉଚ୍ଚର ବନ୍ଧ ନିର୍ମାଣ ହୋଇ ନ ଥିବାରୁ ଗତ ସାମାନ୍ୟ ବନ୍ୟାରେ ବହୁ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ଆଗକୁ ଆହୁରି ବର୍ଷା ହେଲେ ପ୍ରକଳ୍ପ କିଛି ଦିନ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି। ଅନ୍ୟପକ୍ଷେ ରାଜନୈତିକ ଦଳର କେତେଜଣ କର୍ମୀଙ୍କ ଅଯଥା ହସ୍ତକ୍ଷେପ ସହ ମନ୍ଦିର ପରିସରରେ ଭୋଜିଭାତକୁ ସହରବାସୀ ନାପସନ୍ଦ କରିଛନ୍ତି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ମନ୍ଦିର ପରିସରରେ ଭୋଜିଭାତ କରି କୁଢକୁଢ ଅଇଁଠା ଖଲିଦନା ପକାଇବା ନିନ୍ଦନୀୟ। ସରୋବର ପ୍ରକଳ୍ପକୁ ଲାଗି ଆମ୍ବ ବଗିଚାରେ ଥିବା ପେଣ୍ଡାଲରେ ଭୋଜି କରାଯାଇ ପାରିଥାନ୍ତା। ଏଭଳି କାର୍ଯ୍ୟ ଭକ୍ତମାନଙ୍କ ଭକ୍ତି ଭାବନାକୁ ଢେର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri