Categories: ଫୁରସତ

ମାଛ ଦେଖିବାକୁ ସିମ୍ପାଞ୍ଜି କରୁଛି ଏପରି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ସିମ୍ପାଞ୍ଜିକୁ ଦେଖିବାକୁ ମିଳୁଛି। ସିମ୍ପାଞ୍ଜଟି ଏକ କାଠ ପୋଲ ଉପରେ ବସି ତଳେ ପାଣିରେ ଥିବା ମାଛକୁ ଦାନା ପକାଉଛି। ଯାହାକୁ ମାଛମାନେ ଖାଉଛନ୍ତି। ଏହା ଦେଖିଲେ ଏପରି ଲାଗୁଛି ଯେପରି ମାଛ ଦେଖିବାକୁ ସେ ଏପରି କରୁଛି। କାରଣ ମାଛ ଦାନା ଖାଇ ଚାଲିଯିବା ପରେ ସେ ଆଉ ଟିକେ ଦାନା ପକାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share