Posted inଜାତୀୟ

ଓଆର୍‌ଏଫ୍‌କୁ ଚାନ୍ଦା ଦେଇଛି ଚାଇନା କନ୍‌ସୁଲେଟ

ନୂଆଦିଲ୍ଲୀ,୩୦ା୬: ଗଲଓ୍ବାନ ବିଫଳତାରୁ ଦୃଷ୍ଟି ହଟାଇବା ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେଶନ ଭାରତରେ ଥିବା ଚାଇନା ଦୂତାବାସରୁ ଚାନ୍ଦା ସଂଗ୍ରହ କରିଥିବା ଭାଜପା ଅଭିଯୋଗ ଆଣିଥିଲା। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହି ଫାଉଣ୍ଡେଶନର ଅଧ୍ୟକ୍ଷା ଥିବାବେଳେ ମନମୋହନ ସିଂ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ ଓ ପ୍ରିୟଙ୍କା ଗାନ୍ଧୀ ଏହାର ବୋର୍ଡ ସଦସ୍ୟ ଅଛନ୍ତି। ତେବେ ଭାଜପା ସହ ସମ୍ପୃକ୍ତ କେତେକ ସଂସ୍ଥାରେ ଚାଇନା ଅର୍ଥ ଲାଗିଥିବା କଥାକୁ ଗୈରିକ ଦଳ ଭୁଲିଯାଇଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ପୁଅ ସମ୍ପୃକ୍ତ ଥିବା ବୈଦେଶିକ ନୀତି ଥିଙ୍କ୍‌ଟ୍ୟାଙ୍କ ଅବ୍‌ଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ (ଓଆର୍‌ଏଫ୍‌) ୨୦୧୬ରେ ଚାଇନାର ବାଣିଜି୍ୟକ ଦୂତାବାସରୁ ଅର୍ଥ ସଂଗ୍ରହ କରିଥିଲା। ଓଆର୍‌ଏଫ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହାୟତା କରୁଛି। ଅନ୍ୟ ଏକ ଥିଙ୍କ୍‌ଟ୍ୟାଙ୍କ ବିବେକାନନ୍ଦ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ (ଭିଆଇଏଫ୍‌) ବୈଦେଶିକ ନୀତି ଓ ରଣନୀତି ପ୍ରସଙ୍ଗରେ ୯ଟି ଚାଇନା ଅନୁଷ୍ଠାନ ସହ ସମ୍ପର୍କ ରଖି କାର୍ଯ୍ୟ କରୁଥିବା ଏହାର ଓ୍ବେବସାଇଟ୍‌ରେ ଘୋଷଣା କରିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଆଇଏଫ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଛନ୍ତି, ଯାହାଙ୍କର ଭାଜପା ନେତା ଏବଂ ଆର୍‌ଏସ୍‌ଏସ୍‌ ସହ ଘନିଷ୍ଠ ସମ୍ପର୍କ ରହିଛି। ଜାତୀୟ ସୁରକ୍ଷା ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ଉଦ୍ଦେଶ୍ୟରେ ୨୦୦୫-୦୬ରେ କଂଗ୍ରେସ ଚାଇନା ଲିଙ୍କ୍‌ରୁ ଅର୍ଥ ସଂଗ୍ରହ କରିଥିବା କଥା ଭାଜପା ଉଠାଇ ନ ଥିଲେ, ଏହିସବୁ ଦାତାଙ୍କ ପରିଚୟ ଲୋକଲୋଚନକୁ ଆସି ନ ଥାନ୍ତା।
ବହିର୍ବ୍ୟାପାର ମନ୍ତ୍ରୀଙ୍କ ପୁଅ ଧ୍ରୁବ ଜୟଶଙ୍କର ଗତବର୍ଷ ଓଆର୍‌ଏଫ୍‌ରେ ଆମେରିକା ଉପକ୍ରମ (ୟୁଏସ୍‌ ଇନିସିଏଟିଭ୍‌)ର ନିର୍ଦ୍ଦେଶକ ହୋଇଥିଲେ। ପୂର୍ବରୁ ଚାଇନାରେ ଭାରତର ରାଷ୍ଟ୍ରଦୂତ ଥିବା ଏସ୍‌ ଜୟଶଙ୍କର ଓଆର୍‌ଏଫ୍‌କୁ ନିୟମିତ ଯାଇଥାନ୍ତି ଓ ବିଭିନ୍ନ ବୈଦେଶିକ ନୀତି ସମ୍ପର୍କରେ ଆଲୋଚନା କରିଥାନ୍ତି। ଏହି ସଂସ୍ଥାର ଓ୍ବେବ୍‌ସାଇଟରେ ବିଦେଶୀ ଦାତା ଓ ସେମାନେ ଦାନ କରିଥିବା ଅର୍ଥରାଶି ସମ୍ପର୍କରେ ଉଲ୍ଲେଖ ରହିଛି। ୨୦୧୬ରେ ଓଆର୍‌ଏଫ୍‌ ଚାଇନା କନ୍‌ସୁଲେଟ୍‌ ଜେନେରାଲଙ୍କଠାରୁ ତିନିଥରରେ ୧.୨୫ କୋଟି ଟଙ୍କା ଏବଂ ତା’ ପରବର୍ଷ ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ୨୦୧୬ ଏପ୍ରିଲ୍‌ ୨୯ ଏବଂ ନଭେମ୍ବର ୪ରେ କୋଲକାତାସ୍ଥିତ ଚାଇନା କନ୍‌ସୁଲେଟ୍‌ ଜେନେରାଲଙ୍କଠାରୁ ଯଥାକ୍ରମେ ୭.୭ କୋଟି ଏବଂ ୧୧.୫୫ କୋଟି ସଂଗ୍ରହ କରିଥିବାବେଳେ ସେହିବର୍ଷ ଡିସେମ୍ବର ୩୧ରେ କନ୍‌ସୁଲେଟ ଜେନେରାଲ ଅଫ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନାଠାରୁ ୧.୦୬୮ କୋଟି ସଂଗ୍ରହ କରିଥିଲା। ସେହିପରି ୨୦୧୭ ଡିସେମ୍ବର ୧ରେ କନ୍‌ସୁଲେଟ ଜେନେରାଲ ଅଫ୍‌ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାଠାରୁ ଓଆର୍‌ଏଫ୍‌ ୫୦ ଲକ୍ଷ ଟଙ୍କା ପାଇଥିଲା।
ବିବେକାନନ୍ଦ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନର ବିଭିନ୍ନ ଚାଇନା ଅନୁଷ୍ଠାନ ସହ ସମ୍ପର୍କ ରହିଥିବା ଏହାର େଓବ୍‌ସାଇଟରୁ ଜଣାପଡ଼ିଛି। ସେହି ଅନୁଷ୍ଠାନଗୁଡ଼ିକ ହେଲା ଚାଇନା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାଶନାଲ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ (ବେଜିଂ); ଚାଇନା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଟରନ୍ୟାଶନାଲ ଷ୍ଟଡିଜ୍‌ (ବେଜିଂ); ସେଣ୍ଟର ଫର ସାଉଥ୍‌ ଏସିଆ ଷ୍ଟଡିଜ୍‌, ପେକିଂ ୟୁନିଭର୍ସିଟି (ବେଜିଂ); ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଫର ଇଣ୍ଡିଆନ ଓସନ ଇକୋନୋମିକ୍ସ, ୟୁନ୍ନାନ ୟୁନିଭର୍ସିଟି ଅଫ୍‌ ଫାଇନାନ୍ସ ଆଣ୍ଡ ଇକୋନୋମିକ୍ସ, କୁନ୍‌ମିଙ୍ଗ; ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜି ଅଫ୍‌ ଚାଇନିଜ୍‌ ଏକାଡେମୀ ଅଫ୍‌ ସୋସିଆଲ ସାଇନ୍ସ, ବେଜିଂ; ସେଣ୍ଟର ଫର ସାଉଥ୍‌ ଏସିଆ ଆଣ୍ଡ ଓ୍ବେଷ୍ଟ ଚାଇନା କୋଅପରେରେଶନ ଆଣ୍ଡ ଡେଭେଲପମେଣ୍ଟ ୟୁନିଭର୍ସିଟି, ଚେଙ୍ଗ୍‌ଡୁ, ଇନ୍‌ଷ୍ଟିଚ୍ୟୁଟ ଅଫ ସାଉଥ୍‌ ଏସିଆନ ଷ୍ଟଡିଜ୍‌, ସିଚୁଆନ ୟୁନିଭର୍ସିଟି, ଚେଙ୍ଗ୍‌ଡୁ, ସିଲ୍କ ରୋଡ ଲିଙ୍କ ଟ୍ୟାଙ୍କ ନେଟ୍‌ଓ୍ବାର୍କ ଡେଭେଲପମେଣ୍ଟ ରିସର୍ଚ୍ଚ କାଉନସିଲ୍‌, ବେଜିଂ ଏବଂ ସେଣ୍ଟର ଫର ଇଣ୍ଡିଆନ ଷ୍ଟଡିଜ୍‌, ଶେନଝେନ୍‌। ନିରାପତ୍ତା ପ୍ରତିଷ୍ଠାନ ସୂତ୍ରରୁ ଜଣାପଡିଛି, ଦୁଇ ଥିଙ୍କ୍‌ଟ୍ୟାଙ୍କର ସଦସ୍ୟମାନଙ୍କର ନର୍ଥ ବ୍ଲକ୍‌ ଓ ସାଉଥ୍‌ ବ୍ଲକ୍‌ ସହ ସମ୍ପର୍କ ରହିଥିଲା। ତେବେ କୌଣସି ଦାନ ସଂଗ୍ରହ କରିବା ଆଇନଗତ ନୁହେଁ ବୋଲି ରିପୋର୍ଟରେ କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri