ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କଲା ଶିଶୁ ମଙ୍ଗଳ କମିଟି

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଶିଶୁ ମଙ୍ଗଳ କମିଟି ବୁଧବାର ଜଣେ ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କରି ଓପନ ସେଣ୍ଟରରେ ରଖିଛି। ସଦର ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଗର୍ଭବତୀ କରିବା ପରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜାଣିବା ପରେ ଜିଲା ଶିଶୁ ମଙ୍ଗଳ କମିଟି ଉକ୍ତ ଅଞ୍ଚଳର ଅଙ୍ଗନଓ୍ବାଡ଼ିକର୍ମୀଙ୍କ ସହାୟତାରେ ଶିଶୁକୁ ଉଦ୍ଧାର କରି ଓପନ ସେଣ୍ଟରରେ ରଖିଥିବା ଜଣାପଡ଼ିଛି। ନାବାଳିକା କନ୍ୟାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ଏଣୁ ତାଙ୍କୁ ଓପନ ସେଣ୍ଟରରେ ରଖାଯାଇଛି। ତାଙ୍କୁ କାଉନସେଲିଂ କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ। ସେନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଟିର ଅଧ୍ୟକ୍ଷ ବିଭୂତି ଦାଶ କହିଛନ୍ତି।