ଦୁର୍ଦ୍ଦିନରେ କମିଶନରେଟ ପୋଲିସ

ଭୁବନେଶ୍ୱର, ୨୩।୯(ବ୍ୟୁରୋ) :କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ପୋଲିସ। ତେବେ ରାଜ୍ୟର ସବୁଠୁ ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର ଓ କଟକରେ ସଂକ୍ରମଣ ରୋକିବାରେ ପ୍ରମୁଖ ଭୂମିକା ନେଉଛି କମିଶନରେଟ ପୋଲିସ। ନିଜ ଜୀବନକୁ ବାଜି ଲଗାଇ ସକାଳୁ ରାତି ସଜାଗ ପ୍ରହରୀ ସାଜିଥିବା ଏହି ପୋଲିସକୁ ନେଇ ଏବେ ସବୁଠି ପ୍ରଶଂସା। ହେଲେ ଯେଉଁମାନେ ଆଜି ପରିବାର ଓ ନିଜ ଜୀବନ କଥା ଭୁଲି କର୍ତ୍ତବ୍ୟକୁ ନେଇ ଗର୍ବ କରୁଛନ୍ତି ଓ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଆଜି ସେମାନଙ୍କ ଜୀବନ କିନ୍ତୁ ବିପଦ ମୁହଁକୁ ଠେଲି ହୋଇଯାଉଛି। ନାନା ଦୁର୍ଦ୍ଦଶା ଓ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଦୀର୍ଘ ୬ମାସ ଧରି ସଚେତନତାଠାରୁ ଆରମ୍ଭ କରି ଅମାନିଆଙ୍କୁ ସାବାଡ୍‌ କରି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଓ କରୋନା ଭଳି ବିଶ୍ୱ ମହାମାରୀକୁ ପରାଜିତ କରିବାକୁ ଅହରହ ଉଦ୍ୟମ ଚଳାଇଥିବା କମିଶନରେଟ ପୋଲିସର ବହୁ ଅଧିକାରୀ ଓ କର୍ମଚାରୀ ଏବେ ସଂକ୍ରମିତ। ଇତିମଧ୍ୟରେ ଭୁବନେଶ୍ୱରର ୯ ଥାନା ଅଧିକାରୀ ଓ ୧୨୬୦ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ କରୋନା ସହ ଲଢ଼ି ୪ଜଣ ଶହୀଦ ହୋଇଛନ୍ତି। ସେହିପରି କଟକରେ ମଧ୍ୟ ଶତାଧିକ ପୋଲିସ ସଂକ୍ରମିତ ହୋଇଛନ୍ତି। ଫଳରେ ଅଧିକାଂଶ ଥାନାରେ ଏବେ କର୍ମଚାରୀ ଅଭାବ ଦେଖାଦେଇଛି। ତଥାପି ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ସହ କରୋନା ଯୁଦ୍ଧକୁ ଜିତିବା ପାଇଁ କମିଶନରେଟ ପୋଲିସ ବଡ଼ ସଂକଳ୍ପ ନେଇଛି। ତେବେ କାହିଁକି ଏତେ ସଂଖ୍ୟକ ପୋଲିସ କର୍ମଚାରୀ ସଂକ୍ରମଣର ଶିକାର ହେଲେ, ତାହା ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ପୋଲିସକୁ ବ୍ୟବହାର କରିବାରେ ସତର୍କତା ଅବଲମ୍ବନ କରାଯିବା ଦରକାର। ଜନସାଧାରଣଙ୍କୁ ଲାଠି ଦେଖାଇ ଭୟଭୀତ କଲେ ରୋଗ ପଳାଇଯିବ ନାହିଁ। ଅନ୍ୟପଟେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଇବା ହେଉଛି ସରକାରଙ୍କ ଗୁରୁ ଦାୟିତ୍ୱ।
ଯୁଦ୍ଧ କ୍ଷେତ୍ରରେ ସୈନିକ ଘର କଥା ଭାବି ନ ଥାଏ
କରୋନା ଯୁଦ୍ଧରେ କମିଶନରେଟ ପୋଲିସର ଅଧିକାରୀ ଓ କର୍ମଚାରୀମାନେ ସୈନିକ ସାଜିଛନ୍ତି। ସେମାନେ ସୈନିକ ଭଳି ଖରାବର୍ଷାରେ ଦିନକୁ ୧୪ରୁ ୧୬ ଘଣ୍ଟା କାର୍ଯ୍ୟ କରୁଛନ୍ତି। ଘରକୁ ଗଲେ ଘର ବାରଣ୍ଡାରୁ ଫେରି ଆସୁଛନ୍ତି। ଘର ଲୋକଙ୍କୁ ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ଅନେକ ସଂକ୍ରମଣର ଶିକାର ହେବା ସହ ପ୍ରାଣ ହରାଉଥିଲେ ମଧ୍ୟ ତାହାକୁ ଖାତିର ନ କରି ଥାନାକୁ ଆସୁଥିବା ମାମଲା, ଭିଭିଆଇପି ଡ୍ୟୁଟି, ନିଶାଦ୍ରବ୍ୟ କାରବାରରେ ରୋକ ଲଗାଇବାଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍‌ ଭାବେ ତୁଲାଉଛନ୍ତି। ଏତଦ୍‌ବ୍ୟତୀତ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ପୋଲିସ ପାଇଁ ଏକ ବଡ଼ ଆହ୍ବାନ। ଜଣେ ସୈନିକ ଯୁଦ୍ଧ କ୍ଷେତ୍ରରେ ଥିବାବେଳେ ପରିବାର କଥା ଭୁଲି ଯାଇଥାଏ। ସେହିଭଳି କରୋନା ଯୁଦ୍ଧରେ ପୋଲିସ ବର୍ତ୍ତମାନ ତା’ର କର୍ତ୍ତବ୍ୟ ପାଇଁ ପରିବାର କଥା ପଛ କରିଦେଇଛି। ତେଣୁ ସେମାନେ କିଭଳି ନିଜେ ସୁସ୍ଥ ବାତାବରଣରେ ରହି କାର୍ଯ୍ୟ କରିବେ ସେଥିପାଇଁ ସରକାର ଚିନ୍ତା କରିବା ଦରକାର। କୋଭିଡ ଜରିମାନା ଆଦାୟକୁ ନେଇ ପୋଲିସ ସ୍ଥାନୀୟ ଲୋକଙ୍କ ସହ ଶତ୍ରୁତା ବଢୁଛି। ତେଣୁ ଯେଉଁମାନେ ବିନା ମାସ୍କରେ ଯାଉଛନ୍ତି ଅଯଥାରେ ଗହଳି କରୁଛନ୍ତି ସେମାନଙ୍କୁ ସ୍ଥାନୀୟ ନେତା ଓ ସାମାଜିକ କର୍ମୀମାନେ ସଚେତନ କରିବା ସହ ସରକାରଙ୍କୁ ସହଯୋଗ କରିବା ଉଚିତ।
-ବି.ବି.ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ଦେଶର ସମସ୍ୟାକୁ ଆମ ଭିତରେ ଭାଗ କରିବାକୁ ହେବ
ରାଜ୍ୟର ଯେଉଁ ଜିଲାଗୁଡ଼ିକରେ କରୋନାର ପ୍ରଭାବ ଏତେ ମାତ୍ରାରେ ନାହିଁ, ସେଠାକାର ବାଟାଲିୟନରୁ କର୍ମଚାରୀଙ୍କୁ କମିଶନରେଟ ପୋଲିସକୁ ଅଣାଯାଇ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହାର ଅନ୍ୟ କୌଣସି ଉପାୟ ନାହିଁ। ଆଗକୁ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ କମିଶନରେଟ ପୋଲିସର ବଳକୁ ବୃଦ୍ଧି କରିବାକୁ ପଡିବ। କୋଭିଡ୍‌ ଲଢ଼େଇରେ ପୋଲିସ ଆଗ ଧାଡ଼ିରେ ରହୁଥିବାରୁ ସଂକ୍ରମିତ ହେବାର ମୁଖ୍ୟ କାରଣ। ସବୁଠାରୁ ବଡ଼ କଥା ହେଲା ବାଟାଲିୟନରେ ମାତ୍ରାଧିକ ପୋଲିସ କର୍ମଚାରୀ ଏକାଠି ରହିଥାନ୍ତି। ଏଥିସହ ପୋଲିସ ଭ୍ୟାନ୍‌ ଡ୍ରାଇଭରଙ୍କଠାରୁ ଆରମ୍ଭକରି ପିଏସ୍‌ଓମାନେ ଉକ୍ତ ବାରାକରେ ରହୁଥିବାରୁ ସଂକ୍ରମିତ ହେଉଛନ୍ତି। ସେମାନଙ୍କଠାରୁ ସଂକ୍ରମଣ ଅନ୍ୟମାନଙ୍କୁ ଡେଉଁଛି। ତେଣୁ ସେମାନଙ୍କ ରହଣିସ୍ଥଳ ବାତାବରଣରେ ପରିବର୍ତ୍ତନ ହେବା ଜରୁରୀ।
-ଶରତ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ପୋଲିସ କର୍ମଚାରୀ କ୍ଲାନ୍ତ ହେବେ, ଆକ୍ରାନ୍ତ ହେବେ
ଗତ ୬ ମାସ ଭିତରେ ୧ ଲକ୍ଷ ୭୭ ହଜାର କୋଭିଡ଼ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୨.୫ କୋଟିରୁ ଅଧିକ ଟଙ୍କା ଜରିମାନା ଆଦାୟ କରିଛି କମିଶନରେଟ ପୋଲିସ। ତଥାପି କେତେକ ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ିଚାଲିଛି। ଡ୍ୟୁଟି ସମୟରେ ପୋଲିସ ଲକ୍ଷଲକ୍ଷ ଲୋକଙ୍କ
ସଂସ୍ପର୍ଶରେ ଆସୁଥିବାରୁ ସଂକ୍ରମିତ ହେବା ସ୍ବାଭାବିକ। କୋଭିଡ୍‌ ଆରମ୍ଭରୁ ବିଭିନ୍ନ ମହଲରୁ ପୋଲିସକୁ ପ୍ରଶଂସା ମିଳୁଥିବାବେଳେ ସେମାନଙ୍କ ସୁରକ୍ଷା ପ୍ରତି ସରକାର ଚିନ୍ତା କରିବା ଆବଶ୍ୟକ। କାରଣ ପୋଲିସ କର୍ମଚାରୀ କ୍ଲାନ୍ତ ହେବେ, ଆକ୍ରାନ୍ତ ହେବେ। ଏଥିରେ ବ୍ୟସ୍ତ ହେବାର ନାହିଁ। ଅନେକ ସୁସ୍ଥ ହୋଇ ପୁଣି ଲଢ଼େଇରେ ସାମିଲ୍‌ ହେଉଛନ୍ତି। ଆବଶ୍ୟକ ମାତ୍ରାରେ ପିପିଇ କିଟ୍‌ ସହ ସୁରକ୍ଷା ସାମଗ୍ରୀ ପୋଲିସ ବିଭାଗକୁ ଯୋଗାଇବା ସହ ସେମାନଙ୍କ ପରିବାର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେବା ଆବଶ୍ୟକ।
– ଅମୀୟ ଭୂଷଣ ତ୍ରିପାଠୀ, ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର
ପୋଲିସ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛି
କମିଶନରେଟ ପୋଲିସରେ କାର୍ଯ୍ୟରତ ସଂକ୍ରମିତ କର୍ମଚାରୀମାନେ ସୁସ୍ଥ ହୋଇ ଫେରିବା ପରେ କାର୍ଯ୍ୟରେ ଯୋଗଦେବା ଆରମ୍ଭ କଲେଣି। କମିଶନରେଟ ପୋଲିସର ୫ ଜଣିଆ ଡାକ୍ତରୀ ଟିମ୍‌ କୋଭିଡ ସଂକ୍ରମିତଙ୍କ ଦିନରାତି ଚିକିତ୍ସା କରୁଛନ୍ତି। ଉକ୍ତ ଟିମ୍‌ର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୫ ସୁଦ୍ଧା ଆମର ୬୦ ପ୍ରତିଶତ ସଂକ୍ରମିତ କର୍ମଚାରୀ ଆରୋଗ୍ୟ ହୋଇ ଫେରିଆସିବେ। ଫଳରେ ପୋଲିସ ବିଭାଗ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ସବୁ ବିପଦ ସତ୍ତ୍ୱେ ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଚାଲିଛନ୍ତି। କିନ୍ତୁ ଲୋକେ ଅଧିକ ସଚେତନ ରହି ସହଯୋଗ କରିବାର ଆବଶ୍ୟକତା ରହିଛି।
-ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ କମିଶନର


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri