ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ, ବଜାଇଲେ ମାର୍ଦ୍ଦଳ

ଭୁବନେଶ୍ୱର/କେନ୍ଦୁଝର,୧ା୧୧: ଦୀପାବଳି ଉତ୍ସବରେ ସାମିଲ ହେବାକୁ ମୋହନ ଚରଣ ମାଝୀ ଗୁରୁବାର ନିଜ ଗାଁ କେନ୍ଦୁଝରର ରାଇକଳାରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ପଇଡ଼ ପାଣି ପିଇବା ସହ ମିଠା ମଧ୍ୟ ଖାଇଥିଲେ। ଏହା ସହ ସେ ଗାଁ ମହୋତ୍ସବରେ ସାମିଲ ମାର୍ଦ୍ଦଳ ବଜାଉଥିବାର ଭିଡିଓ ସାମ୍ନାକୁ ଆସିଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀପୂଜା ଓ ଦୀପାବଳି ଉତ୍ସବ, ଯାହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ। ଗାଁ ଦାଣ୍ଡରେ ଝିଅ, ବୋହୂମାନେ ମୁରୁଜ ପକାଇଥିଲେ। ଏଥି ସହିତ କଳସ ସଜାଯାଇଥିଲା। ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

କାଳୀପୂଜା ଘରେ କରିବା ସହ ଗାଁରେ ଲୋକଙ୍କ ସହିତ ନିଜକୁ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ। କାଳୀ ପୂଜାକୁ ସାନ୍ତାଳୀ ଭାଷାରେ ‘ସହରାଇ‘ (ପେ ମାହଁଆ ) ବୋଲି କୁହାଯାଏ। ସହରାଇ (ପେ ମାହଁଆ) ୩ଦିନ ଧରି ପାଳନ କରାଯାଏ।

ପ୍ରଥମ ଦିନକୁ ‘ଗୋଟବଙ୍କା’ ନାମରେ ପାଳନ କରାଯାଏ। ସେହିଦିନ ଅଣ୍ଡା ପୂଜା କରି ସାହିର ସବୁ ବଳଦ ଗାଈକୁ ନେଇ ଅଣ୍ଡା ଦିଆଯାଏ, ଦ୍ୱିତୀୟ ଦିନକୁ ଗୋବର୍ଦ୍ଧନ ପୂଜା। ସାନ୍ତାଳୀ ଭାଷାରେ ତାକୁ ‘ଖଳାବଙ୍କା’ବୋଲି କୁହାଯାଏ, ଏହି ଦିନ କୁକୁଡା ପୂଜା କରାଯାଏ।ତୃତୀୟ ଦିନ ‘ବୁଢ଼ୀ ବନ୍ଦନା ’ ତାକୁ ସାନ୍ତାଳୀ ଭାଷାରେ ‘ଗାଏ ଖୁଣ୍ଟଉ ’ ବୋଲି କୁହାଯାଏ। ସେହିଦିନ ଗୋରୁଙ୍କୁ ବନ୍ଦାପନା କରାଯାଇଥାଏ, ତାକୁ ସାନ୍ତାଳୀ ଭାଷା ‘ଚୁମାଣା ’ବୋଲି କୁହାଯାଏ, ଏହିପରି ୩ ଦିନ ସହରାଇ ପାଳନ କରାଯାଏ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାର୍ଦ୍ଦଳ ବଜାଇ ଗ୍ରାମବାସୀଙ୍କ ସହ ସହରାଇ ପୂଜା ମନାଇଥିଲେ। ଶେଷରେ ବାଣ ଫୂଟାଇ ଦୀପାବଳି ମନାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri