ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ବୀକୃତି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ ଏଲ୍‌ଇଡି ଲାଇଟ୍‌ ଆଦି ସରକାରଙ୍କ ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେହିପରି ବସ୍ତି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇ ସରକାର ଜାଗା ମିଶନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ପର୍ଯ୍ୟନ୍ତ ୧.୭୫ଲକ୍ଷ ପରିବାରକୁ ଭୂମି ଅଧିକାର ଦିଆଯାଇଥିବା ବେଳେ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି। ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳେ ରାଜ୍ୟର ୨୦ଟି ସହରରେ ଏବେ ବି କାମ ଚାଲିଛି।

ସେହିପରି କୋଭିଡ୍‌ ସମୟରେ ସହରର ଗରିବ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ। ଏଥିପାଇଁ ବଜେଟ୍‌ରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri