ରାଜ୍ୟକୁ ୧୦୦ ବର୍ଷ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି

ଭୁବନେଶ୍ୱର,୧୫ା୫(ଅନିଲଦାସ):ମୁଖ୍ୟମନ୍ତ୍ରୀ ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି। ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ ଭାଜପା ଯାହା କରୁଛି ସେମାନେ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବେ। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ ଓ କୁମ୍ଭୀର କାନ୍ଦଣା କାନ୍ଦିବେ।
ଏମାନେ ସମସ୍ତେ ନିର୍ବାଚନ ପର୍ଯ୍ୟଟକ।
ନିର୍ବାଚନ ସରିଗଲେ ଖୋଜିଲେ ବି ମିଳିବେ ନାହିଁ। ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଏଭଳି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି।
ମଙ୍ଗଳବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚାର ଅବସରରେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷତମାମ ଦିନରାତି ୨୪ ଘଣ୍ଟା ଆପଣଙ୍କ ସୁଖଦୁଃଖରେ ଛିଡ଼ାହୋଇ ରହିଛନ୍ତି। ଯିଏ ବି ଭତ୍ତା, ପକ୍କାଘର, ବିଏସ୍‌କେୱାଇ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସମସ୍ତେ ସାମିଲ ହେବେ, ସମସ୍ତଙ୍କ ପାଇଁ ନବୀନବାବୁଙ୍କ ଗ୍ୟାରେଣ୍ଟି ଅଛି। ନବୀନ ପଟ୍ଟନାୟକ ଜୁନ୍‌ ୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ମଧ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍‌ ଛାଡ଼ କରିବେ। ଆପଣମାନେ ବିଜୁଳି ପାଇବେ ଆଉ ବିରୋଧୀଙ୍କୁ ଲାଗିବ ଶକ୍‌।
ପାଣ୍ଡିଆନ ଉପକୂଳ ଓଡ଼ିଶାରେ କଟକ ଲୋକ ସଭା ନିର୍ବାଚନମଣ୍ଡଳୀର ଏମ୍‌ପି ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ାରେ ବିଧାୟକ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ, ବଡ଼ମ୍ବାରେ ବିଧାୟକ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ ତିଗିରିଆରେ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ସଦରରେ ଚନ୍ଦ୍ର ସାରଥି ବେହେରା ଓ କଟକ ଚୌଦ୍ୱାରରେ ବିଧାୟକ ପ୍ରାର୍ଥୀ ସୌଭିକ୍‌ ବିଶ୍ୱାଳଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।
ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‌ ଛାଡ଼ ଗ୍ୟାରେଣ୍ଟି ଭାଜପାକୁ ଶକ୍‌ ଦେଇଛି। ସେଥିପାଇଁ ସେମାନେ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି। ଭାଜପା କହୁଛି ମାଗଣା ବିଜୁଳି ଦେବ। କିନ୍ତୁ କେମିତି ହେବ ଜାଣିଛନ୍ତି। ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ତା’ପରେ ଆପଣ ସୋଲାର ପ୍ୟାନେଲ ଲଗାଇ ପାରିବେ। ସୂର୍ଯ୍ୟ କିରଣରୁ ବିଜୁଳି ମିଳିବ। ଏମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି।
ଭାଜପା ୧୦ ବର୍ଷ କ୍ଷମତାରେ ରହିଲା। ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ, ୧୨ କୋଟି ଚାକିରି ଦେବେ ବୋଲି କହିଥିଲେ, ମିଳିଲା କି ? ପେଟ୍ରୋଲ, ଡିଜେଲ ଦର କମିବା କଥା ସବୁ ଭୁଲିଗଲେ। ଏଲ୍‌ପିଜି ଦର ଯୋଗୁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି? ନବୀନବାବୁ ପ୍ରତିଶ୍ରୁତି ଦିଅନ୍ତି ଓ ରଖନ୍ତି ମଧ୍ୟ। ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ଅଧିକ କରିଥାନ୍ତି। ଆପଣଙ୍କ ଆଶୀର୍ବାଦରେ ସେ ଆହୁରି ସଶକ୍ତ ହୋଇ କାମ କରିବେ ବୋଲି ପାଣ୍ଡିଆନ କହିଛନ୍ତି।
ଶ୍ରୀମନ୍ଦିରର ରୂପାନ୍ତର କାମ ସମସ୍ତଙ୍କୁ ଦିଶୁଛି, କିନ୍ତୁ ଶୋଇ ରହିଥିବା ବିରୋଧୀଙ୍କୁ ଦିଶୁନି। ଚାଷୀଙ୍କୁ ବିନା ସୁଧରେ ୧.୫୦ ଲକ୍ଷ ଟଙ୍କାର ଋଣ ଓ ଚାଷୀ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଦିଆଯିବ।
କଟକରେ ପାଣ୍ଡିଆନ କହିଛନ୍ତି ଯେ କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଭୂମି।
ସାରା ଓଡ଼ିଶା ତାଙ୍କ କର୍ମଭୂମି। ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ଲୋକ ଅନେକ କଥା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ତିବାସିନ୍ଦାକୁ ସମ୍ମାନ ଦେବାରେ ସାରା ଭାରତବର୍ଷ ଏକ ନମ୍ବର। ବସ୍ତିବାସିନ୍ଦାଙ୍କୁ ପଟ୍ଟା ଆବଣ୍ଟନ, ବିଜୁ ଆଦର୍ଶ କଲୋନୀ ନିର୍ମାଣ, ଜାଗା ମିଶନ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱାରୋପ କରି କାମ କରିଛନ୍ତି।
ଖଣ୍ଡପଡ଼ାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, ନୀଳମାଧବ ପୀଠର ବିକାଶ ପାଇଁ ୩୧ କୋଟି ଟଙ୍କା, ଖଣ୍ଡପଡ଼ା ଚାଷୀଭାଇଙ୍କ ପାଇଁ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୬୬୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ ବ୍ଲକର ଚାଷୀଭାଇମାନଙ୍କ ପାଇଁ ୩୩୦ କୋଟି ଟଙ୍କାରେ କୁସୁମୀ ଜଳସେଚନ ପ୍ରକଳ୍ପ କରାଯାଉଛି। ଡିମିରିଆ-ରାଉତପଡ଼ା ମହାନଦୀ ଆଡ଼ିବନ୍ଧ ପାଇଁ ୧୫୨୦ କୋଟି ଟଙ୍କା ଦିଆଯାଇଛି। ଖଣ୍ଡପଡ଼ାରେ ରାମ ମନ୍ଦିରକୁ ଐତିହ୍ୟ ସ୍ଥଳ ଭାବରେ ବିକାଶ କରାଯିବ, ନୀଳମାଧବ ମନ୍ଦିରର ଆହୁରି ବିକାଶ ହେବ, ଦକ୍ଷତା ବିକାଶ କେନ୍ଦ୍ର କରାଯିବ ବୋଲି କହିଥିଲେ।
ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ମନ୍ଦିର ବିକାଶ ପାଇଁ ସବୁଠୁ ଅଧିକ ଟଙ୍କା ଦିଆଯାଇଛି ବୋଲି ପାଣ୍ଡିଆନ କହିଛନ୍ତି।
ସେହିପରି ମା’ ଭଟ୍ଟାରିକା ମନ୍ଦିର ବିକାଶ ପାଇଁ ୮.୫୦ କୋଟି ଟଙ୍କା, ମା’ ପ୍ରଗଳା ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା, ସିଂହନାଥ ପୀଠର ବିକାଶ ପାଇଁ ୫.୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି, ୧୪୦ କୋଟି ଟଙ୍କାରେ ଗୋପୀନାଥପୁର-ବୈଦେଶ୍ୱର ଟି-ବ୍ରିଜ୍‌ ନିର୍ମାଣ, ବଡ଼ମ୍ବାରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ନୂଆ ଓଡ଼ିଶାରେ ବାଙ୍କୀରେ ମେଟ୍ରୋ ରେଳ ଗଡ଼ିବ। ଏ ମାଟିର ପରିଚୟ ଆହୁରି ଉଜ୍ଜ୍ୱଳ ହେବ। ଆଠଗଡ଼ରେ ସେ କହିଛନ୍ତି ଯେ ଧବଳେଶ୍ୱର ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଏହି ନିର୍ବାଚନମଣ୍ଡଳୀରେ ପିଇବା ପାଣି ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ କାଳିଆ ଯୋଜନାରେ ଆଠଗଡ ତିଗିରିଆର ୪୬ ହଜାର ଚାଷୀ ଉପକାର ପାଉଛନ୍ତି, ଚାଷୀ ପରିବାରର ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ପାଉଛନ୍ତି। ଚାଷୀଙ୍କ ପାଇଁ ବିନା ସୁଧରେ ୧.୫ ଲକ୍ଷ ଟଙ୍କା ଋଣ। ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଦିଆଯିବ।
ଚୌଦ୍ୱାର-କଟକରେ ସେ କହିଛନ୍ତି ଯେ କଟକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ବହୁତ ଗୁରୁତ୍ୱ ଦେଇଛନ୍ତି। ୪୫୦୦ କୋଟିରେ ଏସ୍‌ସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରାଯାଇଛି। କଟକ ନେତାଜୀ ସୁଭାଷ ବସ୍‌ ଟର୍ମିନାଲ, ତାଳଦଣ୍ଡା କେନାଲର ରୂପାନ୍ତର, ଅର୍ବାନ ହାଟ ଓ ଅନେକ ବିକାଶ କାମ କରାଯାଇଛି। ପୁରୀ ପରେ କଟକକୁ ମୁଁ ସବୁଠୁ ଅଧିକ ଥର ଆସିଛି ଓ ବିକାଶ କାମର ସମୀକ୍ଷା କରିଛି।
କଟକ ସଦର ଅଞ୍ଚଳର ବିକାଶ କାମର ହିସାବ ଦେଇ ପାଣ୍ଡିଆନ କହିଛନ୍ତି ଯେ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତୀକରଣ ପାଇଁ ପ୍ରଥମ କିସ୍ତି ବାବଦରେ ୨୫ କୋଟି, ପରମହଂସ ପୀଠର ଉନ୍ନତୀକରଣ ପାଇଁ ୫ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୩୦ କୋଟି, ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ୧୭୫ କୋଟି ଦିଆଯିବା ସହିତ ସବୁ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri