ମୁଖ୍ୟମନ୍ତ୍ରୀଙ୍କ ପୁଣି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତ, ସରକାରୀ-ଘରୋଇ କାର୍ଯ୍ୟକ୍ରମରେ ହେବେ ସାମିଲ

କେନ୍ଦୁଝର,୧୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲି ତିନି ଦିନିଆ ଗସ୍ତରେ କେନ୍ଦୁଝର ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ ସଦର ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ସାମିଲ ହେବେ। ଆସନ୍ତା କାଲି ସ୍ବତନ୍ତ୍ର ଏୟାର କ୍ରାଫ୍ଟରେ ସକାଳ ୯.୨୫ରେ ଭୁବନେଶ୍ୱରରୁ ବାହାରି କେନ୍ଦୁଝର ଆସି ସଦର ବ୍ଲକ ରାଇସୁଆଁ ଏୟାର ଷ୍ଟ୍ରିପରେ ପୂର୍ବାହ୍ନ ୧୦ଟା ସମୟରେ ଓହ୍ଲାଇବେ। ସେଠାରୁ ପୂର୍ବାହ୍ନ ୧୦.୨୫ ରେ ସିଧାସଳଖ ବାଲିଆଗୋଡା ନିକଟ ଅଶୋକ ବାଟିକା ଯାଇ ୭ମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗଦେବେ। ସେଠାରୁ ମଧ୍ୟାହ୍ନ ୧୨.୦୫ ରେ ମୁକୁନା ଯାଇ ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେବେ। ଅପରାହ୍ନ ୪ଟାରେ ମଇଦାନ କେଲ ଯାଇ ତାଳପଦା ଫୁଟବଲ ପ୍ରତିଯୋଗିତାରର ଫାଇନାଲ ମ୍ୟାଚରେ ଯୋଗ ଦେବେ। ସେଠାରୁ ସନ୍ଧ୍ୟା ୬.୩୦ରେ ସ୍ଥାନୀୟ ଅଡ଼ିଟରିଅମକୁ ଯାଇ ସରସତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବେ। ସ୍ଥାନୀୟ ସର୍କିଟ ହାଉସରେ ରାତ୍ର ରହଣି କରି ବୁଧବାର ପୁରୁଣା ସହର ସିଦ୍ଧ ମଠରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରୁ ଫେରି ମଧ୍ୟାହ୍ନ ୧୨.୧୫ ରେ ଅଡ଼ିଟରିଅମରେ ଏକ ସ୍ବେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ଯୋଗଦେବେ। ସନ୍ଧ୍ୟା ୭ଟାରେ କାଳିପଡିଆଠାରେ ହେବାକୁ ଥିବା ଗୋନାଶିକା ମହୋତ୍ସବକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସେଠାରୁ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଯାଇ ବିଶ୍ରାମ ନେବେ। ଗୁରୁବାର ଦିନ ପୂର୍ବାହ୍ନ ୧୧ଟାରେ ଚମ୍ପୁଆ ଯାଇ ମହତାବ ସରକାରୀ ହାଇସ୍କୁଲର ହିରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ସେଠାରୁ ଅପରାହ୍ନରେ ଫେରି କେନ୍ଦୁଝର ସର୍କିଟ ହାଉସରେ ବିଶ୍ରାମ ନେଇ ଅପରାହ୍ନ ୩.୩୦ରେ ଏୟାର କ୍ରାଫ୍ଟ ରେ ଭୁବନେଶ୍ୱର ଫେରିବେ ବୋଲି ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟି କୋଣରୁ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ଯିବା ଆସିବା ରାସ୍ତାରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। କାର୍ଯ୍ୟକ୍ରମ ସ୍ଥଳ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri