ମିଛ ପ୍ରତିଶ୍ରୁତି ଦେଇ ସବସ୍ବ ଲୁଟିନେଲା କମ୍ପାନୀ, ପ୍ରଶାସନର ଦ୍ୱାରସ୍ଥ ପରେ ବି ବିସ୍ଥାପିତ ନିରାଶ

ଥୁଆମୂଳ ରାମପୁର,୭ା୫(ଦୁର୍ଗା କୀର୍ତ୍ତି): ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ ନିଜର ଭିଟାମାଟି ଟେକି ଦେଇଥିଲେ ଲୋକେ। କମ୍ପାନୀ ତ’ ଆସିଲା ହେଲେ ଲୋକଙ୍କୁ ଦେଇଥିବା ପ୍ରତଶ୍ରୁତିକୁ ଭୁଲିଯାଇ ଏବେ ସେହି ହିତାଧିକାରୀଙ୍କୁ ନାଲି ଆଖି ଦେଖାଉଛି ବହୁ ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା। କଥା କହିଲେ ପୋଲିସ ଲଗାଇ ଲୋକଙ୍କୁ ମାଡ଼ ମାରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ବାରମ୍ବାର ହେବାପରେ କାହିଁକି ଚୁପ୍‌ ପ୍ରଶାସନ।

କଳାହାଣ୍ଡି ଓ ରାୟଗଡ଼ା ସୀମାନ୍ତରେ ଥିବା ବଫଲାମାଳି ପାହାଡ଼ର ଖଣି ଖନନ ପାଇଁ ୨୫.୦୯.୧୯୯୫ର ରାୟଗଡ଼ା ଜିଲାର ଟିକିରିଠାରେ କମ୍ପାନୀ ପ୍ରତିଷ୍ଠା ହୋଇଥଲା। କମ୍ପାନୀ ପ୍ରତିଷ୍ଠା ସମୟର ବଫଲାମାଳି ପାହାଡ଼ ଅଧୀନରେ ଥିବା ମାଳିଗାଁ, ଗୋପୀନାଥପୁର ଓ ଅଡ୍ରି ଆଦି ପଞ୍ଚାୟତର ପ୍ରାୟ ୨୦ରୁ ଊଦ୍ଧର୍‌ବ ଗାଁ ପ୍ରଭାବିତ ହୋଇଥଲା। ସେହି ସମୟରେ ଅଞ୍ଚଳର ବିକାଶ ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ସାମାଜିକ ଓ ଆର୍ଥିକ ସ୍ଥିତିର ବିକାଶ କରିବାର ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ, ହେଲେ କମ୍ପାନୀ ପ୍ରତିଷ୍ଠାର ଆଜକୁ ୩୦ରୁ ଊର୍ଦ୍ଧ୍ୱ ବର୍ଷ ବିତି ଯାଇଥିବା ବେଳେ, ବର୍ତ୍ତମାନ ଅଞ୍ଚଳର ବିକାଶର କଥା ପଚାରିଲେ ନାଲି ଆଖି ଦେଖାଉଛି କମ୍ପାନୀ। ଏହା ସହିତ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ମଧ୍ୟ କମ୍ପାନୀର କର୍ମଚାରୀ ବାଧା ସୃଷ୍ଟି କରୁଥିବା ନେଇ ବିଗତ ଦିନରେ ସ୍ଥାନୀୟ ଲୋକେ ଜିଲା ପ୍ରଶାସନର ଦ୍ବାରସ୍ଥ ହେବା ସହିତ ସ୍ଥାନୀୟ ବିଧାୟକ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କମ୍ପାନୀ ଓ ସରକାରଙ୍କ ଉପରେ ବର୍ଷିଥିଲେ। ଏହାର କିଛିଦିନ ବ୍ୟବଧାନ ପାରେ ଉକ୍ତ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ବେକାର ଯୁବକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ବାସ ଭବନ ଯାଇ ମଧ୍ୟ ତାଙ୍କୁ ସାକ୍ଷାତ କରିବା ସହ ବିସ୍ଥାପିତଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ ଅବଗତ କରାଇବା ସହ ଉକ୍ତ କମ୍ପାନୀରେ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତିର ଯୋଗାଇ ଦିଆଯାଉ ବୋଲି ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।ସେ ସମୟରେ ପିସିସି ସଭାପତିଙ୍କୁ କମ୍ପାନୀ ପକ୍ଷରୁ ୭ ଦିନ ସମୟ ମଗାଯାଇଥିଲା ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ବ୍ୟବସ୍ଥା କରାଗଲାନାହିଁ। ଏପଟେ କମ୍ପାନୀର ବକ୍ସାଇଟ ଗୁଣ୍ଡରେ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ କମ୍ପାନୀ ଆସିବା ଦିନଠାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri