ନୂଆପଡାରେ ବଡ଼ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ! ଜୟ ଢୋଲକିଆ ଜିତିଲେ…

ନୂଆପଡା,୬।୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି।ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ। କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ। ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁର ଓ ନର୍ଲାରେ ବିଜେଡି କରିଥିବା କାର୍ଯ୍ୟକୁ ମନେ ପକାଇବାକୁ କହି ସେ ପ୍ରଶ୍ନ କରିଛନ୍ତି, ଏହା ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେ ଥର ବେଇମାନୀ କରିଛନ୍ତି ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ଦେଇ ବେଇମାନୀ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

ଜିଲା ବାହାରୁ ନେତା ଡାକି ଟିକେଟ ଦେବାକୁ ଟାର୍ଗେଟ କରି ସେ କହିଛନ୍ତି, ଜିଲା ଭିତରେ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲାପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ନୂଆପଡ଼ାକୁ ପଞ୍ଚମ ଥର ଆସିଛନ୍ତି ବୋଲି କହି ପୂର୍ବ ମୁଖ୍ୟମନ୍ତ୍ରୀ କେବେ ଏଠାକୁ ଆସି ଘୋଷଣା କରିନଥିବା ପ୍ରଶ୍ନ କରିଛନ୍ତି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ଚାଲିଛି ବୋଲି ଉଲ୍ଲେଖ କରି ପରିବର୍ତ୍ତନରେ ସାମିଲ ହେଲେ ନୂଆପଡ଼ା ବିକାଶରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ୧୦୦ ଟଙ୍କା ସବସିଡି ଦେବାକୁ କହି ଦେଇପାରିନଥିଲେ, କିନ୍ତୁ ଆମ ସରକାର ଆସିବା ମାତ୍ରେ ୮୦୦ ଟଙ୍କା ସବସିଡି ଦେଇଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ଏହି ଦଳରେ ସାମିଲ ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ IPL ୨୦୨୬ ପ୍ଲେଅଫ ଦୌଡ଼ରୁ ପ୍ରାୟ ବାହାର ହୋଇଗଲାଣି। ଯଦିଓ ବାକି ଚାରୋଟି ମ୍ୟାଚ ଜିତିଲେ ବି ସେମାନେ କେବଳ ୧୪ ପଏଣ୍ଟ…

ମମତାଙ୍କ ପରାଜୟ ନୁହେଁ ଶୁଭେନ୍ଦୁଙ୍କ ବିଜୟ ଖୁସିରେ ଗଦ୍‌ଗଦ୍‌ ବାଂଲାଦେଶ, ଖେଳିଲା ନୂଆ ଚାଲ୍‌!

କୋଲକାତା,୬।୫: ବାଂଲାଦେଶର BNP ଦଳର ନେତା ଏବଂ ସୂଚନା ସଚିବ ଅଜିଜୁଲ ବାରୀ ହେଲାଲ ବଙ୍ଗଳାର ନିର୍ୱାଚନ ଫଳାଫଳରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି,…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ବଙ୍ଗଳା ନିର୍ବାଚନର ସବୁଠାରୁ ଭାଗ୍ୟବାନ ପ୍ରାର୍ଥୀ: SIRରେ କଟିଯାଇଥିଲା ନାଁ, ଏବେ ହେଲେ ବିଧାୟକ

କୋଲକାତା,୬।୫: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ମମତା…

କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର,୬।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେଡି ନେତା ପ୍ରମୋଦ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ…

ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି, ତେବେ ପୋଲିସ ପଠାଇ… ଆଇନଗତ ରାସ୍ତା କହିଲେ ସୁପ୍ରିମକୋର୍ଟର ଓକିଲ

ନୂଆଦିଲ୍ଲୀ,୬।୫: ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି, ଯାହା ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି…

ବିରଳ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ: ସମୁଦ୍ର ମୁହାଁ ହଜାର ହଜାର ଛୁଆ କଇଁଛ

ଗଞ୍ଜାମ,୬।୫:(ବିଦ୍ୟାଧର ସାହୁ ): ସାମୁଦ୍ରିକ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣ ବେଳାଭୂମିରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ବିସ୍ତୃତ ବାଲୁକା…

ଡବଲ ଚାଲ୍‌ ଚଲାଇଲେ ବିଜୟ, ସରକାର ଗଠନ କରିବା ପାଇଁ ଟିଭିକେର ଦୁଇ ହାତରେ ଲଡ଼ୁ, ପରଦା ପଛରେ ଘଟୁଛି…

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ହେଲେ ବିଧାନସଭା ଫଳାଫଳ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟାକୁ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri