ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା ଦେଖାଇ ପାରିଛନ୍ତି । ଆଧୁନିକ ଚାକଚକ୍ୟ ମଧ୍ୟରେ ଏହି ଜୁଆଙ୍ଗମାନଙ୍କ ପାରମ୍ପରିକ କଳା, ସଂସ୍କୃତି ଓ ପରମ୍ପରା ହଜିଯିବାକୁ ବସିଥିବା ବେଳେ
ବାଂଶପାଳ ବ୍ଲକ ଗୋନାଶିକା ପଞ୍ଚାୟତର ପୁଣ୍ୟତୋୟା ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାର ସୁଗ୍ରୀବ ଜୁଆଙ୍ଗ ନିଜର ପାରମ୍ପରିକ କଳା, ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଆରମ୍ଭ କରିଛନ୍ତି ନିଆରା ଉଦ୍ୟମ।
 ଆର୍ଥିକ ସଙ୍କଟ ଓ ପରିସ୍ଥିତି  ଯୋଗୁଁ ୨୦୦୮ ମସିହାରେ ଦଶମ ଶ୍ରେଣୀରୁ ପାଠ ଛାଡି ଥିବା ୩୫ ବର୍ଷ ବୟସ୍କ ସୁଗ୍ରୀବ ଚିତ୍ର କଳା ପ୍ରତି ଥିବା ଆଗ୍ରହକୁ ଧରି ଏବେ ରୋଜଗାରର ମାଧ୍ୟମ ସୃଷ୍ଟି କରିଛନ୍ତି । ସେ ଛୋଟ ବେଳେ ଶିଖିଥିବା ଚିତ୍ର କଳା ନିଜେ ଘରେ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ଜଣେ ଅଧିକାରୀ ଗୋନାଶିକା ପରିଦର୍ଶନରେ ଆସିଥିବା ବେଳେ ସୁଗ୍ରୀବଙ୍କ ଉପରେ ନଜର ପଡ଼ିଥିଲା। ସେ ତାଙ୍କୁ ଭୁବନେଶ୍ବର ଥରେ ଚିତ୍ରକଳା ଶିକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ସେବେଠାରୁ ସୁଗ୍ରୀବ ଆଉ ପଛକୁ ଚାହିଁନାହାନ୍ତି । ଲୋକକଳା ଚିତ୍ର କରି ନିଜ ପରିବାରର ଭରଣ ପୋଷଣ ଠିକ ଭାବେ କରି ପାରୁଛନ୍ତି । ସରକାରୀ ଓ ଘରୋଇ ଚାହିଦା ଅନୁସାରେ ସେ ଆଉ ଏକ ଜନଜାତି ସଉରା ଲୋକକଳା ବେଶ ଆଦୃତ ହୋଇଛି। ଏହି ଚିତ୍ରକଳା କରି ବେଶ ନାମ କମାଇ ଥିବା ବେଳେ ନିଜ ପାରମ୍ପରିକ ଚିତ୍ରକଳାକୁ ଉଜ୍ଜୀବିତ କରିବାକୁ ମନ ବଳାଇଛନ୍ତି ସୁଗ୍ରୀବ। ସୁଗ୍ରୀବ ଏଥିପାଇଁ ବହୁ କଷ୍ଟ ସହିବାକୁ ପଡ଼ିଛି ।
ନିଜ ପାରମ୍ପରିକ ଚିତ୍ରକଳା ଏକ ପ୍ରକାର ଲୋପପାଇ ଯାଇଥିବା ବେଳେ ଏହାକୁ ପୁନଃରୁଧାର କରି ଆଉ ଥରେ ନିଜ ରଙ୍ଗ ତୂଳୀରେ ସ୍ମୃତି ସାଉଣ୍ଟୁଛନ୍ତି । ଏଥି ସହ ଏହି ଚିତ୍ରକଳା କରିବା ପାଇଁ ସେ କୌଣସି କପଡା ପଟି ବ୍ୟବହାର କରୁ ନଥିବା ବେଳେ ରେଶମ କପଡା ବ୍ୟବହାର କରିଥାନ୍ତି । ଏହା ଫଳରେ ତାଙ୍କ ଦ୍ଵାରା ଅଙ୍କିତ ଚିତ୍ର ବେଶ ଆଦୃତ ହେଉଛି । ଏହାକୁ ବିଶେଷ କରି ସରକାରି ମ୍ୟୁଜିମରେ ଚାହିଦା ରହୁଛି। ଏହି ଜୁଆଙ୍ଗ ଚିତ୍ରକଳାକୁ ନେବା ପାଇଁ କଳା ପ୍ରେମୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି । ସୁଗ୍ରୀବଙ୍କ ଚିତ୍ରକଳା ଧୀରେ ଧୀରେ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ, ସରକାରୀ ଉତ୍ସବ ଆଦିରେ ପ୍ରଦର୍ଶିତ ହେଉଛି । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥରରେ ପୁରସ୍କୃତ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଗୋନାଶିକା ଗ୍ରାମରେ ୧୬୫ ଘର ଥିବା ବେଳେ ୮୬୮ ଜଣ ବସବାସ କରୁଛନ୍ତି। ଆଜିର ଦୀନରେ ସେ ମାସକୁ ପନ୍ଦର ହଜାରରୁ ଉର୍ଦ୍ଧ ଟଙ୍କା ଏହି ଆଦିବାସୀ ଚିତ୍ରକଳା ଆଙ୍କି ପାରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କର ତିନି ପରିବାରରେ ତିନିଜଣ ଥିବା ବେଳେ ସ୍ତ୍ରୀ ଘର କାମ ସହ ଚିତ୍ର ଅଙ୍କାରେ ସହଯୋଗ ମଧ୍ୟ କରନ୍ତି। ପୁଅ ପାଞ୍ଚ ବର୍ଷ ହୋଇଥିବା ବେଳେ ସେ ଅଙ୍ଗନୱାଡି ପଢ଼ୁଛି। ସୁଗ୍ରୀବ ଜୁଆଙ୍ଗଙ୍କୁ ତାଙ୍କର ଏହି କଳା କ୍ଷେତ୍ରରେ ଦୁଇ ତିନି ଜଣ ଯୁବକ ସହଯୋଗ କରନ୍ତି । ସେମାନେ ମଧ୍ୟ ଏହି କଳା କରି ନିଜ ପରିବାରର ଭରଣ ପୋଷଣ କରିପାରୁଛନ୍ତି ।
 କିନ୍ତୁ ଜୁଆଙ୍ଗ ଲୋକକଳାର ପାଇଁ ଅଧିକ ବଜାର ସୃଷ୍ଟି ହେବା ସହ ନୂତନ ଯୁବକଙ୍କୁ ଏହି କଳା ବିଷୟରେ ଟ୍ରେନିଙ୍ଗ ଦେଲେ ଏହି ଲୋକକଳା ଅଧିକ ଲୋକଦୃତ ହେଇ ପାରନ୍ତା ବୋଲି କହିଛନ୍ତି ସୁଗ୍ରୀବ ଜୁଆଙ୍ଗ।
 ଅଧିକ ପ୍ରୋତ୍ସାହନ ମିଳିଲେ ଏବଂ ସେମାନଙ୍କ ପ୍ରସ୍ତୁତ କଳା କୃତିକୁ ସରକାରୀ ସ୍ତରରେ କିଣି ଜିଲା ଓ ରାଜ୍ୟ ମୁଖ୍ୟାଳୟରେ ବିକ୍ରି ବ୍ୟବସ୍ଥା କରିବା ସହ ବିଭିନ୍ନ ସମୟ ରେ ଅନୁଷ୍ଠିତ ମେଳା, ଉତ୍ସବରେ ସାମିଲ କରି ପ୍ରୋତ୍ସାହନ ଦିଆଗଲେ ସୁଗ୍ରୀବଙ୍କ ଭଳି ବହୁ ପରିବାରଙ୍କ ପାଇଁ ଏହି ଜନଜାତି ଲୋକକଳା ବେଶ ସହାୟକ ହୋଇ ପାରିବ ବୋଲି ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁ କହିଛନ୍ତି ।
 ସରକାରଙ୍କ ପକ୍ଷରୁ ସୁଗ୍ରୀବଙ୍କ ପାଇଁ ବିଭିନ୍ନ ମହୋତ୍ସବ ଓ ପ୍ରଦର୍ଶନୀ ଗୁଡ଼ିକରେ ଷ୍ଟଲ୍ ବ୍ୟବସ୍ଥା କରାଯାଉଛି । ଜୁଆଙ୍ଗ ଲୋକକଳା ଯେହେତୁ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି ସେଥିପାଇଁ ସରକାରଙ୍କ ପକ୍ଷରୁ ନୂତନ ଯୁବକଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଜୁଆଙ୍ଗ ଉନ୍ନୟନ ଅଧିକାରୀ ମନୋରଞ୍ଜନ ବେହେରା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri