ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା ଦେଖାଇ ପାରିଛନ୍ତି । ଆଧୁନିକ ଚାକଚକ୍ୟ ମଧ୍ୟରେ ଏହି ଜୁଆଙ୍ଗମାନଙ୍କ ପାରମ୍ପରିକ କଳା, ସଂସ୍କୃତି ଓ ପରମ୍ପରା ହଜିଯିବାକୁ ବସିଥିବା ବେଳେ
ବାଂଶପାଳ ବ୍ଲକ ଗୋନାଶିକା ପଞ୍ଚାୟତର ପୁଣ୍ୟତୋୟା ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାର ସୁଗ୍ରୀବ ଜୁଆଙ୍ଗ ନିଜର ପାରମ୍ପରିକ କଳା, ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଆରମ୍ଭ କରିଛନ୍ତି ନିଆରା ଉଦ୍ୟମ।
 ଆର୍ଥିକ ସଙ୍କଟ ଓ ପରିସ୍ଥିତି  ଯୋଗୁଁ ୨୦୦୮ ମସିହାରେ ଦଶମ ଶ୍ରେଣୀରୁ ପାଠ ଛାଡି ଥିବା ୩୫ ବର୍ଷ ବୟସ୍କ ସୁଗ୍ରୀବ ଚିତ୍ର କଳା ପ୍ରତି ଥିବା ଆଗ୍ରହକୁ ଧରି ଏବେ ରୋଜଗାରର ମାଧ୍ୟମ ସୃଷ୍ଟି କରିଛନ୍ତି । ସେ ଛୋଟ ବେଳେ ଶିଖିଥିବା ଚିତ୍ର କଳା ନିଜେ ଘରେ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ଜଣେ ଅଧିକାରୀ ଗୋନାଶିକା ପରିଦର୍ଶନରେ ଆସିଥିବା ବେଳେ ସୁଗ୍ରୀବଙ୍କ ଉପରେ ନଜର ପଡ଼ିଥିଲା। ସେ ତାଙ୍କୁ ଭୁବନେଶ୍ବର ଥରେ ଚିତ୍ରକଳା ଶିକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ସେବେଠାରୁ ସୁଗ୍ରୀବ ଆଉ ପଛକୁ ଚାହିଁନାହାନ୍ତି । ଲୋକକଳା ଚିତ୍ର କରି ନିଜ ପରିବାରର ଭରଣ ପୋଷଣ ଠିକ ଭାବେ କରି ପାରୁଛନ୍ତି । ସରକାରୀ ଓ ଘରୋଇ ଚାହିଦା ଅନୁସାରେ ସେ ଆଉ ଏକ ଜନଜାତି ସଉରା ଲୋକକଳା ବେଶ ଆଦୃତ ହୋଇଛି। ଏହି ଚିତ୍ରକଳା କରି ବେଶ ନାମ କମାଇ ଥିବା ବେଳେ ନିଜ ପାରମ୍ପରିକ ଚିତ୍ରକଳାକୁ ଉଜ୍ଜୀବିତ କରିବାକୁ ମନ ବଳାଇଛନ୍ତି ସୁଗ୍ରୀବ। ସୁଗ୍ରୀବ ଏଥିପାଇଁ ବହୁ କଷ୍ଟ ସହିବାକୁ ପଡ଼ିଛି ।
ନିଜ ପାରମ୍ପରିକ ଚିତ୍ରକଳା ଏକ ପ୍ରକାର ଲୋପପାଇ ଯାଇଥିବା ବେଳେ ଏହାକୁ ପୁନଃରୁଧାର କରି ଆଉ ଥରେ ନିଜ ରଙ୍ଗ ତୂଳୀରେ ସ୍ମୃତି ସାଉଣ୍ଟୁଛନ୍ତି । ଏଥି ସହ ଏହି ଚିତ୍ରକଳା କରିବା ପାଇଁ ସେ କୌଣସି କପଡା ପଟି ବ୍ୟବହାର କରୁ ନଥିବା ବେଳେ ରେଶମ କପଡା ବ୍ୟବହାର କରିଥାନ୍ତି । ଏହା ଫଳରେ ତାଙ୍କ ଦ୍ଵାରା ଅଙ୍କିତ ଚିତ୍ର ବେଶ ଆଦୃତ ହେଉଛି । ଏହାକୁ ବିଶେଷ କରି ସରକାରି ମ୍ୟୁଜିମରେ ଚାହିଦା ରହୁଛି। ଏହି ଜୁଆଙ୍ଗ ଚିତ୍ରକଳାକୁ ନେବା ପାଇଁ କଳା ପ୍ରେମୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହେଉଛି । ସୁଗ୍ରୀବଙ୍କ ଚିତ୍ରକଳା ଧୀରେ ଧୀରେ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ, ସରକାରୀ ଉତ୍ସବ ଆଦିରେ ପ୍ରଦର୍ଶିତ ହେଉଛି । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥରରେ ପୁରସ୍କୃତ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଗୋନାଶିକା ଗ୍ରାମରେ ୧୬୫ ଘର ଥିବା ବେଳେ ୮୬୮ ଜଣ ବସବାସ କରୁଛନ୍ତି। ଆଜିର ଦୀନରେ ସେ ମାସକୁ ପନ୍ଦର ହଜାରରୁ ଉର୍ଦ୍ଧ ଟଙ୍କା ଏହି ଆଦିବାସୀ ଚିତ୍ରକଳା ଆଙ୍କି ପାରିବାର ପ୍ରତିପୋଷଣ କରୁଛନ୍ତି । ତାଙ୍କର ତିନି ପରିବାରରେ ତିନିଜଣ ଥିବା ବେଳେ ସ୍ତ୍ରୀ ଘର କାମ ସହ ଚିତ୍ର ଅଙ୍କାରେ ସହଯୋଗ ମଧ୍ୟ କରନ୍ତି। ପୁଅ ପାଞ୍ଚ ବର୍ଷ ହୋଇଥିବା ବେଳେ ସେ ଅଙ୍ଗନୱାଡି ପଢ଼ୁଛି। ସୁଗ୍ରୀବ ଜୁଆଙ୍ଗଙ୍କୁ ତାଙ୍କର ଏହି କଳା କ୍ଷେତ୍ରରେ ଦୁଇ ତିନି ଜଣ ଯୁବକ ସହଯୋଗ କରନ୍ତି । ସେମାନେ ମଧ୍ୟ ଏହି କଳା କରି ନିଜ ପରିବାରର ଭରଣ ପୋଷଣ କରିପାରୁଛନ୍ତି ।
 କିନ୍ତୁ ଜୁଆଙ୍ଗ ଲୋକକଳାର ପାଇଁ ଅଧିକ ବଜାର ସୃଷ୍ଟି ହେବା ସହ ନୂତନ ଯୁବକଙ୍କୁ ଏହି କଳା ବିଷୟରେ ଟ୍ରେନିଙ୍ଗ ଦେଲେ ଏହି ଲୋକକଳା ଅଧିକ ଲୋକଦୃତ ହେଇ ପାରନ୍ତା ବୋଲି କହିଛନ୍ତି ସୁଗ୍ରୀବ ଜୁଆଙ୍ଗ।
 ଅଧିକ ପ୍ରୋତ୍ସାହନ ମିଳିଲେ ଏବଂ ସେମାନଙ୍କ ପ୍ରସ୍ତୁତ କଳା କୃତିକୁ ସରକାରୀ ସ୍ତରରେ କିଣି ଜିଲା ଓ ରାଜ୍ୟ ମୁଖ୍ୟାଳୟରେ ବିକ୍ରି ବ୍ୟବସ୍ଥା କରିବା ସହ ବିଭିନ୍ନ ସମୟ ରେ ଅନୁଷ୍ଠିତ ମେଳା, ଉତ୍ସବରେ ସାମିଲ କରି ପ୍ରୋତ୍ସାହନ ଦିଆଗଲେ ସୁଗ୍ରୀବଙ୍କ ଭଳି ବହୁ ପରିବାରଙ୍କ ପାଇଁ ଏହି ଜନଜାତି ଲୋକକଳା ବେଶ ସହାୟକ ହୋଇ ପାରିବ ବୋଲି ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁ କହିଛନ୍ତି ।
 ସରକାରଙ୍କ ପକ୍ଷରୁ ସୁଗ୍ରୀବଙ୍କ ପାଇଁ ବିଭିନ୍ନ ମହୋତ୍ସବ ଓ ପ୍ରଦର୍ଶନୀ ଗୁଡ଼ିକରେ ଷ୍ଟଲ୍ ବ୍ୟବସ୍ଥା କରାଯାଉଛି । ଜୁଆଙ୍ଗ ଲୋକକଳା ଯେହେତୁ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି ସେଥିପାଇଁ ସରକାରଙ୍କ ପକ୍ଷରୁ ନୂତନ ଯୁବକଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଜୁଆଙ୍ଗ ଉନ୍ନୟନ ଅଧିକାରୀ ମନୋରଞ୍ଜନ ବେହେରା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri