ଐଶ୍ୱର୍ଯ୍ୟାଙ୍କ ସହ କାମ କରିଥିବା ଏହି ଶିଶୁ କଳାକାର ଏବେ ସୁପରଷ୍ଟାର

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜେନିଫର୍‌ ଓ୍ବିଙ୍ଗେଟ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଜେନିଫର୍‌ ଶିଶୁ କଳାକାର ଭାବରେ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୦ବର୍ଷ ବୟସରେ ‘ଅକେଲେ ହମ୍‌ ଅକେଲେ ତୁମ୍‌’ ଫିଲ୍ମରୁ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରେ ସେ ୧୨ ବର୍ଷ ବୟସରେ ‘ରାଜା କି ଆଏଗୀ ବାରାତ୍‌’ରେ ଅଭିନୟ କରିଥିଲେ। ସେ ଅନେକ ବଡ଼ ଷ୍ଟାରଙ୍କ ସହ ଶିଶୁ କଳାକାର ଭାବରେ କାମ କରିଛନ୍ତି। ଏପରିକି ଜେନିଫର୍‌ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ରାଣୀ ମୁଖାର୍ଜୀ, ଅମୀର ଖାନ, ମନୀଷା କୋଇରାଲାଙ୍କ ସହ ବଡ଼ ପରଦାରେ କାମ କରିଛନ୍ତି। ତାଙ୍କୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଫିଲ୍ମ ‘କୁଛ୍‌ ନା କହୋ’ରେ ପୂଜା ଭୂମିକାରେ ଦେଖିବାକୁ ମିଳିଥିଲା। ସେ ପିଲାଦିନରୁ ଟିଭିରେ ମଧ୍ୟ କାମ କରୁଛନ୍ତି। ଏବେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି ଜେନିଫର୍‌। ସେ ବର୍ତ୍ତମାନ ଓ୍ବେବ୍‌ ସିରିଜ୍‌ରେ ମଧ୍ୟ କାମ କରୁଛନ୍ତି।

ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବାକୁ ଗଲେ, ସେ ମୁମ୍ବାଇରେ ଅଧା ମରାଠୀ ଏବଂ ଅଧା ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେମାଣ୍ଟ ଓ୍ବିଙ୍ଗେଟ ଏବଂ ମାତାଙ୍କ ନାମ ପ୍ରଭା ଓ୍ବିଙ୍ଗେଟ। ତାଙ୍କ ପିତା ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାମ କରନ୍ତି ଏବଂ ମାତା ଜଣେ ଗୃହିଣୀ ଅଟନ୍ତି। ତାଙ୍କର ବଡ଼ ଭାଇଙ୍କ ନାମ ମୋଶା ଓ୍ବିଙ୍ଗେଟ। ୨୦୦୫ରେ ସେ ତାଙ୍କ କୋ-ଷ୍ଟାର କରଣ ସିଂ ଗ୍ରୋଭରଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ସେ ତାଙ୍କୁ ଟିଭି ଶୋ ‘କସୌଟୀ ଜିନ୍ଦେଗୀ କି’ର ଶେଟ୍‌ରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ୯ ଏପ୍ରିଲ ୨୦୧୨ରେ ଉଭୟ ବିବାହ କରିଥିଲେ। ବିବାହର ମାତ୍ର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri