କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…

କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଛନ୍ତି। ଏହି ସମୟରେ କେନ୍ଦୁଝରରେ ଏକ ସଭାରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ସହ ବିଜେଡିକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଓଡ଼ିଶା ଓ କେନ୍ଦୁଝର ଜିଲାକୁ ୨୪ ବର୍ଷ ହେଲା ଲୁଟ କରାଯାଇଛି। ଏହି ଜିଲାରେ ହୋଇଥିବା ଖଣି ଲୁଟରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ର ସଂପୃକ୍ତି ରହିଛି। ସବୁ ଲୁଟେରା ମୋ ଆଖି ଆଗରେ ରହିଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ କେନ୍ଦୁଝର ଜେଲରୁ ଝାରପଡ଼ା ଜେଲରେ ପଶିବାକୁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଭାଷାରେ କହିଛନ୍ତି।

କେନ୍ଦୁଝରର ଅସ୍ମିତା ବିପଦରେ ରହିଛି। ଅଣ ଓଡ଼ିଆ ଓ ବାହାର ଲୋକେ ଏବେ ମଧ୍ୟ ଜିଲାର ଗରିବ ଲୋକଙ୍କୁ ଲୁଟ କରି ଚାଲିଛନ୍ତି। ତୃତୀୟ ମହଲା ଓ ସୁପର ଚିଫ ମିନିଷ୍ଟର ପ୍ରସଙ୍ଗ ଉଠାଇ କିଭଳି ରାଜ୍ୟ ଶାସନ ବ୍ୟବସ୍ଥାକୁ ବାଟବଣା କରୁଥିଲେ ସେ ବିଶୟାର ବିଶଦଗାର୍‌ କରିଥିଲେ। ପୂର୍ବ ସରକାର ନିଜର ଅହଙ୍କାର ପାଇଁ ହାରିଲା। ପରି ଓ ମମିତା ମେହର ଭଳି ହତ୍ୟାକାଣ୍ଡର ନିଃଶ୍ୱାସ ପଡ଼ି ଛାରଖାର ହୋଇ ଯାଇଛନ୍ତି। ଆମ ମୁଖ୍ୟମନ୍ତ୍ରୀ ସବୁ ବେଳେ ନମ୍ବର୍‌ ୱାନ ହୁଅନ୍ତି ତେବେ ରାଜ୍ୟ କାହିଁକି ପଛରେ ପଡ଼ିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିରୋଧୀ ଦଳରେ ରହି ସରକାରଙ୍କୁ ସେ ଭୟଭୀତ କରି ପାରୁଥିଲେ। ଏପରିକି ତାଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ସେହିପରି ତାଙ୍କୁ ଖଣି ଦେବାକୁ କହି ପ୍ରଲୋଭିତ କରିଥିଲେ ବୋଲି ଅଭିଯୋଗ କରିଥିଲେ। ତେବେ ଗୋଟିଏ କାହିଁକି ଆଜି ସବୁ ଖଣି ତାଙ୍କ ଅଧିନରେ ରହିଛି। କିନ୍ତୁ ସେ ଲୁଟ କରିବାକୁ ଆସି ନାହାଁନ୍ତି ବରଂ ସୁନାର ଓଡ଼ିଶା ଗଠନ କରିବେ ଏବଂ ଗୁଣ୍ଡୁଚି ମୂଷା ଭଳି ରାଜ୍ୟର ବିକାଶ ପାଇଁ କାମ କରିବେ ବୋଲି । ଜିଲାରେ ଖଣି ଲୁଟ ଓ ଡିଏମଏଫ ଅର୍ଥ ଲୁଟକୁ ଛାଡ଼ିବେ ନାହିଁ ଏବଂ ଲୁଟେରାଙ୍କୁ କାଠ ଗଡା ରେ ଭର୍ତ୍ତି କରିବେ ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri