ସୁରକ୍ଷା ଖୋଜୁଛି ଶୈଶବ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ଶିଶୁ। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ ସହ ରାଜ୍ୟ ପୋଲିସର ସ୍ବତନ୍ତ୍ର ସେଲ ଓ ଆଇନ ରହିଥିଲେ ମଧ୍ୟ ବାସ୍ତବରେ ସେମାନେ ସୁରକ୍ଷିତ ନାହାନ୍ତି। ଶିଶୁ ହତ୍ୟା, ଶାରୀରିକ ନିର୍ଯାତନା, ଯୌନ ଉତ୍ପୀଡ଼ନ, ଅପହରଣ, ଆକ୍ରମଣ ଆଦି ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ଜାତୀୟ ହାରଠାରୁ ଓଡ଼ିଶାର ହାର ବହୁ ଅଧିକ ରହୁଛି।
ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ, ଶିଶୁଙ୍କ ପ୍ରତି ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ଦେଶର ୭ମ ରାଜ୍ୟ ଥିଲା। ଉକ୍ତ ବର୍ଷରେ ୬,୩୩୦ଜଣ ଶିଶୁ ବିଭିନ୍ନ ଅପରାଧର ଶିକାର ହୋଇଥିଲେ। ଏହାପରଠାରୁ ଶିଶୁ ଅପରାଧରେ ଓଡ଼ିଶାର ହାର ବଢ଼ିବାରେ ଲାଗିଛି। ୨୦୧୭ ତୁଳନାରେ ପ୍ରାୟ ଦୁଇଗୁଣ ବଢ଼ିଥିବା ଦେଖାଯାଇଛି। ୨୦୧୭ରେ ଏ କ୍ଷେତ୍ରରେ ଦେଶରେ ଓଡ଼ିଶାର ହାର ୨.୫% ଥିବାବେଳେ ୨୦୧୮ରେ ୩.୭%, ୨୦୧୯ରେ ୪.୭% ଓ ୨୦୨୦ରେ ୪.୯% ରହିଛି। ସେହିଭଳି ୨୦୧୯ରେ ଦେଶରେ ପ୍ରତି ଏକଲକ୍ଷରେ ଶିଶୁଙ୍କ ପ୍ରତି ଅପରାଧ ୩୩.୨% ଥିବାବେଳେ ଓଡ଼ିଶାରେ ୪୯.୯% ରହିଥିଲା। ୨୦୨୦ରେ ଦେଶରେ ୨୮.୯% ଥିବାବେଳେ ଓଡ଼ିଶାରେ ଏହି ହାର ୪୩.୯% ରହିଥିଲା।
ସେହିଭଳି କେବଳ ଶିଶୁ ଅପହରଣରେ ରାଜ୍ୟର ହାର ମଧ୍ୟ ବହୁ ଅଧିକ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ରେ ଦେଶରେ ପ୍ରତି ୧ ଲକ୍ଷରେ ଶିଶୁ ଅପହରଣ ହାର ୧୫.୫% ଥିବାବେଳେ ଓଡ଼ିଶାରେ ଏହା ୩୨.୮% ରହିଥିଲା। ୨୦୨୦ରେ ଦେଶରେ ଏହି ହାର ୧୨.୩% ଥିବାବେଳେ ଓଡ଼ିଶାରେ ୨୭.୨% ଥିଲା। ସେହିପରି ପୋକ୍‌ସୋ ଅଧୀନରେ ଆସୁଥିବା ଅପରାଧ ହାର ଦେଶ ତୁଳନାରେ ରାଜ୍ୟରେ ଅଧିକ ରହିବା ସହିତ କ୍ରମାଗତ ଭାବେ ବଢ଼ୁଥିବା ଦେଖାଯାଇଛି। ୨୦୧୭ରେ ଦେଶରେ ଏହି ହାର ୧.୮% ଥିବାବେଳେ ଓଡ଼ିଶାରେ ୭.୩% ରହିଛି। ୨୦୧୮ରେ ଜାତୀୟ ହାର ୮.୯%, ୨୦୧୯ରେ ୧୦.୬% ଏବଂ ୨୦୨୦ରେ ୧୦.୬% ରହିଥିଲା। ତେବେ ଏହି ବର୍ଷଗୁଡ଼ିକରେ ଓଡ଼ିଶାରେ କ୍ରମାଗତ ଭାବେ ୧୩.୪%, ୧୪.୫% ଏବଂ ୧୫.୩% ରହିଥିଲା। ଏହି ରିପୋର୍ଟକୁ ତର୍ଜମା କଲେ ଓଡ଼ିଶା ଶିଶୁ ସବୁବେଳେ ଅସୁରକ୍ଷିତ ହୋଇ ରହି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri