ଜନ୍ମମାଟିରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟର ୧ ନମ୍ବର ହେବ…

କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚିଥିଲେ। ଗତକାଲି ଯାଜପୁରରୁ ସଡ଼କ ପଥରେ ଆସି କେନ୍ଦୁଝରରେ ରହଣି କରିଥିଲେ ମୁଖ୍ୟମନ୍ତ୍ରୀ। ଆଜି ପୂର୍ବାହ୍ନ ୧୧ଟାରେ ଧରଣୀଧର ମେଡିକାଲ କଲେଜରେ ପହଞ୍ଚି ପ୍ରଥମେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏଶନର ଦୁଇ ଦିନିଆ ୭୪ ତମ ରାଜ୍ୟ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ସଂଘର ସମସ୍ତ ସଦସ୍ୟ ଛିଡ଼ା ହୋଇ ଗୁଣବତ୍ତା ସ୍ବାସ୍ଥ୍ୟସେବା ପ୍ରଦାନ ସହ ସଠିକ ସେବା ପ୍ରଦାନ ପାଇଁ ଶପଥ ଗ୍ରହଣ କରିଥିଲେ। ପରେ ପରେ ଦିବଂଗତ ସଦସ୍ୟ ମାନଙ୍କ ପାଇଁ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିବା ପରେ କେନ୍ଦୁଝରର ଆରାଧ୍ୟ ଦେବତା ବଳଭଦ୍ରଙ୍କ ସହ ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ଦାରା ରଚିତ ସ୍ବାସ୍ଥ୍ୟ ସୁରଭି ପୁସ୍ତକସହ ଅନ୍ୟ ପୁସ୍ତକ ଉନ୍ମୋଚନ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭରେ ପ୍ରଭୁ ଜଗନ୍ନାଥ, ବଳଦେବଜୀଉ ଏବଂ ତାରିଣୀଙ୍କ ନାମନେଇ ବକ୍ତବ୍ୟ ଆରମ୍ଭ କରିଥିବା ବେଳେ ଡାକ୍ତରମାନେ ଜୀବନ ରକ୍ଷକ ହୋଇଥିବାରୁ ଲୋକମାନେ ସେମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବିଥାନ୍ତି। ଭଲ ସ୍ବାସ୍ଥ୍ୟ ବିନା ଲୋକଙ୍କ ପାଖରେ ଥିବା ଧନସମ୍ପତ୍ତି, ଯୌବନ, ମାନସମ୍ମାନର କୌଣସି ମୂଲ୍ୟ ନ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ। କେନ୍ଦୁଝର ଜିଲା ଖଣି ବହୁଳ ଏବଂ ଅନ୍ୟ ପ୍ରାକୃତିକ ସମ୍ପଦ ଥିଲେ ମଧ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପଛୁଆ ଥିଲା । ଖଣିଖାଦାନ ପାଇଁ ଜିଲାରେ ସର୍ବାଧିକ ଦୁର୍ଘଟଣା ସହ ଖଣି ପାଇଁ ପ୍ରଦୂଷଣ ସର୍ବାଧିକ ଥିବାରୁ ଲୋକମାନେ ଆପେ ଆପେ ରୋଗୀ ବନିଯାଉଛନ୍ତି। ସେଥିପାଇଁ କେନ୍ଦୁଝରରେ ମେଡିକାଲ କଲେଜ ଥିଲେବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ସେ ଦୁଃଖ ପ୍ରକାଶ କରିବାସହ ଏହାକୁ ଏକ ନମ୍ବର ମେଡିକାଲ କଲେଜ କରିବାକୁ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ। ଆଗକୁ କିପରି ଟିକେ ଟିକେ କଥାରେ କଟକ ରେଫର କରାଯାଉଥିବାକୁ ବନ୍ଦ କରିବା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟର ଅଛିକି ନାହିଁ ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ହେବା ପରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନେବାକୁ ଆଦେଶ ଦେଇଥିବାବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସେ ବିରକ୍ତ ଭାବ ପ୍ରକାଶ କରିଥିଲେ। କେନ୍ଦୁଝର ମେଡିକାଲ କଲେଜରେ କେଉଁ ବ୍ୟବସ୍ଥା ରହିଛି ତାହା ପଚାରିବୁଝିଥିଲେ। କେନ୍ଦୁଝର ମେଡିକାଲ କଲେଜ ଆମ ଜିଲା ଟଙ୍କାରେ ହେଇଥିବାବେଳେ ଏଠାରେ ଖାଲି ବିଲ୍ଡିଂ ଛିଡ଼ାହେଇଛି, କିନ୍ତୁ ଚିକିତ୍ସାପାଇଁ କିଛି ବ୍ୟବସ୍ଥା ନାହିଁ। କେନ୍ଦୁଝର ମେଡିକାଲ କଲେଜର ସମସ୍ତ ଖବର ଟିକିନିକ କଥା ପଚାରି ବୁଝିଥିଲେ। କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ନିଜସ୍ବ ଜିଲା ଖଣିଜ ପାଣ୍ଠିରୁ ନିର୍ମିତହେଇଥିବା ବେଳେ ଗୋଟିଏ ଟଙ୍କା ବି କୌଣସି ସରକାରଙ୍କଠାରୁ ଅନୁଦାନ ମିଳି ନ ଥିଲା, ଆଗକୁ ଯାହା ଉନ୍ନତି କରଣହେବ ସରକାରୀ ଅନୁଦାନରେ ହେବ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଡିଏମ୍‌ଏଫ୍‌ରୁ ଆଉ ଟଙ୍କାଟିଏବି ଖର୍ଚ୍ଚ କରାଯିବ ନାହିଁ, ଖୁବ୍‌ଶୀଘ୍ର କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହାସହ କେନ୍ଦୁଝର ମେଡିକାଲ କଲେଜ କିପରି ଓଡ଼ିଶାର ଏକ ନମ୍ବର ମେଡିକାଲ କଲେଜ ହେବ ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ।
ଓଡ଼ିଶାବାସୀଙ୍କ ନିବେଦନ ରକ୍ଷା କରି ସିଙ୍ଗାପୁର ରାଷ୍ଟ୍ରପତି ସ୍ବତନ୍ତ୍ରଭାବେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆସିଥିବାରୁ ଓଡ଼ିଶାବାସୀଙ୍କ ପକ୍ଷରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି ଶତପ୍ରତିଶତ ଆଶାବାଦୀଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପରେ ସେ ଏଠାରୁ ୧୨ଟା ୩୦ ମିନିଟ ସମୟରେ ବାହାରି ହେଲିକପ୍ଟର୍‌ ଯୋଗେ କଟକ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍‌ରେ ଯୋଗ ଦେବା ପାଇଁ ବାହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Union Budget 2026: ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri