ଜନ୍ମମାଟିରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟର ୧ ନମ୍ବର ହେବ…

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଗତକାଲି ଯାଜପୁରରୁ ସଡ଼କ ପଥରେ ଆସି କେନ୍ଦୁଝରରେ ରହଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ପୂର୍ବାହ୍ନ ୧୧ଟାରେ ଧରଣୀଧର ମେଡିକାଲ କଲେଜରେ ପହଞ୍ଚି ପ୍ରଥମେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏଶନର ଦୁଇ ଦିନିଆ ୭୪ ତମ ରାଜ୍ୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ସଂଘର ସମସ୍ତ ସଦସ୍ୟ ଛିଡ଼ା ହୋଇ ଗୁଣବତ୍ତା ସ୍ବାସ୍ଥ୍ୟସେବା ପ୍ରଦାନ ସହ ସଠିକ ସେବା ପ୍ରଦାନ ପାଇଁ ଶପଥ ଗ୍ରହଣ କରିଥିଲେ। ପରେ ପରେ ଦିବଂଗତ ସଦସ୍ୟ ମାନଙ୍କ ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିବା ପରେ କେନ୍ଦୁଝରର ଆରାଧ୍ୟ ଦେବତା ବଳଭଦ୍ରଙ୍କ ସହ ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ଦାରା ରଚିତ ସ୍ବାସ୍ଥ୍ୟ ସୁରଭି ପୁସ୍ତକସହ ଅନ୍ୟ ପୁସ୍ତକ ଉନ୍ମୋଚନ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭରେ ପ୍ରଭୁ ଜଗନ୍ନାଥ, ବଳଦେବଜୀଉ ଏବଂ ତାରିଣୀଙ୍କ ନାମନେଇ ବକ୍ତବ୍ୟ ଆରମ୍ଭ କରିଥିବା ବେଳେ ଡାକ୍ତରମାନେ ଜୀବନ ରକ୍ଷକ ହୋଇଥିବାରୁ ଲୋକମାନେ ସେମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବିଥାନ୍ତି। ଭଲ ସ୍ବାସ୍ଥ୍ୟ ବିନା ଲୋକଙ୍କ ପାଖରେ ଥିବା ଧନସମ୍ପତ୍ତି, ଯୌବନ, ମାନସମ୍ମାନର କୌଣସି ମୂଲ୍ୟ ନ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦୁଝର ଜିଲା ଖଣି ବହୁଳ ଏବଂ ଅନ୍ୟ ପ୍ରାକୃତିକ ସମ୍ପଦ ଥିଲେ ମଧ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପଛୁଆ ଥିଲା । ଖଣିଖାଦାନ ପାଇଁ ଜିଲାରେ ସର୍ବାଧିକ ଦୁର୍ଘଟଣା ସହ ଖଣି ପାଇଁ ପ୍ରଦୂଷଣ ସର୍ବାଧିକ ଥିବାରୁ ଲୋକମାନେ ଆପେ ଆପେ ରୋଗୀ ବନିଯାଉଛନ୍ତି। ସେଥିପାଇଁ କେନ୍ଦୁଝରରେ ମେଡିକାଲ କଲେଜ ଥିଲେବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ସେ ଦୁଃଖ ପ୍ରକାଶ କରିବାସହ ଏହାକୁ ଏକ ନମ୍ବର ମେଡିକାଲ କଲେଜ କରିବାକୁ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ। ଆଗକୁ କିପରି ଟିକେ ଟିକେ କଥାରେ କଟକ ରେଫର କରାଯାଉଥିବାକୁ ବନ୍ଦ କରିବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟର ଅଛିକି ନାହିଁ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ହେବା ପରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନେବାକୁ ଆଦେଶ ଦେଇଥିବାବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସେ ବିରକ୍ତ ଭାବ ପ୍ରକାଶ କରିଥିଲେ। କେନ୍ଦୁଝର ମେଡିକାଲ କଲେଜରେ କେଉଁ ବ୍ୟବସ୍ଥା ରହିଛି ତାହା ପଚାରିବୁଝିଥିଲେ। କେନ୍ଦୁଝର ମେଡିକାଲ କଲେଜ ଆମ ଜିଲା ଟଙ୍କାରେ ହେଇଥିବାବେଳେ ଏଠାରେ ଖାଲି ବିଲ୍ଡିଂ ଛିଡ଼ାହେଇଛି, କିନ୍ତୁ ଚିକିତ୍ସାପାଇଁ କିଛି ବ୍ୟବସ୍ଥା ନାହିଁ। କେନ୍ଦୁଝର ମେଡିକାଲ କଲେଜର ସମସ୍ତ ଖବର ଟିକିନିକ କଥା ପଚାରି ବୁଝିଥିଲେ। କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ନିଜସ୍ବ ଜିଲା ଖଣିଜ ପାଣ୍ଠିରୁ ନିର୍ମିତହେଇଥିବା ବେଳେ ଗୋଟିଏ ଟଙ୍କା ବି କୌଣସି ସରକାରଙ୍କଠାରୁ ଅନୁଦାନ ମିଳି ନ ଥିଲା, ଆଗକୁ ଯାହା ଉନ୍ନତି କରଣହେବ ସରକାରୀ ଅନୁଦାନରେ ହେବ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଡିଏମ୍‌ଏଫ୍‌ରୁ ଆଉ ଟଙ୍କାଟିଏବି ଖର୍ଚ୍ଚ କରାଯିବ ନାହିଁ, ଖୁବ୍‌ଶୀଘ୍ର କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହାସହ କେନ୍ଦୁଝର ମେଡିକାଲ କଲେଜ କିପରି ଓଡ଼ିଶାର ଏକ ନମ୍ବର ମେଡିକାଲ କଲେଜ ହେବ ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।
ଓଡ଼ିଶାବାସୀଙ୍କ ନିବେଦନ ରକ୍ଷା କରି ସିଙ୍ଗାପୁର ରାଷ୍ଟ୍ରପତି ସ୍ବତନ୍ତ୍ରଭାବେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି ଶତପ୍ରତିଶତ ଆଶାବାଦୀଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପରେ ସେ ଏଠାରୁ ୧୨ଟା ୩୦ ମିନିଟ ସମୟରେ ବାହାରି ହେଲିକପ୍ଟର୍‌ ଯୋଗେ କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍‌ରେ ଯୋଗ ଦେବା ପାଇଁ ବାହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri