Categories: ବାଣିଜ୍ୟ

ମହାମାରୀ ବେଳେ ସୁଧ ଛାଡ଼ ପ୍ରସଙ୍ଗ ବିଚାର କରିବ କମିଟି

ନୂଆଦିଲ୍ଲୀ,୧୬।୯: କୋଭିଡ୍‌-୧୯ ମହାମାରୀ ସମୟରେ ଋଣ କିସ୍ତି ଉପରେ ଲାଗୁ ହେଉଥିବା ସୁଧ ଛାଡ଼ ଉପରେ ସରକାରୀ କମିଟି ବିଚାର କରିବ। ଲୋକସଭାକୁ ଏକ ଲିଖିତ ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ବିଭିନ୍ନ ପ୍ରଶ୍ନ ଉପରେ ଉତ୍ତର ରଖି ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରିଜର୍ଭ ବ୍ୟାଙ୍କ ବିଭିନ୍ନ ନିୟାମକ ପଦକ୍ଷେପ ହାତକୁ ନେଇଛି। ଏହା ମଧ୍ୟରେ ଋଣ ମୋରାଟୋରିୟମ, ରିଜୋଲ୍ୟୁଶନ ପ୍ଲାନ୍‌ ସାମିଲ ରହିଛି। ସୁଧ ଛାଡ଼ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରିବା ଲାଗି ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସୁଧ ଛାଡ଼ ହେଲେ ଏହାର ପ୍ରଭାବ ଏବଂ ମୋରାଟୋରିୟମ ବେଳେ ସୁଧ ଛାଡ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି କମିଟି ବିଚାର କରିବ ବୋଲି ଜଣାପଡିଛି।

Share