India-Pakistan War: ଯୁଦ୍ଧବେଳେ ଫାଇଟର ଜେଟ୍‌ ଉଡାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସହ ଅଛି ଲିଙ୍କ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୫: ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନେରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଇତିମଧ୍ୟରେ ଅନେକ ଥର ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇସାରିଲେଣି। ଏପରି କି ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସ୍ଥାନ, ସମୟ ଓ ଢଙ୍ଗ ବାଛିବାକୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବଳକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଫଳରେ ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନୀ ସେନା ୨୦୨୧ର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରି ନିୟନ୍ତ୍ରଣରେଖା (ଏଲଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ କରୁଛି। ଭାରତୀୟ ଯବାନମାନେ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଥିବା ସେନା ପକ୍ଷରୁ କୁହାଯାଉଛି। କିନ୍ତୁ ପାକିସ୍ତାନ ଉପରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭାରତ କେତେବେଳେ ଆକ୍ରମଣ କରିବ ବୋଲି ପାକିସ୍ତାନୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀର ନୀରବତାକୁ ‘ଝଡ଼ ପୂର୍ବର ଶାନ୍ତ ସ୍ଥିତି’ ବୋଲି ଇସଲାମବାଦ ମନେକରୁଥିବା ସେଠାକାର ଜଣେ ସୁରକ୍ଷା ବିଶ୍ଳେଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ତେବେ ଏହିପରି ଏକ ସ୍ଥିତି ୧୯୪୭ ମସିହାବେଳେ ଦେଖିବାକୁ ମିଳିଥିଲା ଯେତେବେଳେଭାରତ-ପାକିସ୍ତାନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ପାକିସ୍ତାନୀ ସେନା କଶ୍ମୀରରେ ଆଦିବାସୀମାନଙ୍କର ଏକ ବିରାଟ ସଶସ୍ତ୍ର ଦଳକୁ ଅନୁପ୍ରବେଶ କରାଇଥିଲେ। ସେମାନେ କଶ୍ମୀର ଦଖଲ କରି ଆଗକୁ ବଢ଼ୁଥିଲେ। ସେମାନଙ୍କୁ ରୋକିବା ପାଇଁ, ଭାରତୀୟ ସେନାକୁ ତୁରନ୍ତ ଶ୍ରୀନଗର ପହଞ୍ଚିବାକୁ ପଡିଲା। ଜଣେ ଭାରତୀୟ ନେତାଙ୍କୁ ବିମାନ ଯୋଗେ ସୈନିକମାନଙ୍କୁ ସେଠାକୁ ନେବାର ଦାୟିତ୍ୱ ଦିଆଯାଇଥିଲା। ବିପଦ ବହୁତ ବଡ଼ ଥିଲା। ଯଦି ଆମେ ବିଫଳ ହୋଇଥାନ୍ତୁ, ତେବେ ଶ୍ରୀନଗର ହାତଛଡା ହୋଇଥାନ୍ତା। ତେବେ ସେହି ସମୟରେ ଜଣେ ଏମିତି ମୁଖ୍ୟମନ୍ତ୍ରୀ ଥିଲେ ଯିଏ ନିଜେ ପ୍ଲେନ ଉଡାଇ ସୈନିକଙ୍କୁ ସେଠାରେ ପହଞ୍ଚାଇଥିଲେ।
କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ନେତା ବିମାନରେ ନିଜେ ଡ୍ରାଇଭିଂ କରିଥିଲେ। ତେବେ ସେ ହେଉଛନ୍ତି ବିଜୁ ପଟ୍ଟନାୟକ।

ଭାରତ-ପାକିସ୍ତାନ ଯୁଦ୍ଧର ପ୍ରାରମ୍ଭିକ ଦିନଗୁଡ଼ିକରେ, ଓଡ଼ିଶାର ମାଟିର ମହାନ ସୁପୁତ୍ର ବିଜୁ ପଟ୍ଟନାୟକ ଏକ ଅବିସ୍ମରଣୀୟ ସାହସିକତା ପ୍ରଦର୍ଶନ କରିଥିଲେ। ୧୯୪୭ ମସିହା ଅକ୍ଟୋବର ୨୭ ତାରିଖରେ, ପାକିସ୍ତାନ ସମର୍ଥିତ ଆକ୍ରମଣକାରୀଙ୍କ ଦାରା କଶ୍ମୀର ଉପରେ ଆକ୍ରମଣ ହେବା ସମୟରେ, ବିଜୁ ବାବୁ ନିଜେ ଡାକୋଟା ଡିସି-୩ ବିମାନ ଚଳାଇ ପ୍ରଥମ ଭାରତୀୟ ସୈନ୍ୟଦଳଙ୍କୁ ଶ୍ରୀନଗରରେ ପହଞ୍ଚାଇଥିଲେ। ଏହି ସୈନ୍ୟଦଳରେ ଥିଲେ ଶିଖ ରେଜିମେଣ୍ଟର ୧୭ ଜଣ ସୈନିକ।

ସେତେବେଳେ ଶ୍ରୀନଗର ବିମାନବନ୍ଦର ଅତ୍ୟନ୍ତ ବିପଦଜନକ ସ୍ଥିତିରେ ଥିଲା। ପାକିସ୍ତାନୀ ସୈନିକମାନେ ବିମାନବନ୍ଦର ନିକଟରେ ପହଞ୍ଚି ଘେରାଉ କରି ଦେଇଥିଲେ। ଗୁଳିଚାଳନାର ଆଶଙ୍କା ରହିଥିଲା। ତଥାପି, ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ବିମାନ ଚାଳନା କୌଶଳ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗରରେ ଅବତରଣ କରିଥିଲା। ଏହି ସୈନ୍ୟମାନେ ଶ୍ରୀନଗରକୁ ଶତ୍ରୁମାନଙ୍କ ହାତରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବିମାନ ଅବତରଣ ସମୟରେ ସ୍ଥିତି ଏତେ ଜଟିଳ ଥିଲା ଯେ କୌଣସି ଭୁଲ ବଡ଼ ବିପର୍ଯ୍ୟୟ ଡାକି ଆଣିପାରିଥାନ୍ତା। କିନ୍ତୁ ବିଜୁ ବାବୁଙ୍କ ଦୃଢ଼ତା ଓ ସାହସ ଏହି ଅଭିଯାନକୁ ସଫଳ କରିଥିଲା। ତାଙ୍କର ଏହି କାର୍ଯ୍ୟ କଶ୍ମୀରକୁ ଭାରତର ଅଂଶ ଭାବେ ରକ୍ଷା କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri