ସମସ୍ୟାକୁ ଅଣଦେଖା କରୁଛି ପୌର ପ୍ରଶାସନ

ଖୋର୍ଦ୍ଧା ଅଫିସ,୩୧ା୮: ବୁଧବାର ଖୋର୍ଦ୍ଧା ପୌର ପ୍ରଶାସନ ପାଳିବ ୬୩ତମ ସ୍ବାୟତ୍ତ ଶାସନ ଦିବସ। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଓ ରାସ୍ତାକଡ଼ କ୍ୟାବିନ ସହରର ମୁଖ୍ୟ ସମସ୍ୟା ପାଲଟିଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ପୌର ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଏଥିଲାଗି ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରରେ ଅଳିଆ ହଟୁନି। ସହର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ଆବଜର୍ନା ପଡି ପାହାଡ ସଦୃଶ ଗଦା ହେଲାଣି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷା ଚାଲିଛି ବୋଲି କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଡ୍ରେନେଜ ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ପୋତି ହୋଇଗଲାଣି। ଡ୍ରେନ ଗୁଡିକ ମଧ୍ୟ ରାସ୍ତା ଠାରୁ ଉପରେ ରହିଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ଡ୍ରେନ ଉପରେ ବେଆଇନ ଭାବେ କୋଠା, ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ୨ବର୍ଷ ହେବ ବନ୍ଦ ପଡିଛି। ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବ୍ୟବସାୟୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ନୂଆବସଷ୍ଟାଣ୍ଡ ପରିସରରେ ରହିଥିବା ମାର୍କେଟ କମ୍ପେକ୍ସ କୋଠା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଛାତରେ ବର ଅସ୍ବତ୍ଥ ଗଛ ଉଠିଲାଣି। ବସଷ୍ଟାଣ୍ଡ ପରିସର ମୁକ୍ତ ଡମ୍ପିୟାର୍ଡ ପାଲଟିଛି। ସନ୍ଧ୍ୟା ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ମଶା ଔଷଧ ସ୍ପ୍ରେ କରାଯାଉନାହିଁ। ଫଳରେ ସହରରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସହରରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନଙ୍କ ଦୌରାତ୍ମ୍ୟ ଯୋଗୁ ଲୋକେ ରାତି ହେଲେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ଦୁର୍ଘଟଣା ମଧ୍ୟ ଘଟୁଛି। କୁକୁର ବନ୍ଧ୍ୟାକରଣ ପ୍ରହସନରେ ପରିଣତ ହୋଇଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଅର୍ଥ ଶ୍ରାଦ୍ଧ ହେଉଛି, ତେବେ ଅର୍ଥ କୁଆଡେ ଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଅନ୍ୟତମ ସମସ୍ୟା ହେଉଛି ରାସ୍ତାକଡ ଉଠାଦୋକାନ। ମାରଓ୍ବାଡି ପଟି ଠାରୁ ସମବାୟ ଛକ, ଏସ୍‌ବିଆଇ ଛକ ପର୍ଯ୍ୟନ୍ତ ୫୪୦ରୁ ଊର୍ଦ୍ଧ୍ୱ କ୍ୟାବିନ ରହିଛି। ସମସ୍ତ ଦୋକାନ ରାସ୍ତା ଉପରେ ରହିଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ରାସ୍ତା ଉପରେ ବାଇକ୍‌ ପାର୍କିଂ ହେଉଛି। ଉଠାଦୋକାନୀ, ପୁଣି ପାର୍କିଂ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। କ୍ୟାବିନ ଥଇଥାନ ଲାଗି ଦୀର୍ଘ ୨୨ବର୍ଷ ଧରି ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନର ଆନ୍ତରିକତା ବାଧକ ସାଜିଛି। ସହରର ଅନେକ ସ୍ଥାନ ଖାଲଖମାରେ ପରିଣତ ହୋଇଛି। ମରାମତି ନ ହେବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଡାକ୍ତର୍ସ ଲେନଠାରୁ ଗୁରୁଜଙ୍ଗକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତା ଦୁରାବସ୍ଥା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ପୋଷ୍ଟ ଅଫିସ ଛକରେ ବଡ ବଡ ଗାତ ସୃଷ୍ଟି ହୋଇଛି। ନୟାଗଡ ରୋଡ, ପୁରୁଣା ବସଷ୍ଟାଣ୍ଡ ପୁଣି ଗୁରୁଜଙ୍ଗ ଆଡକୁ ଯିବା ଲାଗି ମୁଖ୍ୟ ସଂଯୋଗ ଏହି ଛକ ହୋଇଥିବା ବେଳେ ଯାନବାହନ ଚଳାଚଳରେ ହଇରାଣ ହେଉଛନ୍ତି। ଚଣ୍ଡିଚୁଆ ଛକଠାରୁ ନୂଆ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ପ୍ରାୟ ୨କିମି ରାସ୍ତାର ଉଭୟ ପାର୍ଶ୍ୱରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି।
ସମ୍ପର୍କରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଖୋର୍ଦ୍ଧାକୁ ଏକ ସୌନ୍ଦର୍ଯ୍ୟମୟ ସହରରେ ପରିଣତ ଲାଗି ଚେଷ୍ଟା ଜାରି ରହିଛି। ସହରର ବିକାଶକୁ ତ୍ୱରାନ୍ବିତ କରାଯିବ। ପରିମଳ, ଡ୍ରେନେଜରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସହରବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଥିଲେ, ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri