ସୁରକ୍ଷା ଖୋଜୁଛି ଶୈଶବ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ଶିଶୁ। ଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ ସହ ରାଜ୍ୟ ପୋଲିସର ସ୍ବତନ୍ତ୍ର ସେଲ ଓ ଆଇନ ରହିଥିଲେ ମଧ୍ୟ ବାସ୍ତବରେ ସେମାନେ ସୁରକ୍ଷିତ ନାହାନ୍ତି। ଶିଶୁ ହତ୍ୟା, ଶାରୀରିକ ନିର୍ଯାତନା, ଯୌନ ଉତ୍ପୀଡ଼ନ, ଅପହରଣ, ଆକ୍ରମଣ ଆଦି ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିସହ ଜାତୀୟ ହାରଠାରୁ ଓଡ଼ିଶାର ହାର ବହୁ ଅଧିକ ରହୁଛି।
ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ, ଶିଶୁଙ୍କ ପ୍ରତି ହେଉଥିବା ଅପରାଧ କ୍ଷେତ୍ରରେ ଓଡ଼ିଶା ୨୦୨୦ରେ ଦେଶର ୭ମ ରାଜ୍ୟ ଥିଲା। ଉକ୍ତ ବର୍ଷରେ ୬,୩୩୦ଜଣ ଶିଶୁ ବିଭିନ୍ନ ଅପରାଧର ଶିକାର ହୋଇଥିଲେ। ଏହାପରଠାରୁ ଶିଶୁ ଅପରାଧରେ ଓଡ଼ିଶାର ହାର ବଢ଼ିବାରେ ଲାଗିଛି। ୨୦୧୭ ତୁଳନାରେ ପ୍ରାୟ ଦୁଇଗୁଣ ବଢ଼ିଥିବା ଦେଖାଯାଇଛି। ୨୦୧୭ରେ ଏ କ୍ଷେତ୍ରରେ ଦେଶରେ ଓଡ଼ିଶାର ହାର ୨.୫% ଥିବାବେଳେ ୨୦୧୮ରେ ୩.୭%, ୨୦୧୯ରେ ୪.୭% ଓ ୨୦୨୦ରେ ୪.୯% ରହିଛି। ସେହିଭଳି ୨୦୧୯ରେ ଦେଶରେ ପ୍ରତି ଏକଲକ୍ଷରେ ଶିଶୁଙ୍କ ପ୍ରତି ଅପରାଧ ୩୩.୨% ଥିବାବେଳେ ଓଡ଼ିଶାରେ ୪୯.୯% ରହିଥିଲା। ୨୦୨୦ରେ ଦେଶରେ ୨୮.୯% ଥିବାବେଳେ ଓଡ଼ିଶାରେ ଏହି ହାର ୪୩.୯% ରହିଥିଲା।
ସେହିଭଳି କେବଳ ଶିଶୁ ଅପହରଣରେ ରାଜ୍ୟର ହାର ମଧ୍ୟ ବହୁ ଅଧିକ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୨୦୧୯ରେ ଦେଶରେ ପ୍ରତି ୧ ଲକ୍ଷରେ ଶିଶୁ ଅପହରଣ ହାର ୧୫.୫% ଥିବାବେଳେ ଓଡ଼ିଶାରେ ଏହା ୩୨.୮% ରହିଥିଲା। ୨୦୨୦ରେ ଦେଶରେ ଏହି ହାର ୧୨.୩% ଥିବାବେଳେ ଓଡ଼ିଶାରେ ୨୭.୨% ଥିଲା। ସେହିପରି ପୋକ୍‌ସୋ ଅଧୀନରେ ଆସୁଥିବା ଅପରାଧ ହାର ଦେଶ ତୁଳନାରେ ରାଜ୍ୟରେ ଅଧିକ ରହିବା ସହିତ କ୍ରମାଗତ ଭାବେ ବଢ଼ୁଥିବା ଦେଖାଯାଇଛି। ୨୦୧୭ରେ ଦେଶରେ ଏହି ହାର ୧.୮% ଥିବାବେଳେ ଓଡ଼ିଶାରେ ୭.୩% ରହିଛି। ୨୦୧୮ରେ ଜାତୀୟ ହାର ୮.୯%, ୨୦୧୯ରେ ୧୦.୬% ଏବଂ ୨୦୨୦ରେ ୧୦.୬% ରହିଥିଲା। ତେବେ ଏହି ବର୍ଷଗୁଡ଼ିକରେ ଓଡ଼ିଶାରେ କ୍ରମାଗତ ଭାବେ ୧୩.୪%, ୧୪.୫% ଏବଂ ୧୫.୩% ରହିଥିଲା। ଏହି ରିପୋର୍ଟକୁ ତର୍ଜମା କଲେ ଓଡ଼ିଶା ଶିଶୁ ସବୁବେଳେ ଅସୁରକ୍ଷିତ ହୋଇ ରହି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri